Breaking News

ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||     

ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |

12-Aug-2026

ହୁମ୍ମା ଠାରେ ଆରଏସ୍‌ଏସ୍‌ ପକ୍ଷରୁ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ  |

 ଓଡିଶା ଜନ ମତ,ଛତ୍ରପୁର, ତା.୧୧ / ୮,

(କେ.ସତ୍ୟନାରାୟଣ ରେଡ୍ଡୀ :----
ହୁମ୍ମା ଭାରତୀୟ ସଂସ୍କୃତିର ଚିରନ୍ତନ ପରମ୍ପରାରେ ଗୁରୁ ହେଉଛନ୍ତି, ଜ୍ଞାନର ଆଲୋକବର୍ତ୍ତିକା, ଶିଷ୍ୟ ଜୀବନର ଦିଗଦର୍ଶକ ଏବଂ ଗୁରୁ ଶିକ୍ଷା ସଂସ୍କାରର ସ୍ରଷ୍ଟା ଅଟନ୍ତି ।ଏହି ମହାନ ଗୁରୁ-ଶିଷ୍ୟ ପରମ୍ପରାକୁ ସ୍ମରଣ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌)ର ଯୋଗ ଏବଂ ପ୍ରଭାତ ଶାଖା, ହୁମ୍ମା ପକ୍ଷରୁ ଶ୍ରୀ ଗୁରୁ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଶ୍ରଦ୍ଧା, ଭକ୍ତି ଓ ରାଷ୍ଟ୍ରୀୟ ଚେତନାର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ହୁମ୍ମା ସ୍ଥିତ ଟେକ୍ସୋଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫରମେସନ୍ ଟେକ୍ନୋଲୋଜି ପରିସରରେ ଆୟୋଜିତ ଏହି ଗୁରୁ ପୂର୍ଣ୍ଣିମା ସମାରୋହରେ ଶିକ୍ଷା, ସଂସ୍କାର ଓ ସେବାର ଏକ ନିଆରା ତ୍ରିବେଣୀ ସଙ୍ଗମର ଚିତ୍ର  ସଦୃଶ ପ୍ରତିଫଳିତ ହୋଇଥିଲା ।
   ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷକ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ମହେଶ କୁମାର ବେହେରା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷକ ତଥା ସ୍ୱୟଂସେବକ ବିପିନ ଚରଣ ପଟ୍ଟନାୟକ ଯୋଗଦେଇଥିଲେ। ଉଭୟ ଅତିଥି ନିଜ ବକ୍ତବ୍ୟରେ ଗୁରୁ ପୂର୍ଣ୍ଣିମାର ମହତ୍ତ୍ୱ, ଭାରତୀୟ ଗୁରୁ-ଶିଷ୍ୟ ପରମ୍ପରାର ଗୌରବ ଏବଂ ଚରିତ୍ରବାନ୍ ଯୁବ ସମାଜ ଗଠନରେ ଗୁରୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଗୁରୁଙ୍କ ଦିଗଦର୍ଶନରେ ଯୁବପିଢ଼ି ନିଜ ଜୀବନକୁ ରାଷ୍ଟ୍ର ସେବାରେ ସମର୍ପିତ କରିପାରିଲେ ଏକ ସୁଦୃଢ଼, ସଂସ୍କାରିତ ଓ ଶକ୍ତିଶାଳୀ ରାଷ୍ଟ୍ର ଗଠନ ସମ୍ଭବ ବୋଲି ମତପ୍ରକାଶ ପାଇଥିଲା ।
ସଭାକୁ ଛତ୍ରପୁର ନଗରର ବିସ୍ତାରକ ପ୍ରଭାକର ଭାଇ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଅବସରରେ ଯୋଗ ଏବଂ ପ୍ରଭାତ ଶାଖା, ହୁମ୍ମାର ପ୍ରମୁଖ ତପନ କୁମାର ବିଶ୍ୱାଳଙ୍କ ସମେତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଛତ୍ରପୁର ନଗରର କାର୍ଯ୍ୟକର୍ତ୍ତା ଶିଶିର କୁମାର ପ୍ରଧାନ ଏବଂ ସଂଘ କାର୍ଯ୍ୟକର୍ତ୍ତା କୃଷ୍ଣଚନ୍ଦ୍ର ସାହୁ, ରୋଶନ ପ୍ରଧାନ, ମନୋଜ ପରିଡ଼ା, ଦିପୁ ସ୍ୱାଇଁ, ହିମାଂଶୁ ପରିଡ଼ା ଓ ଅଜୁ ସାହୁ ଙ୍କ ସମେତ ବହୁ ସ୍ୱୟଂସେବକ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ।
ଗୁରୁ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ଜ୍ଞାପନ ସହ ଭାରତୀୟ ସଂସ୍କୃତି, ସଂସ୍କାର ଓ ରାଷ୍ଟ୍ରୀୟ ଚେତନାକୁ ଅଧିକ ସୁଦୃଢ଼ କରିବା ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିବାର ସଙ୍କଳ୍ପ ନେଇଥିଲେ। ଗୁରୁଙ୍କ ଜ୍ଞାନର ଦୀପଶିଖାରେ ଜୀବନର ଅନ୍ଧକାର ଦୂର କରି ସମାଜ ଓ ରାଷ୍ଟ୍ର ପାଇଁ ନିଜକୁ ଉତ୍ସର୍ଗ କରିବାର ବାର୍ତ୍ତା ଏହି ସମାରୋହର ମୁଖ୍ୟ ଆକର୍ଷଣ ପାଲଟିଥିଲା ।।

News Comment

You Might Also Like

BACK TO TOP