Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |

13-Aug-2026

ଓଡ଼ିଶାରେ କାମ ନଥିବାରୁ  ଦାଦନ ମୁହାଁ  ଶ୍ରମିକ |

ଓଡିଶା  ଜନ ମତ ବ୍ୟୁରୋ,

ଲୋକଙ୍କ ହାତକୁ କାମ ଯୋଗାଇବାରେ ରାଜ୍ୟ ସରକାର ବିଫଳ, ତାର ଫାଇଦା ଉଠାଉଛନ୍ତି ଦାଦନ ସର୍ଦ୍ଦାର ମାନେ |ଲୋକଙ୍କ ଅସୁବିଧାର ଫାଇଦା କୁ ଦେଖି ସେମାନେ ବିରାଟ ଆଶା ଦେଖାଇ  ନେଇ ଯାଆନ୍ତି ଦାଦନ ଶ୍ରମିକ ଖଟେଇ ବାକୁ ଅନ୍ୟ ରାଜ୍ୟକୁ ଓ ଅନ୍ୟ ଦେଶକୁ | ଏପରି ଦଶା ସାରା ରାଜ୍ୟରେ ଘଟୁଥିବା ବେଳେ  ସେଥିରୁ ବାଦ ଯାଇନି  ପୁରୀ ଜିଲ୍ଲା  କୃଷ୍ଣ ପ୍ରସାଦ ବ୍ଲକ ର  ରହିଥିବା ଶ୍ରମିକ ମାନେ |
ସବୁଠାରୁ ଚିନ୍ତାର କଥା ହେଲା ବର୍ଷର ଠିକ ଏହି ନିର୍ଦ୍ଦିଷ୍ଟ ସମୟରେ କୃଷ୍ଣପ୍ରସାଦରେ ମତ୍ସ୍ୟଜୀବୀଙ୍କୁ କାମ ମିଳେନାହିଁ। ବର୍ଷାଦିନେ ଚିଲିକା ପରିପୂର୍ଣ୍ଣ ହୋଇ ରହୁଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼େ। ତେଣୁ ବାଧ୍ୟହୋଇ ରାଜ୍ୟ ବାହାରକୁ କାମ କରିବାକୁ ଚାଲିଯାଆନ୍ତି। ଚିଲିକାରୁ ମାଛ ମାରୁଥିବା ମତ୍ସ୍ୟଜୀବୀ ନିଜ ବୃତ୍ତିରେ ଅତ୍ୟନ୍ତ କୁଶଳୀ ହୋଇଥିବାରୁ ବାହାର ରାଜ୍ୟରେ ଏମାନଙ୍କ ଚାହିଦା ଅଧିକ, କିନ୍ତୁ ପାଉଣା ଆଶାନୁରୁପର ନୁହେଁ...।
ଦୁଃଖ ଦେଉଛି ଦାଦନ ଯନ୍ତ୍ରଣା। ଯୋଜନା ପରେ ଯୋଜନା ଆସୁଛି, କାର୍ୟ୍ୟକାରୀ ହେଉଛି କିନ୍ତୁ ସରୁନି ଶ୍ରମିକଙ୍କ ଅସରନ୍ତି ସମସ୍ୟା। ପରିସ୍ଥିତି ଏମିତି ହେଉଛି ଯେ, ବର୍ଷର ମାତ୍ର ଅଳ୍ପକିଛି ସମୟ ବିତୁଛି ନିଜ ଭିଟାମାଟିରେ। ବଳକା ସମୟ ଦାଦନ ଖଟିବାରେ ଯାଉଛି, ଛାଡ଼ିବାକୁ ପଡ଼ୁଛି ନିଜ ପରିବାର। 
ଗାଁ ମୁଣ୍ଡରେ  ଲାଗିଛି ଧାଡ଼ିକି ଧାଡି ବସ୍ । ଯାତ୍ରୀବାହି ବସ୍‌ ନୁହେଁ, ଦାଦନ ଶ୍ରମିକଙ୍କୁ ନେବାକୁ ଆସିଛି। ଏଠାରୁ ବାହାରି ତାମିଲନାଡ଼ୁ, କେରଳ, ଚେନ୍ନାଇ ଯିବେ ଶ୍ରମିକ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ଅରଖକୁଦା ଗାଁର ଘଟଣା। ପୁରା ଗାଁ ଏବେ ପୁରୁଷଶୂନ୍ୟ। ୨ଦିନରେ ଗାଁରୁ ଗଲେଣି ୭ଶହ ମତ୍ସ୍ୟଜୀବୀ। ସେଠି ଯାଇ ଖଟିବେ। କଠିନ ପରିଶ୍ରମ ବଦଳରେ ପାଇବେ ଅଳ୍ପ କିଛି ଟଙ୍କା। ଏଠି ସ୍ବାଭିମାନର ସହ ବଂଚୁଥିବା ମଣିଷ ସେଠି ପାଲଟିବେ ଦାଦନ। ସମାନ କାମ କରିବେ, କିନ୍ତୁ ପାଉଣା ପାଇଁ ଅନ୍ୟର ହାତଟେକାକୁ ଅପେକ୍ଷା କରିବେ। 
ସମସ୍ତଙ୍କୁ କାମ ଦେବା ପାଇଁ ସରକାର କରିଛନ୍ତି କେତେ ଯୋଜନା। ହେଲେ ତୃଣମୂଳ ସ୍ତରରେ ସେ ସବୁ କେତେଦୂର କାର୍ୟ୍ୟକାରୀ ହେଉଛି, ତାହା ପ୍ରତିବର୍ଷର ଏଇ ଦାଦନ ଋତୁକୁ ଦେଖିଲେ ଜଳଜଳ ହୋଇ ଜଣାପଡ଼େ। କେବଳ କାଗଜ କଲମରେ ବିଭିନ୍ନ ଉନ୍ନୟନ କାମ ଅଟକି ଥିବାବେଳେ ଶ୍ରମିକଙ୍କୁ ଭୋଗିବାକୁ ପଡ଼େ ଦାଦନ ଯନ୍ତ୍ରଣା। ନିଜ ପ୍ରିୟଜନ, ଭିଟାମାଟିର ମୋହ ତୁଟାଇ ଯିବାକୁ ପଡ଼େ ପର ରାଇଜକୁ। ଏପଟେ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ରାଜ୍ୟରେ ରିଭର୍ସ ମାଇଗ୍ରେସନ ଆରମ୍ଭ ହୋଇଗଲାଣି। କିନ୍ତୁ ଗାଁ ଗାଁରେ ବାସ୍ତବ ଚିତ୍ର ଅଲଗା। ଅରଖକୁଦାର ପୁରୁଷଶୂନ୍ୟ ଗାଁ ବଖାଣୁଛି ଦାଦନ ଚିତ୍ରର ଅକୁହା ବେଦନା। ନିଜ କାର୍ୟ୍ୟଦକ୍ଷତା ନିଜ ମାଟିରେ ବ୍ୟବହାର କରି ମତ୍ସ୍ୟଜୀବୀଙ୍କ ପରିବାର ପ୍ରତିପୋଷଣ ବ୍ୟବସ୍ଥା କରୁ ପ୍ରଶାସନ, ଯାହାଦ୍ବାରା ଆଉ ଗାଁ ଯୁବକଙ୍କୁ ନେବାକୁ ଗାଁ ମୁଣ୍ଡରେ ଲାଗିବ ନାହିଁ ଦାଦନ ବାହୀବସ୍‌ |

News Comment

You Might Also Like

BACK TO TOP