Breaking News

ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||   (27-Aug-2026)       ||      ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||      ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |    (27-Aug-2026)       ||      ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||     

କଳିଙ୍ଗା ଘାଟିରେ ଭୁଶୁଡି ଗଲା ନିର୍ମାଣଧୀନ ସୁରକ୍ଷା ପ୍ରାଚୀରି ,ସଙ୍କୀର୍ଣ ରାସ୍ତାରେ ଯାତାୟାତ କରୁଛି ଜାନ ବାହାନ |

19-Jun-2025

କଳିଙ୍ଗାଘାଟିରେ ଭୁଶୁଡ଼ିଗଲା ନିର୍ମାଣାଧୀନ ସୁରକ୍ଷା ପାଚେରି କାମ ସଂକୀର୍ଣ୍ଣ ରାସ୍ତାରେ ଯାତାୟାତ କରୁଛି ଯାନବାହନ

ଓଡିଶା ଜନମତ ଭଞ୍ଜନଗର, ସପନ କୁମାର ସେଠୀ

କଳିଙ୍ଗାଘାଟିର ଅନ୍ଧାରକୋଟି ଠାରେ ଜାତୀୟ ରାଜପଥ ନଂ୧୫୭ ଉପରେ ନିର୍ମାଣାଧୀନ ସୁରକ୍ଷା ପାଚେରି କାମ ଭୁଶୁଡ଼ି ପଡ଼ିବା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି। ଫଳରେ ଯାନବାହନ ଯାତାୟାତ କରିବା ଅସୁବିଧା ହୋଇପଡ଼ିଛି । ଗତକାଲି ସନ୍ଧ୍ୟା ସମୟରେ ଏହା ଘଟଣା ଘଟିଛି। ତେବେ ଠିକା କାର୍ଯ୍ୟ କରୁଥିବା ସଂସ୍ଥା ଏବେ ଏହାକୁ ସଜାଡ଼ିବାରେ ଲାଗିଛନ୍ତି। ପ୍ରକାଶ ଥାଉକି, ଗତବର୍ଷ ମଧ୍ୟ ଏହିଭଳି କାର୍ଯ୍ୟ ଚାଲୁଥିବା ସମୟରେ ଏମିତି ଭୁଶୁଡ଼ି ପଡିଥିଲା। କାର୍ଯ୍ୟ କରୁଥିବା ବାହାର ରାଜ୍ୟର ଠିକା ସଂସ୍ଥା ଏହାକୁ ସଜାଡ଼ି ଥିବା ବେଳେ ପୁଣି ଗତକାଲି ଭୁଶୁଡ଼ି ପଡ଼ିଛି। ବାରମ୍ବାର ଏହି କାର୍ଯ୍ୟ ଭୁଶୁଡ଼ିବା ଯୋଗୁଁ କାର୍ଯ୍ୟର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଯଦି ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଏ ତାହା ହେଲେ ଦକ୍ଷିଣ ଓଡ଼ିଶା ସ‌ହ ପଶ୍ଚିମ ଓଡ଼ିଶାର ସଂଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, କଳିଙ୍ଗାଘାଟି ଗଞ୍ଜାମ ଜିଲ୍ଲା ସହ କନ୍ଧମାଳ ଜିଲ୍ଲା ସଂଯୋଗ କରୁଛି। ଏହି ଘାଟି ଦେଇ ଦୈନିକ ପ୍ରାୟ ଶହଶହ ଗାଡ଼ି ଯିବାଆସିବା କରୁଛି। କନ୍ଧମାଳରୁ ଭୁବନେଶ୍ଵର, ବ୍ରହ୍ମପୁର ଓ ଭଞ୍ଜନଗର ଆଦି ବିଭିନ୍ନ ସ୍ଥାନକୁ
ଯାତାୟାତ କରୁଥିବା ବେଳେ ବାହାର ଜିଲ୍ଲାରୁ ରାୟଗଡ଼ା, ରାୟପୁର, କଳାହାଣ୍ଡି, ରାଉରକେଲା ଓ ସମ୍ବଲପୁର ଆଦି ବିଭିନ୍ନ ସ୍ଥାନକୁ ବହୁ ଯାତ୍ରୀବାହୀ ବସ୍, ମାଲବାହୀ ଟ୍ରକ୍, କାର୍ ଓ ବାଇକ୍ ଯିବାଆସିବା କରନ୍ତି। କଳିଙ୍ଗା ଘାଟି ଦୀର୍ଘ ୧୦ କିମି ସୀମା ରହିଥିବା ବେଳେ ଅନ୍ଧାରକୋଟି ଠାରେ ପ୍ରାୟ ଦୁଇ ବର୍ଷ ହେବ ରାସ୍ତା ଓସାର କାମ ଚାଲୁ ରହିଛି। ରାସ୍ତା କାମ ଚାଲିଥିବା ବେଳେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁରକ୍ଷା
ପାଚେରି କାର୍ଯ୍ୟ କିପରି ଦୁଇ ଦୁଇ ଥର ଭୁଶୁଡ଼ି ପଡ଼ିଲାଣି, ସେ ନେଇ ଧ୍ୟାନ ଦେବାକୁ ଦାବି ହୋଇଛି। ଭବିଷ୍ୟତରେ ଯଦି କୌଣସି ପ୍ରକାରେ ଏମିତି ଗାର୍ଡ଼ୱାଲ ଭୁଶୁଡ଼ିଯାଏ, ତେବେ ସେହି ସମୟରେ ଯାତାୟାତ କରୁଥିବା ଯାତ୍ରୀବାହୀ ବସ୍ କିମ୍ବା ଟ୍ରକ୍‌ର ଅବସ୍ଥା କ`ଣ ହେବ ତାହା କହିବା ମୁସ୍କିଲ । ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଏହି କାମ ପ୍ରତି ସମ୍ପୂର୍ଣ୍ଣ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

News Comment

You Might Also Like

BACK TO TOP