Breaking News

ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||     

ନୃସିଂହ ନାଥ ରଥ ଅଟକିଲା ବାଲକୋ ନିକଟରେ, ଦେଢ଼ କିମି ରାସ୍ତା ପହଣ୍ଡିରେ ଗଲେମାଉସୀ ମା ମନ୍ଦିର କୁ |

27-Jun-2025

ନୃସିଂହନାଥ ରଥ ଅଟକିଲା ବାଲକୋ ନିକଟରେ  : ଦେଢ କିମି ପହଣ୍ତି ହୋଇ ଗଲେ ମାଉସିମା ମନ୍ଦିରକୁ

ଓଡିଶା ଜନ ମତ,ପଦ୍ମପୁର, ନିରୋଜ କୁମାର ପାଣି, 27/06/25:

ବରଗଡ ଜିଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିରରେ ଶୁକ୍ରବାର ପବିତ୍ର ରଥଯାତ୍ରା ଅବସରରେ ଭକ୍ତ ମାନଙ୍କର ପ୍ରବଳ ଭିଡ ହୋଇ ଥିଲା  । ତିନି ଠାକୁର ମାନଙ୍କୁ ବ୍ରାହ୍ମଣ ସମାଜ ର କର୍ମକର୍ତା ମାନେ ନୂତନ ବସ୍ତ୍ର ପିନ୍ଧାଇ ବେଶ ଭୁଷା କରି ଫୁଲ ଚନ୍ଦନ ତୁଳସୀ ମାଳା ସହ ସୁନ୍ଦର ସାଜଶଯ୍ୟା କରିଥିଲେ । ପୁଜା ପାଠ ନୈବେଦ୍ୟ ଅର୍ପଣ, ଆଳତି କରି ତିନି ଠାକୁରଙ୍କୁ ପହଣ୍ଡିରେ  ରଥ କୁ ଅଣା ଯାଇଥିଲା । ବରଗଡ ସାଂସଦ ପ୍ରଦୀପ ପୁରୋହିତ ଛେରା ପହରା କରିଥିଲେ ।ନୃସିଂହନାଥରୁ ଦୀର୍ଘ  ୪ କିମି ରାସ୍ତାରେ ତିନି ଠାକୁରଙ୍କୁ ରଥରେ ବସାଇ  ଭକ୍ତମାନେ ଟାଣି ଟାଣି କରାଯାଇଥିବା ବେଳେ ରାସ୍ତା ବାରମ୍ବାର ରଶି ଛିଡିବା ସହ ରଥ ଗଡିନଥିଲା ।ବାଲକୋ ନିକଟରେ  ୮ଟା୪୦ ମିନିଟରେ ଅଟକି ଯାଇଥିଲା । ଦେଢ କିମି ପହଣ୍ତି ହୋଇ ଗଲେ ମାଉସିମା ମନ୍ଦିରକୁ
୯ଟାରେ ପାଇକମାଲ ସ୍ଥିତ ମାଉସି ମା ମନ୍ଦିର କୁ ଅଣା ଯାଇଛି । ଅପରାହ୍ନରେ  ବହୁ ସଂଖ୍ୟରେ ଭକ୍ତମାନେ ରଥଯାତ୍ରାରେ ଯୋଗ ଦେଇଥିଲେ ।  ନୃସିଂହନାଥ ରୁ ଅପରାହ୍ନ ୩ଟାରେ ବାହାରି  ପାଇକମାଲ କୁ ଦୁର୍ଗାପାଲି , ଦଣ୍ଡପାଟ ଓ ଜର୍ଜଗଡ଼, ନରସିଂହପଡା ଆଦି ଗ୍ରାମ ଦେଇ ରାସ୍ତା କଡ ମାନଙ୍କରେ ବିଭିନ୍ନ ଝୋଟି ଅଙ୍କାଯାଇ ପୁର୍ଣ୍ଣ  କଳସ ରେ ପାଣି ରଖି ତିନି ଠାକୁର ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ଓ ଶିଶୁ ମାନଙ୍କୁ ରଥ ଛୁଆଁ ଯାଉଥିଲା । ରାତ୍ର ୯ଟା ରେ  ତିନି ଠାକୁର ମାଉସୀ ମା ମନ୍ଦିର  ବିଜେ ହୋଇଛନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ  ଓ ବ୍ୟକ୍ତି ବିଶେଷ ତରଫରୁ ମଧୁର ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ରଥଯାତ୍ରା ପାଇଁ ଆଜି ନୃସିଂହନାଥଙ୍କ ମନ୍ଦିରରେ ସମସ୍ତ ପ୍ରକାର ନୀତିକାନ୍ତି ସମୟ ମୁତାବକ ସେବାୟତ ତଥା ଭକ୍ତଙ୍କର ଦ୍ୱାରା ସମ୍ପାଦନ କରା ଯାଇଥିଲା । ଏଥର ରଥଯାତ୍ରା ରେ ବହୁତ ଭକ୍ତ ଏକତ୍ରିତ ହୋଇଥିବାବେଳେ  ୫ଟି ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ସାମିଲ ହୋଇଥିଲେ । ପଦ୍ମପୁର ଏଡିଏମ କୁନାଲ ମୋତିରାମ ଚୌହାନ, ମନ୍ଦିର ଟ୍ରଷ୍ଟି ତଥା ପାଇକମାଳ ଏବିଡିଓ ଦେବାଶିଷ ସିହ୍ନା,ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ  ପୁରୁଷୋତ୍ତମ ପ୍ରଧାନ,ମନ୍ଦିର କୁଳ ପୁରୋହିତ ସୁନିଲ ପୁରୋହିତ, ମନ୍ଦିର ପୁଜକ ସେବାୟତ, ନୃସିଂହନାଥ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ମାନେ ଓ ଭକ୍ତମାନଙ୍କ ଉପସ୍ଥିତ ରେ ତିନି ଠାକୁରଙ୍କୁ ରଥକୁ ଆଣିଥିଲେ ।

News Comment

You Might Also Like

BACK TO TOP