Breaking News

ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ପୁରୁଷୋତ୍ତମପୁର ପରିବା ମାର୍କେଟ ରେ ମଧ୍ୟ ଧୁମ ଧାମରେ ପାଳିତ ହେଲା ପତାକା ଉତ୍ତୋଳନ |    (16-Aug-2026)       ||      ତିନି କୋଟି ରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣା ରେ ଭିଜିଲାନ୍ସ ଦ୍ୱାରା ଦୁଇ ଗିରଫ ||   (16-Aug-2026)       ||      ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||      ସ୍ୱାଧୀନତା ଦିବସ ରେ ସ୍ବର୍ଗତ୍ବ କେ ଭାସ୍କର ପାତ୍ର ଙ୍କ 77 ତମ ବାର୍ଷିକୀ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ||   (15-Aug-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |    (15-Aug-2026)       ||      ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ |   (15-Aug-2026)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |   (15-Aug-2026)       ||      ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |    (15-Aug-2026)       ||      ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||     

ଦେବୀଙ୍କ ଆଗମନ ର ବାର୍ତ୍ତା ଦେଉଛି କାଶତଣ୍ଡୀ |

12-Sep-2025

ଦେବୀଙ୍କ ଆଗମନକୁ ସୂଚେଇ ଦେଉଛି କାଶତଣ୍ଡୀ ,

   ଓଡିଶା ଜନ ମତ ବ୍ୟୁରୋ,

ବର୍ତ୍ତମାନ ପାର୍ବଣ ଋତୁ  ଆରମ୍ଭହୋଇଯାଇଛି । ଆଉ ମାତ୍ର ୨ଦିନ ପରେ ମା`ଙ୍କ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇ ଯିବ  । ଏ ନେଇ ଚଳଚଞ୍ଚଳ ରହିଛି ସହର ଠାରୁ  ଗ୍ରାମାଞ୍ଚଳ | ତେବେ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ ମା`ଙ୍କ ଆଗମନର ବାର୍ଭା ନେଇ ଆସିଛି କାଶତଣ୍ଡୀ । ପ୍ରକୃତି ମଧ୍ଯ କାଶତଣ୍ଡୀରେ ସଜେଇ ହୋଇ ଧରାପୃଷ୍ଠରେ ସୌନ୍ଦର୍ଯ୍ୟ ଭରି ଦେଇଛି । ନଦୀପଠା,  ବିଲବାଡି, ପଡିଆ ତଥା ରାସ୍ତାକଡରେ ଗୋଛା ଗୋଛା ଧବଳ ମୁଖୀ କାଶତଣ୍ଡୀ ପବନରେ ଲହରା ଭାଙ୍ଗୁଛି ।ପ୍ରବଳ ଖରାର ଝାଂଜି ଏବଂ ଲଗାଣ ମୁଷଳ ଧାରା ବର୍ଷାର ଅବସାନ ପରେ ଏବେ କାଶ ତଣ୍ଡି ହସି ଉଠିଛି । ତାର ଏହି ସ୍ମିତହାସ୍ୟ, ଦେଖି କବି ଓ ଭାବୁକ ଆତ୍ମ ବିଭୋର ହୋଇ ଲେଖି ଚାଲିଛନ୍ତି ମନର ଭାବନା ର କଥା |  ଖାଲି ସେତିକି ନୁହଁ 
ଜନମାନସ ରେ ଭିନ୍ନ ଏକ ପୁଲକ ସୃଷ୍ଟି କରିବା  ସହ ନୂତନ ବିଶ୍ଵାସ ସୃଷ୍ଟି କରିଛି । ଭବିଷ୍ୟତର ନୂତନ କାର୍ଯ୍ୟ ସୂଚୀକୁ ନେଇ ଖୁବଶ୍ରୀଘ ଆଗୁଆ ହୋଇ ଝିରି ଝିରି      ସୁକ୍ଷ୍ମ କେଶୀ  କାଶତଣ୍ଡୀ ପୃଥ‌ିବୀ ପୃଷ୍ଠରେ ପଦାର୍ପଣ କରିଛି । ସତେଯେମିତି ଧରା ପୃଷ୍ଟ ରେ ସମସ୍ତଙ୍କୁ  ସ୍ଵାଗତ କରିବା ନିମନ୍ତେ ନିଜକୁ ଧଳା ଚଦରରେ ସଜେଇ ଦେଇଛି |  ଗାଁ ଗହଳିର ସାମାଜିକ ଜୀବନରେ କାଶତଣ୍ଡୀର ମହତ୍ତ୍ଵ ସବୁଠାରୁ ଅଲଗା ଆଉ ଅନନ୍ୟ । ଶୁଭ୍ର ସ୍ଵଚ୍ଛତାର ବାର୍ଭା ବହନ କରୁଥିବା ଏଇ କାଶତଣ୍ଡୀକୁ ନା କିଏ ରୋପଣ କରେ ନା କିଏ ତାର ଯନ୍ ନେଇଥାଏ । ଆପଣାଛାଏଁ ଶାରଦୀୟ ଅଭିନନ୍ଦନର ପୁଷ୍ପଗୁଚ୍ଛା ଧରି ଶରତ ଋତୁର ପ୍ରାରମ୍ଭରେ ଦେଖାଦେଇ ପୁଣି କୁଆଡେ ଉଭେଇଯାଏ । । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଗୁଆ ପଦାର୍ପଣ କରିଥିବା କାଶତଣ୍ଡୀ ମା’ଙ୍କ ଆଗମନର ବାର୍ତ୍ତା ଦେବା ସହିତ ସମଗ୍ର ପରିବେଶକୁ ବିମଳ ନିର୍ମଳ କରିବାରେ ଲାଗି ପଡିଛି ତାର ଅର୍ନୀବଚ ନୀୟ ଆନନ୍ଦ ସହ ଓ ସୁକ୍ଷ୍ମ ସ୍ୱର୍ଶ ମାନବ ସମାଜର୍ ପ୍ରେମର ବାର୍ତ୍ତା କୁ ନେଇ । ଜଞ୍ଜାଳମୟ ଜୀବନ କୁ ଉପଭୋଗ କରିବା ଆଧ୍ୟାତ୍ମିକତାରେ କିଛିସମୟ ହଜିଯିବାର ବାର୍ଭା ନେଇ  କାଶତଣ୍ଡୀ ଆଜି ପ୍ରଚୁର ଭାବେ ଫୁଟି ଉଠିଛି |   ସମାଜରେ ନୁଆ ବିଶ୍ୱାସ ନୂଆ ଆଶା ସଞ୍ଚାର କରୁଛି । ଦୁଃଖ ଯାଇ ସୁଖ ଆସିବ, ଅନ୍ଧାର ହଟିଯାଇ ଆଲୋକର ପ୍ରଭା ପ୍ରକାଶିତ ହେବ । ଏହି ଦୃଢ ପ୍ରତିଶୃତିର ଇସ୍ତାହାର ନେଇ କାଶତଣ୍ଡୀ ପଦାର୍ପଣ କରିଛି । ସିଂହବାହିନୀ ମା’ ଦୁର୍ଗା ବିଜୟ ଦଶମୀରେ ବିଜୟ ମଣ୍ଡିତ ହୋଇ ସମସ୍ତଙ୍କୁ ଦର୍ଶନ ଦେବେ । ଏହି ଆନନ୍ଦପ୍ରଦ ଶୁଭ ମୁହୁର୍ଭରେ ଅପେକ୍ଷାରେ ଜନସମାଜ ରହିଛି । ଯେଉଁ ଆଡେ ଦେଖୁଲେ କେଣ୍ଡା କେଣ୍ଡା ହୋଇ ଝୁଲୁଥିବା କାଶ ଶତଣ୍ଡୀର ର ଶୁଭ୍ର, ସ୍ଵଚ୍ଛ ରୂପ ଏକ ଉତ୍ସବମୟ ପରିବେଶ ସୃଷ୍ଟି କରୁଛି । ଏହାହିଁ ହାସ୍ୟମୟୀ ଲାସ୍ୟମୟୀ  ପ୍ରକୃତିର ଜନସମାଜର ଅବଦାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

News Comment

You Might Also Like

BACK TO TOP