Breaking
News
Breaking
News
26-Aug-2026
ସାରା ରାଜ୍ୟରେ ପନିର ପରେ ଏବେ ଜୋରାଦାର ହେଲା ମିଠା ଧରପଗଡ଼,
କିଛିଦିନ ତଳେ ଲେଡୀଗୁଡ଼ କହୁଣୀ କୁ ବୋହିଲା ପରେ ସ୍ଵାସ୍ତ୍ୟ ବିଭାଗ ର ଚେତା ପଶିଲା ଏବଂ ପ୍ରଥମେ ସାରା ରାଜ୍ୟରେ ଅପମିଶ୍ରିତ ପନିର ଉପରେ ଚଢ଼ାଉ କରାଗଲା | ଯାହାଦ୍ୱାରା ଅସାଧୁ ବ୍ୟବସାୟୀ ଙ୍କୁ ଶକ୍ତ ଝଟକା ଲାଗିଲା | ଏବେ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ରାଜ୍ୟ ସ୍ଵାସ୍ତ୍ୟ ବିଭାଗ ର ଖାଦ୍ୟ କଣ୍ଟ୍ରୋଲ ବିଭାଗ ଅଧିକାରୀ ମାନେ ସାରା ରାଜ୍ୟ ଏବଂ ପାହାଳ ରସଗୋଲା,ମିଠା ଦୋକାନରେ ଚଢ଼ାଉ ଜୋରଦାର ଚାଲିଛି | ତେବେ ଜନସାଧାରଣ ଙ୍କ କହିବା କଥା ଯଦି ପ୍ରତେକ ମାସରେ କିମ୍ବା ତିନି ମାସରେ ସବୁ ଖାଦ୍ୟ ପଦାର୍ଥ ଉପରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ଏପରି ଚଢ଼ାଉ ହେଲେ ଅସାଧୁ ବ୍ୟବସାୟୀ ମାନେ ହୁଏତ ତାଙ୍କ ଅପମିଶ୍ରିତ କାରବାର ଉପରେ ଟିକେ ରୋକ ଲଗାଇ ପାରିଥାନ୍ତେ | ତେବେ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଵାସ୍ତ୍ୟ ବିଭାଗ ର ଚଢ଼ାଉ ଜାରି ରହିଛି |
ରାଜ୍ୟରେ ପନିର ଏବଂ ଛେନାରେ ଅପମିଶ୍ରଣ ସମସ୍ୟା ଦୂର କରିବା ପାଇଁ ଓମଫେଡ୍ ପ୍ରମୁଖ ଭୂମିକା ଗ୍ରହଣ କରିବ। ଓମ୍ଫେଡ୍ ପନିରର ଗୁଣବତ୍ତା ଓ ଶୁଦ୍ଧତା ନିଶ୍ଚିତ କରିବା ପାଇଁ ପ୍ଲାଣ୍ଟରେ କଠୋର କ୍ବାଲିଟି କଣ୍ଟ୍ରୋଲ ସିଷ୍ଟମ ଅନୁସରଣ କରିଥାଏ। ସାଧାରଣ ସମୟରେ ଓମଫେଡ୍ ପ୍ରତିଦିନ ପ୍ରାୟ ୧ ଟନ୍ ପନିର ଉତ୍ପାଦନ କରୁଥିବାବେଳେ, ପର୍ବପର୍ବାଣୀ ସମୟରେ ଚାହିଦା ଅନୁସାରେ ଏହାକୁ ୩ ଟନ୍ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥାଏ। ବଜାରରେ ଆବଶ୍ୟକତା ଅଧିକ ରହିଲେ ଓମ୍ଫେଡ୍ ଅଧିକ ପନିର ଯୋଗାଇବ।
