Breaking
News
Breaking
News
13-Aug-2026
ତାରା ତାରିଣୀ ମହାବିଦ୍ୟାଳୟ ର 48 ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ |
ଓଡିଶା ଜନ ମତ ବ୍ୟୁରୋ,
ତାରା ତାରିଣୀ ମହା ବିଦ୍ୟାଳୟ ର 48 ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ର ଅଧକ୍ଷ ଡ଼ଃ ଅରବିନ୍ଦ ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି!| ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେମହାବିଦ୍ୟାଳୟ ପରିଚାଳନା ସମିତି ର ପୂର୍ବତନ ସଭାପତି ବାସୁଦେବ ମହାପାତ୍ର ଯୋଗ ଦେଇଥିଲା ବେଳେ , ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଫାଉଣ୍ଡର ସମ୍ପାଦକ ତଥା ବରିଷ୍ଠ ଆଇନ ଯିବି ସୂର୍ଯ୍ୟ ନାରାୟଣ ସାମନ୍ତରା, ମହାବିଦ୍ୟାଳୟ ପ୍ରତିଷ୍ଠାତା ସ୍ବର୍ଗତ ନାରାୟଣ ସାମନ୍ତରାୟ ଙ୍କ ସୁପୁତ୍ର ଅଶୋକ କୁମାର ସାମନ୍ତରା , ଏବଂ ପୂର୍ବତନ ଅଧକ୍ଷ ତଥା କଲେଜ ପ୍ରଶାସନିକ ଅଧିକାରୀ ଡ଼ଃ ପ୍ରଦୀପ କୁମାର ସାହୁ, ଓଡ଼ିଆ ଅଧ୍ୟାପକ ଡ଼ଃ ନରେନ୍ଦ୍ର କୁମାର ସେନାପତି, ଓ ବଟିନି ଅଧ୍ୟାପକ ଡ଼ଃ ନାଇଡ଼ୁ ମୋହନ ମଞ୍ଚାସିନ ଥିଲେ | ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଗଣପତି ପୂଜା ପୂର୍ବକ ପ୍ରତିଷ୍ଟାତା ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଗଞ୍ଜାମ ତଥା ମହାବିଦ୍ୟାଳୟ ର ନାମିତ ମା ତାରାତାରିଣୀ ଙ୍କ ଫୋଟରେ ପ୍ରଦୀପ ପ୍ରଜ୍ବଳନ କରି ପ୍ରଣିପାତ ପୂର୍ବକ ତାଙ୍କର ଆଶ୍ରିତ ହୋଇ ଥିଲେ | ଅତିଥି ମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପ ଗୁଛ ଓ ଉପ ଢୌକନ ଦେଇ ସ୍ୱାଗତ କରିଥିଲେ | ମଞ୍ଚରେ ଅତିଥି ପରିଚୟ ଅଧ୍ୟାପିକା ଡ଼ଃ ମୋନାଲିଶା ମିଶ୍ର କରିଥିଲା ବେଳେ ଅଧ୍ୟାପକ ପ୍ରବୀର କେଶରୀ ପ୍ରଧାନ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ଅଧକ୍ଷ ସମ୍ପାଦକ ବିବରଣୀ ପାଠ କରିଥିଲା ବେଳେ ମଞ୍ଚାସିନ ଅତିଥି ମାନେ ବହୁ ଘାତ, ପ୍ରତିଘାତ ମଧ୍ୟରେ ଏହି ମହାବିଦ୍ୟାଳୟ ଗୋଟିଏ ତରୁ ଭଳି ହୋଇଥିଲା ବେଳେ ଆଜି ମହା ଦ୍ରୁମ ରେ ପରିଣତ ହୋଇଛି | ଏହି ମହାବିଦ୍ୟାଳୟ ହୋଇଥିବା ଜମି ମନ୍ଦିର ନାମରେ ରହି ଥିବାରୁ ଆଜି ପର୍ଯ୍ୟନ୍ତ ତାହା ପଟ୍ଟା ହୋଇ କଲେଜ ନାମରେ ହୋଇପାରି ନଥିବାରୁ ଉପସ୍ଥିତ ତହସିଲଦାର ଙ୍କୁ ଏହାର କାର୍ଯ୍ୟ ପାଈଁ ଅନୁରୋଧ କରିଥିଲେ | ସୂର୍ଯ୍ୟ ବାବୁ ତାଙ୍କ ଭାଷଣ ରେ ଏହି କଲେଜ ପାଈଁ ବହୁ ଥର ବୈଠକ ପରେ କଲେଜ ଆରମ୍ଭ ହୋଇ ଥିଲା | ପ୍ରତିଷ୍ଠାତା ଙ୍କ ସହ ବହୁ ଅଞ୍ଚଳ ବାସି ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ରେ ଏହି ମହାବିଦ୍ୟାଳୟ ଆରମ୍ଭ ହୋଇ ଆଜି ଏହା ବ୍ଲକରେ ତଥା ଓଡ଼ିଶାରେ ମଧ୍ୟ ଖ୍ୟାତି ଅର୍ଜନ କରିଛି |
ସେହିପରି ପ୍ରତିଷ୍ଠାତା ଙ୍କ ଦାୟାଦ ଅଶୋକ ବାବୁ ଏହି ମହାବିଦ୍ୟାଳୟ ଯୋଗୁଁ ଆଜି ଦୁଇ ହଜାର ରୁ ଅଧିକ ଛାତ୍ର ଛାତ୍ରୀ ଏଠାରେ ଅଧୟନ କରି ଛନ୍ତି |ବର୍ତମାନ ବହୁ ଅଧ୍ୟାପକ ପଦବୀ ଖାଲି ପଡିଥିବାରୁ ସମସ୍ତ ଅଧ୍ୟାପକ କ୍ଲାସ କରୁଛନ୍ତି | କିନ୍ତୁ କେମେଷ୍ଟ୍ରି ଅଧ୍ୟାପକ ଖାଲି ଥିବାରୁ ଏବଂ ବର୍ତମାନ ର ଅଧକ୍ଷ କେବଳ ଜଣେ ବିଭାଗୀୟ ମୁଖ୍ୟ ହୋଇଥିବାରୁ ପିଲାଙ୍କୁ ପାଠ ପଢେଇବା ନିହାତି ଦରକାର ଅଟେ | ତେଣୁ ଅଧକ୍ଷ ମଧ୍ୟ କ୍ଲାସ କଲେ ଛାତ୍ର, ଛାତ୍ରୀ ଉପକୃତ ହୋଇ ପାରିବେ ଏବଂ ସେହି ବିଭାଗ ର ଭବିଷ୍ୟତ ମଧ୍ୟ ଉଜ୍ବଳ ହେବ ବୋଲି ମତ ଦେଇଥିଲେ | ପୂର୍ବତନ ଅଧକ୍ଷ ପ୍ରଦୀପ କୁମାର ସାହୁ ତାଙ୍କ ବକ୍ତବ୍ୟରେ ମହାବିଦ୍ୟାଳୟ ପାଈଁ ଏହିବର୍ଷ ମାର୍ଚ୍ଚ ଠାରୁ ଜୁନ ମାସ ମଧ୍ୟରେ ତାଙ୍କରି ସମୟରେ ଆଣିଥିବା ଛଅ କୋଟି ଟଙ୍କା ମହାବିଦ୍ୟାଳୟ ର ଉନ୍ନତି କାର୍ଯ୍ୟ ରେ ବିନିଯୋଗ କରିବାକୁ ବର୍ତ୍ତମାନ ର ଅଧକ୍ଷ ଙ୍କୁ ଅନୁରୋଧ କରିଥିଲେ | ସେହିପରି ଅତିଥି ଅଧ୍ୟାପକ ମାନଙ୍କ ନିମନ୍ତେ ସର୍ବନିମ୍ନ 15ହଜାର ଟଙ୍କା ଦେଲେ ସେମାନେ ଉପକୃତ ହୋଇ ପାରିବେ ବୋଲି କହିଥିଲେ | ଓଡ଼ିଆ ଅଧ୍ୟାପକ ନରେନ୍ଦ୍ର ସେନାପତି ଏହି କଲେଜ ର ପୂର୍ବ ଗାଥା କୁ ବଜାୟ ରଖି ଆହୁରି ଶିଖର ଶୀର୍ଷ ରେ ପହଂଚିବାକୁ ସମସ୍ତ ଙ୍କ ସହଯୋଗ ଦରକାର କହିଥିଲେ | ଅଧ୍ୟାପକ ମୋହନ ନାଇଡ଼ୁ ମଧ୍ୟ ତାଙ୍କ ଭାଷଣ ମାଧ୍ୟମ ରେ କଲେଜର ଉନ୍ନତି ଉପରେ ସମସ୍ତେ ହାତ କୁ ହାତ ମିଶାଇ କାର୍ଯ୍ୟ କରିବାକୁ ମତ ଦେଇଥିଲେ | ଶେଷରେ ମୁଖ୍ୟ ଅତିଥି ତାଙ୍କ ଭାଷଣ ରେ ଏହି କଲେଜ ର ପ୍ରତିଷ୍ଠା ଦିବସ ରେ ପ୍ରତିଷ୍ଠାତା ଓ ଅନ୍ୟନ୍ୟ ସହଯୋଗୀ ବ୍ୟକ୍ତି ବିଶେଷ ଙ୍କ ଯୋଗୁଁ ଆଜି ଏହି ମହାବିଦ୍ୟାଳୟ 48ବର୍ଷ ରେ ପାଦ ଥାପି ଥିବାର କହିଥିଲେ | କଲେଜ ର ବିଭିନ୍ମ ଛାତ୍ର, ଛାତ୍ରୀ ଭଲ ନଂ ରଖି ବିଭିନ୍ନ ବିଭାଗରେ ଶ୍ରେଷ୍ଠ ହୋଇ ନାମ ରଖିଥିବାରୁ ଅତିଥି ମାନଙ୍କ ଦ୍ୱାରା ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା | ଶେଷ ସୋପାନ ରେ ଅତିଥିଙ୍କ ନିମନ୍ତେ ବିଦାୟ ସଂଗୀତଅଧ୍ୟାପକ ପ୍ରବୀର କେଶରୀ ପ୍ରଧାନ ସୁମଧୁର କଣ୍ଠ ରେ ଭଜନ ଗାନ କରି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଦୁଇଜଣ ପୂର୍ବତନ ଅଧକ୍ଷ ଡ଼ଃ ଅରବିନ୍ଦ ପାଢ଼ୀ ,ଓ ପୂର୍ବତନ ଅଧକ୍ଷ ସିମାଞ୍ଚଳ ପଟନାୟକ ଯୋଗଦେଇ ସମସ୍ତ ଷ୍ଟାଫ, ଛାତ୍ର, ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ, ଷ୍ଟାଫ ସହଯୋଗ କରି ଥିଲେ | କିନ୍ତୁ ଦୁଃଖର ବିଷୟ ଏହିକି ଯେ ପ୍ରତେକ ବିଭାଗର ଜଣେ ଛାତ୍ର, ଓଜଣେ ଛାତ୍ରୀ ଯୋଗଦେବାକୁ ନୋଟିସ କରାଯାଇଥିବା ଯୋଗୁଁ ଛାତ୍ର, ଛାତ୍ରୀ ଙ୍କ ମନରେ ନୈରାଶ୍ୟ ଭାବନା ଜାଗି ଥିଲା | ଅବଶ୍ୟ ପିଲାମାନଙ୍କ ପରୀକ୍ଷା ଥିଲା ତଥାପି ଏହି ନୋଟିସ କରିବାର ନଥିଲା | ବହୁତ ଅତିଥି, ଭଦ୍ର ବ୍ୟକ୍ତି ଙ୍କୁ ମଧ୍ୟ ଡାକରା ଯାଇନଥିବା ବାହାରେ ଚର୍ଚ୍ଚା ହେଉଥିଲା | ସର୍ବଶେଷ ରେ ଅଧ୍ୟାପକ ଡ଼ଃ ସମୀର କୁମାର ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ||
BACK TO TOP