Breaking
News
Breaking
News
25-Jul-2025
ପତି ହତ୍ୟା ଅଭିଯୁକ୍ତ ପତ୍ନୀ ନିର୍ଦୋଷରେ ଖଲାସ।,
ଓଡିଶା ଜନମତ, ବ୍ରହ୍ମପୁର, କୈଳାସ ଚନ୍ଦ୍ର ଚୌଧୁରୀ,
ଗତ ୨୦୨୨ ମସିହାରେ ଜରଡା ଥାନା ଅର୍ନ୍ତଗତ ଜରଡା ଗ୍ରାମରେ ଦୋକାନ କରି ପରିବାର ଚଳାଉଥିବା ଜି ଏଲେୟା ନାମକ ଜଣେ ବ୍ୟକ୍ତିକୁ ନିଜ ସ୍ତ୍ରୀ ଦମୟନ୍ତୀ ଶବର ହତ୍ୟା କରିଥିବା ଅଭିଯୋଗ ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏହି ଘଟଣା କୁ ନେଇ ମୃତ ଏଲେୟା ର ଭାଇ ଗୁରୁ ମୁର୍ତ୍ତୀ ଥାନା ରେ ଅଭିଯୋଗ କରିଥିଲା ଓ ପୋଲିସ ଅଭିଯୋଗ ଗ୍ରହଣ କରି ଅଭିଯୁକ୍ତ ଦମୟନ୍ତୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ଘଟଣାରେ ୧୪ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଆବଶ୍ୟକ ପ୍ରମାଣ ଅଭାବରୁ ମାନ୍ୟବର ଅଦାଲତ ଚୁଡାନ୍ତ ରାୟ ଶୁଣାଣି କରି ଅଭିଯୁକ୍ତ ଦମୟନ୍ତୀ କୁ ନିର୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତ ଦମୟନ୍ତୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ପଟ୍ଟନାୟକ ମକଦ୍ଦମା ଲଢ଼ୁଥିଲେ।
BACK TO TOP