Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |

16-Aug-2026

ଭାରତ  ଯଦି ବିଭାଜନ ହୋଇ ନଥାନ୍ତା ତେବେ କେତେ ବଡ଼ ହୋଇ ଥାନ୍ତା  ?

ଓଡିଶା ଜନ ମତ ବ୍ୟୁରୋ,

ଭାରତ ସ୍ୱାଧୀନତା ପୂର୍ବରୁ ଏକ ବିଶାଳ ଦେଶ ରୂପେ  ପରିଗଣିତ ହୋଇ ମୁଣ୍ଡ ଟେକି ଥିଲା |  କିନ୍ତୁ ପରାଧୀନ ଭାରତ ର ଆର୍ଥିକ ସ୍ଥିତି, ସେତେ ସ୍ଵଛଳ ନଥିଲେ ମଧ୍ୟ ଚଳନୀୟ ଥିଲା | ଗୋଟିଏ ଘରେ ଯୌଥ ପରିବାର ଅଲଗା ହୋଇଗଲା ପରେ ଘରର ଅବସ୍ଥା କିମ୍ବା ପରିବାର ର ଅବସ୍ଥା ଯାହା ହୁଏ, ଆଜି ସେହିଭଳି ହୋଇଛି ଭାରତ ରୁ ବିଭାଜିତ ହୋଇଥିବା ପଡୋଶୀ ଦେଶ ପାକିସ୍ତାନ ର ଅବସ୍ଥା |  ଯଦି ପୂର୍ବପରି ସେମାନେ ଏକରଜ୍ଜୁ ରେ ବନ୍ଧାହୋଇ ରହିଥାନ୍ତେ ତେବେ କେତେ ସୁନ୍ଦର ଦିସିଥାନ୍ତା ଆଜି ଏହି ଭାରତ ସ୍ୱାଧୀନତା ଦିବସ ରେ  | ୯୪୭ରେ ଦେଶ ବିଭାଜନ କେବଳ ମାନଚିତ୍ର ବଦଳାଇନଥିଲା, ବଦଳାଇଦେଇଥିଲା କୋଟି କୋଟି ଲୋକଙ୍କ ଜୀବନ । ଯଦି ଭାରତ ବିଭାଜିତ ହୋଇନଥାନ୍ତା, ତେବେ ଆଜିର ଭାରତ ସହ ପାକିସ୍ତାନ ଓ ବାଂଲାଦେଶ ମଧ୍ୟ ଗୋଟିଏ ଦେଶର ଅଂଶ ହୋଇଥାନ୍ତେ 
 ୧୯୪୭... ଗୋଟିଏ ପଟେ ସ୍ୱାଧୀନତାର ଖୁସି, ଅନ୍ୟପଟେ ଦେଶ ବିଭାଜନର ଯନ୍ତ୍ରଣା। ଭାରତରୁ ଅଲଗା ହୋଇଗଲା ପାକିସ୍ତାନ, ପରେ ତାହାର ପୂର୍ବ ଅଂଶ ହେଲା ବାଂଲାଦେଶ। ତେବେ ଥରେ ଭାବନ୍ତୁ... ଯଦି ୧୯୪୭ରେ ଦେଶ ବିଭାଜନ ହୋଇନଥାନ୍ତା? ଆଜିର ଭାରତ କେତେ ବଡ଼ ଦେଖାଯାଇଥାନ୍ତା? କେତେ ଲୋକ ରହିଥାନ୍ତେ, ଅର୍ଥନୀତି କେତେ ଶକ୍ତିଶାଳୀ ହୋଇଥାନ୍ତା ଏବଂ ସାମରିକ ଶକ୍ତି କେଉଁ ସ୍ତରରେ ଥାଆନ୍ତା? ୧୯୪୭ରେ ଦେଶ ବିଭାଜନ କେବଳ ମାନଚିତ୍ର ବଦଳାଇନଥିଲା, ବଦଳାଇଦେଇଥିଲା କୋଟି କୋଟି ଲୋକଙ୍କ ଜୀବନ। ଯଦି ଭାରତ ବିଭାଜିତ ହୋଇନଥାନ୍ତା, ତେବେ ଆଜିର ଭାରତ ସହ ପାକିସ୍ତାନ ଓ ବାଂଲାଦେଶ ମଧ୍ୟ ଗୋଟିଏ ଦେଶର ଅଂଶ ହୋଇଥାନ୍ତେ।
ଜନସଂଖ୍ୟା -----

ଆଜିର ଆକଳନକୁ ଯୋଡ଼ିଲେ, ଏହି କଳ୍ପିତ ଅଖଣ୍ଡ ଭାରତର ଜନସଂଖ୍ୟା ପ୍ରାୟ ୧୮୯ କୋଟି ହୋଇଥାନ୍ତା। ଅର୍ଥାତ୍, ଚୀନ୍‌କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟାର ଦେଶ ହୋଇଥାନ୍ତା ଭାରତ।

ଧର୍ମୀୟ ଚିତ୍ର-----
ଯଦି ବିଭାଜନ ହୋଇନଥାନ୍ତା, ତେବେ ଭାରତରେ ଅଧିକାଂଶ ହିନ୍ଦୁ ହୋଇଥାନ୍ତେ, କିନ୍ତୁ ମୁସଲିମ୍ ଜନସଂଖ୍ୟା ମଧ୍ୟ ଅତ୍ୟନ୍ତ ବଡ଼ ହୋଇଥାନ୍ତା। ଆଜିର ଭାରତ, ପାକିସ୍ତାନ ଓ ବାଂଲାଦେଶର ଆକଳନକୁ ମିଶାଇଲେ ପ୍ରାୟ ୫୮ କୋଟି ମୁସଲିମ୍ ଓ ୯୮ କୋଟିରୁ ଅଧିକ ହିନ୍ଦୁ ଦେଶରେ ଏକାଠି ରହିଥାନ୍ତେ।

