Breaking News

ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||     

ସ୍ୱାୟତ୍ତ ଶାସନ ଦିବସରେ ପୋଲସରା କୁ ମୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ |

31-Aug-2025

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପୋଲସରା ଏନ୍.ଏ.ସି.କୁ ମୁନିସିପାଲଟି ଘୋଷଣା କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।

               ଓଡ଼ିଶା ଜନମତ,

ପୋଲସରା,ସନ୍ତୋଷ କୁମାର ପଣ୍ଡା,ତା.୩୧/୦୮/୨୦୨୫ 

ରବିବାର:- ଆଜି ପୋଲସରା ଅଞ୍ଚଳବାସୀଙ୍କ ପାଇଁ ଏକ ସ୍ମରଣୀୟ ଉତ୍ସବ ଦିବସ ହୋଇଯାଇଛି। ଗତ ନିର୍ବାଚନରେ ଦେଇଥିବା ରାଜ୍ୟ ବିଜେପି ସରକାର ନିଜର ପ୍ରତିଶୃତି ପାଳନ କରିଛନ୍ତି। ସମଗ୍ର ରାଜ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ- ୨୦୨୫ ପାଳନ ହୋଇଯାଇଥିବାବେଳେ ୧୨୪ ନଂ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୋଲସରା ଏଵଂ ବୁଗୁଡ଼ା ଏନ୍ଏସିରେ ମଧ୍ୟ ବହୁ ଧୁମଧାମ ଭବ୍ୟ ଦିବ୍ୟ ସହକାରେ ପାଳିତ ହୋଇଥିଲା। ଏହି ଅବସରରେ ପୋଲସରା ସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏନ୍ଏସି ପକ୍ଷରୁ ଏକ ସୁନ୍ଦର ବର୍ଣ୍ଣାତ୍ୟ ସଭା ଏଵଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଅଣକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ,ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପ୍ରମୋଦ କୁମାର ରଥ ଏବଂ ସମ୍ମାନୀତ ଅତିଥିଭାବେ ଆସ୍କା ସା°ସଦ ଅନିତା ଶୁଭଦର୍ଶିନୀ  ପଟ୍ଟନାୟକ,ପୋଲସରା ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ପ୍ରଧାନ,ପୋଲସରା ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର, ପୁରୁଷୋତ୍ତମପୁର ପୋଲିସ ଉପଖଣ୍ଡ ଆରକ୍ଷୀ ନିରୀକ୍ଷକ ସୁଜିତ କୁମାର ନାୟକ, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ଉପରୋକ୍ତ ଗୋପବନ୍ଧୁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀ, ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ ଓ ଉପରପାଳ ବିଷ୍ଣୁପ୍ରିୟା ସାହୁ,ଘୁମୁସର ଜିଲ୍ଲା ବିଜେପି ଉପସଭାପତି ତଥା ବିଶିଷ୍ଠ ସମାଜସେବୀ ପ୍ରଭାକର ପଣ୍ଡା,ଘୁମୁସର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ ଓ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଏ. ନୀଳମାଧବ ଆଚାରି,ପୋଲସରା ଏନ୍ଏସି ନଗରପାଳ/ଉପନଗରପାଳ ସଂଗୀତା ବେହେରା ଓ ସନ୍ତୋଷ କୁମାର ବେହେରା ଏଵଂ ୧୯ ଗୋଟି ୱାର୍ଡର କାଉଁନସିଲରମାନେ ଯୋଗଦେଇଥିଲେ। ସଭା କାର୍ଯ୍ୟକ୍ରମକୁ ମନ୍ତ୍ରୀ ଏବଂ ଅନ୍ୟସମସ୍ତ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ପରେ ଏନ୍ଏସି ତରଫରୁ ସମସ୍ତ ଅତିଥିମାନଙ୍କୁ ମଞ୍ଚ ଉପରକୁ ସ୍ବାଗତ ଏଵଂ ପାର°ପାରିକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଅତିଥିବୃନ୍ଦ ସ୍ୱାୟତ୍ତ  ଶାସନ ଦିବସର ମହତ୍ତ୍ଵ, ଉଦ୍ଦେଶ୍ୟ,ଲକ୍ଷ୍ୟ ଏଵଂ ପୋଲସରା ସହରର ସର୍ବାଙ୍ଗିନ ଉନ୍ନତି ଏବଂ ବିକାଶକୁ ନେଇ ନିଜନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଆଭାସି ଜରିଆରେ ଭୁବନେଶ୍ବରରେ ସରକାରଙ୍କ ଦ୍ଵାରା ଆୟୋଜିତ ରାଜ୍ୟବ୍ୟାପୀ ସ୍ୱାୟତ୍ତ ଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ନୂତନ ଏନ୍ଏସି ଏବଂ ମୁନିଶିପାଲିଟି ଘୋଷଣା କରିବା ପରିପ୍ରେକ୍ଷୀରେ ପୋଲସରାକୁ ମଧ୍ୟ ମୁନିଶିପାଲିଟିଭାବେ ଘୋଷଣା କରିଥିଲେ। ଏହି ଘୋଷଣା ଶୁଣିବାପରେ ସମଗ୍ର ପୋଲସରାରେ ଖୁସିର ଲହଡ଼ି ଖେଳିଯିବା ସହ ବାଣଫୁଟାଇ ସ୍ବାଗତ ଜଣାଇଥିଲେ। ଏଥିସହ ମଞ୍ଚରେ ଉପସ୍ଥିତ ମନ୍ତ୍ରୀ, ସା°ସଦ,ବିଡ଼ିଓଙ୍କୁ, ଏନ୍ଏସି ତରଫରୁ ନଗରପାଳ,ଉପନଗରପାଳଙ୍କ ସମେତ ସମସ୍ତ କାଉଁନସିଲରବୃନ୍ଦ  ସମସ୍ତେ ସ୍ଵତନ୍ତ୍ରଭାବେ ଅଭିନନ୍ଦନ ଏବଂ ଧନ୍ୟବାଦ୍ ଜଣାଇଥିଲେ। ଏହି ସମୟରେ ମନ୍ତ୍ରୀ ମହୋଦୟ ନିଜର ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ,ପ୍ରଧାନମନ୍ତ୍ରୀ ଓ ରାଜ୍ୟନଗର ଉନ୍ନୟନ ମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିବାସହିତ ନୂତନଭାବେ ମୁନିଶିପାଲିଟିର ମାନ୍ୟତା ପାଇଥିବା ପୋଲସରାର ସର୍ବାଙ୍ଗିନ ଉନ୍ନତି ଏବଂ ବିକାଶ ପାଇଁ ଦଳମତ ନିର୍ବିଶେଷରେ ପରଷ୍ପର ମତଭେଦ ଭୁଲି ଐକବଦ୍ଧ ଭାବେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ପରେ ପୂର୍ବରୁ ଅନୁଷ୍ଠିତ "ସ୍ୱାୟତ୍ତ ଶାସନ ଦିବସ" ବିଷୟକୁ ନେଇ କେବଳ ଏନ୍ଏସି ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଏନ୍ଏସି ତରଫରୁ ଟ୍ରଫି ଏଵଂ ପ୍ରଶ°ସାପତ୍ର ଏଵଂ ସରକାରଙ୍କ ଯୋଜନା ଅନ୍ତର୍ଗତ ଆବାସ ଯୋଜନାର କାର୍ଯ୍ୟାଦେଶ, ଖାଉଟିକାର୍ଡ ଏଵଂ କାମଧେନୁ ଯୋଜନାରେ ୧୦୭ ଜଣ ମହିଳାଙ୍କୁ ୫ କୋଟି ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଦିବସର ପ୍ରତ୍ୟୁଷରୁ ପୂର୍ବାହ୍ନ ସମୟ ମଧ୍ୟରେ ଏନ୍ଏସି ପକ୍ଷରୁ ରାମଧୂନ୍,ଜାତୀୟ ପତାକା ଉତ୍ତଳୋନ,ସଫେଇ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ପୋଷାକ ବଣ୍ଟନ,ସହରସ୍ଥିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଏଵଂ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫଳ ବଣ୍ଟନ କାର୍ଯ୍ୟ ସଂପୂଣ୍ଣ କରାଯାଇଥିଲା। ସଂପୂଣ୍ଣ କାର୍ଯ୍ୟକ୍ରମଟି କାର୍ଯ୍ୟନିର୍ବାହୀ ଅଧିକାରୀ, କୈଳାସ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇଥିବାବେଳେ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ୍ ଓ କର୍ମଚାରୀଙ୍କ ସମେତ ମଂଚ ପରିଚାଳନାରେ ଷ୍ଟାଫ୍ ଭଗବାନ ପ୍ରଧାନ, ଯୁବ ସାହିତ୍ୟିକ ଦେବାଶିଷ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଛୋଟ ଛୋଟ ପୁଅ ଓ ଝିଅମାନଙ୍କ   ଦ୍ବାରା ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

News Comment

You Might Also Like

BACK TO TOP