ରାଜଧାନୀରେ ଖାଦ୍ୟ ସୁରକ୍ଷା ବିଭାଗର କଡ଼ା ଆକ୍ସନ୍। ରାଖୀ ପୂର୍ଣ୍ଣିମା ପୂର୍ବରୁ ବଜାରରେ ଅପମିଶ୍ରିତ ତଥା ନକଲି ଛେନା ଓ ପନିର ବିକ୍ରିକୁ ରୋକିବା ପାଇଁ ଫୁଡ୍ ସେଫ୍ଟି ଟିମ୍ ପକ୍ଷରୁ ପାହାଳରେ ଅଚାନକ ଚଢ଼ାଉ କରାଯାଇଛି। ‘ଫୁଡ୍ ସେଫ୍ଟି ଅନ୍ ହୁଇଲ୍ସ’ ଭ୍ୟାନ୍ ଜରିଆରେ ଛେନା ଓ ପନିରର ମାନ ପରୀକ୍ଷା ସହ ମିଠା ନମୁନାଗୁଡ଼ିକୁ ଲ୍ୟାବ୍କୁ ପଠାଯାଇଛି। ସେପଟେ ରାଜ୍ୟରେ ପନିର ଓ ଛେନାର ଅଭାବ ଦୂର କରିବାକୁ ଓମଫେଡର ବ୍ୟାପକ ବ୍ୟବହାର ଉପରେ ସରକାର ଯୋଜନା କରୁଛନ୍ତି।
ରାଖି ପୂର୍ଣ୍ଣିମାକୁ ଆଖି ଆଗରେ ରଖି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରାଜଧାନୀ ଓ ଉପକଣ୍ଠରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ପାହାଳରେ ନକଲି ଛେନା ଏବଂ ପନିର ବିକ୍ରି ରୋକିବା ପାଇଁ ଅଚାନକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫୁଡ୍ ସେଫ୍ଟି ଅନ୍ ହୁଇଲ୍ସ ଭ୍ୟାନ ଧରି ଘଟଣାସ୍ଥଳରେ ହିଁ ଛେନା ଓ ପନିରର ମାନ ଯାଞ୍ଚ କରାଯାଇଛି। ମିଠା ନମୁନାଗୁଡ଼ିକୁ ପରୀକ୍ଷାଗାରକୁ ପଠାଯାଇଛି। ଚଢ଼ଉ ଦେଖି ପାହାଳର ଏକାଧିକ ମିଠା ଦୋକାନ ସକଳୁ ଖୋଲାଥିବା ସତ୍ତ୍ୱେ ଦିନ ୧୨ଟା ବେଳକୁ ତାଲା ପକାଇ ଦେଇଥିଲେ। କେବଳ ଚଢ଼ଉ ନୁହେଁ, ବରଂ ନକଲି ଛେନା ଓ ପନିର କିପରି ଚିହ୍ନଟ କରାଯିବ; ସେନେଇ ଦୋକାନୀମାନଙ୍କୁ ପ୍ରଶିକ୍ଷଣ ସହ ଗ୍ରାହକଙ୍କୁ ସୁରକ୍ଷିତ ଖାଦ୍ୟ ଯୋଗାଇବା ପାଇଁ ସଚେତନ କରାଯାଇଛି। ଅପମିଶ୍ରଣ ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ସହିତ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଫୁଡ୍ ସେଫ୍ଟି ବିଭାଗର ଏଭଳି କଡ଼ା କାର୍ୟ୍ୟାନୁଷ୍ଠାନ ଅପମିଶ୍ରଣକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଗ୍ରାହକମାନେ କିପରି ସୁରକ୍ଷିତ ଓ ଶୁଦ୍ଧ ଖାଦ୍ୟ ପାଇବେ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। କିନ୍ତୁ ଅପମିଶ୍ରଣ କରୁଥିବା ମୂଳ ଉତ୍ସ ପାଖରେ ଏପର୍ୟ୍ୟନ୍ତ ପହଞ୍ଚି ପାରିନାହାନ୍ତି ଖାଦ୍ୟା ସୁରକ୍ଷା ଅଧିକାରୀ।
BACK TO TOP