କ୍ଷେତ୍ରଫଳ-----
ତିନୋଟି ଦେଶର ବର୍ତ୍ତମାନର କ୍ଷେତ୍ରଫଳକୁ ଯୋଡ଼ିଲେ ପ୍ରାୟ ୪୩.୧୭ ଲକ୍ଷ ବର୍ଗ କିଲୋମିଟର। ଅର୍ଥାତ୍ ଭୌଗୋଳିକ ଭାବେ ମଧ୍ୟ ବିଶ୍ୱର ଅନ୍ୟତମ ବୃହତ୍ତମ ଦେଶ ହୋଇଥାନ୍ତା।

ଅର୍ଥନୀତି -----
ଭାରତ, ପାକିସ୍ତାନ ଓ ବାଂଲାଦେଶର ବର୍ତ୍ତମାନର GDPକୁ ଯୋଡ଼ିଲେ ମୋଟ ଅର୍ଥନୀତିର ଆକାର ପ୍ରାୟ ୫.୦୭ ଟ୍ରିଲିୟନ୍ ଡଲାର ହୋଇଥାନ୍ତା । ଏଭଳି ହିସାବରେ ଭାରତ ବିଶ୍ୱର ଶୀର୍ଷ ଅର୍ଥନୀତିଗୁଡ଼ିକ ମଧ୍ୟରେ ରହିଥାନ୍ତା।

ସାମରିକ ଶକ୍ତି----
ତିନି ଦେଶର ସକ୍ରିୟ ସାମରିକ ବଳକୁ ଯୋଡ଼ିଲେ ସଂଖ୍ୟା ପ୍ରାୟ ୨୩ ଲକ୍ଷ ହୋଇଥାନ୍ତା। ଆଉ ତିନି ଦେଶର ବର୍ତ୍ତମାନର ପ୍ରତିରକ୍ଷା ଖର୍ଚ୍ଚକୁ ଯୋଡ଼ିଲେ ଏହା ୧୦୦ ବିଲିୟନ୍ ଡଲାରରୁ ଅଧିକ ହୋଇପାରିଥାନ୍ତା।

ପରମାଣୁ ଶକ୍ତି ----
ଆଜିର ଆକଳନକୁ ଧରିଲେ ଭାରତ ଓ ପାକିସ୍ତାନର ପରମାଣୁ ଅସ୍ତ୍ର ସଂଖ୍ୟାକୁ ମିଶାଇଲେ ପ୍ରାୟ ୩୬୦। ଅର୍ଥାତ୍, ଏକ ଅଖଣ୍ଡ ଭାରତ ହୋଇଥିଲେ ପରମାଣୁ ଶକ୍ତିରେ ମଧ୍ୟ ବିଶ୍ୱର ଶୀର୍ଷ ଦେଶମାନଙ୍କ ମଧ୍ୟରେ ରହିଥାନ୍ତା।

ସଂସଦ----
ଭାରତ, ପାକିସ୍ତାନ ଓ ବାଂଲାଦେଶର ବର୍ତ୍ତମାନର ଦୁଇ ସଦନର ଆସନ ସଂଖ୍ୟାକୁ ଯୋଡ଼ିଲେ ପ୍ରାୟ ୧୫୯୧ଟି ଆସନ ହୋଇଥାନ୍ତା। କିନ୍ତୁ ଏହି କଳ୍ପନାର ଆଉ ଏକ ଦିଗ ମଧ୍ୟ ରହିଛି। ଏତେ ବଡ଼ ଦେଶ ପାଇଁ ସବୁ କ୍ଷେତ୍ରରେ ଚ୍ୟାଲେଞ୍ଜ ମଧ୍ୟ ଅଧିକ ବଢ଼ିଥାନ୍ତା। ବଡ଼ ଅର୍ଥନୀତି ସହ ବଡ଼ ଚ୍ୟାଲେଞ୍ଜ ମଧ୍ୟ ରହିଥାନ୍ତା। ତିନି ଦେଶର ବର୍ତ୍ତମାନର ଦାରିଦ୍ର୍ୟ ତଥ୍ୟକୁ ଯୋଡ଼ିଲେ ୧୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମା ତଳେ ଥିବା ଆକଳନ ମିଳେ। ବେକାରି ମଧ୍ୟ ଏକ ବଡ଼ ସମସ୍ୟା ହୋଇଥାନ୍ତା। ତେବେ ଏହା ଏକ କଳ୍ପିତ ତୁଳନା। ଆଜିର ଭାରତ, ପାକିସ୍ତାନ ଓ ବାଂଲାଦେଶର ତଥ୍ୟକୁ ଯୋଡ଼ି ଦେଖାଯାଇଥିବା ଏକ ଚିତ୍ର। ବାସ୍ତବରେ ଯଦି ୧୯୪୭ରେ ବିଭାଜନ ହୋଇନଥାନ୍ତା, ରାଜନୀତି, ଅର୍ଥନୀତି, ସମାଜ ଓ ଜନସଂଖ୍ୟାର ଗତିପଥ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରିଥାନ୍ତା

News Comment

You Might Also Like

BACK TO TOP