Breaking News

"ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ପାଳିତ |   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||      ରକ୍ଷାବନ୍ଧନ ରେ 120 ଭାଇ ହାତରେ ନିଶା ମୁକ୍ତ ପାଇଁ ରାକ୍ଷୀ ବାନ୍ଧିଲେ 120 ଭଉଣୀ ||   (28-Aug-2026)       ||      ଯାତ୍ରା କରୁଥିଲା ବେଳେ ହଠାଥ ପେଣ୍ଡେଲ ରେ ଅସୁସ୍ଥ ହୋଇ ପଡିଲେ ପିୟୁଷ ତ୍ରିପାଠୀ ||   (28-Aug-2026)       ||      ପାଇକ ମାଳ ରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ନେପାଳ ବନ୍ୟା ରେ ବହୁତ ଓଡ଼ିଆ ଙ୍କୁ ଠାବ ମଧ୍ୟରେ ଖୋର୍ଦ୍ଧା ର ଦୁଇ ଦମ୍ପତି ଏବେବି ନିଖୋଜ ||   (28-Aug-2026)       ||      ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||     

କୋଭିଡ଼ ସମୟରେ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଅକ୍ସିଜେନ ପ୍ଲାଣ୍ଟ ଅଚଳ |

15-Jun-2025

କୋଭିଡ୍ ବେଳେ ସ୍ଥାପିତ ଅକ୍ସିଜେନ୍ ପ୍ଲାଣ୍ଟ୍ ଅଚଳ ହୋଇ ପଡିଛି

ଓଡିଶା ଜନମତ, ଭଞ୍ଜନଗର ସପନ କୁମାର ସେଠୀ 
ତା-15/06/25

ଭଞ୍ଜନଗର,- କରୋନା ମହାମାରୀ ସମୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସ୍ଥାପିତ ଅକ୍ସିଜେନ୍ ପ୍ଲାଣ୍ଟ୍ ଚାରି ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ପ୍ରତିଷ୍ଠା ପରଠୁ ଏହା ଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇନାହିଁ। ୨୦୨୧ ମସିହାରେ ଏହାକୁ ସ୍ଥାପନ କରାଯାଇଥିବା ବେଳେ ଯନ୍ତ୍ରାଂଶ ତ୍ରୁଟି କାରଣରୁ କାର୍ଯ୍ୟକ୍ଷମ କରାଯାଇ ପାରି ନଥିଲା । ବହୁ ବାଧାବିଘ୍ନ ପରେ ୨୦୨୩ ଏପ୍ରିଲ୍ ମାସରେ କାର୍ଯ୍ୟକ୍ଷମ ହେଲା I କିନ୍ତୁ ଏହାର ତିନି ମାସ ପରେ ତାହା ପୁଣି  ଯନ୍ତ୍ରାଂଶ ମିଳୁନ ଥିବା ଓ  ମେକାନିକ୍ ନ ଥିବାଯୋଗୁଁ ପୁଣି  ବନ୍ଦ ହୋଇଗଲା।  ଏ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଉନାହାନ୍ତି।
କରୋନା ମୁକାବିଲା ପାଇଁ ରାଜ୍ୟର ୪୦ଟି ସ୍ଥାନରେ ଅକ୍ସିଜେନ୍ ପ୍ଲାଣ୍ଡ୍ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତା ନେଇଥିଲେ । ଏହିକ୍ରମରେ ବ୍ରହ୍ମପୁର ଏମକେସିଜି ବଡ଼ଡାକ୍ତରଖାନା ପରିସରରେ ଅକ୍ସିଜେନ୍ ପ୍ଳାଣ୍ଟ୍ କାର୍ଯ୍ୟକ୍ଷମ ହୋଇଛି। ତେବେ ବଡ଼ମେଡିକାଲକୁ ଭଞ୍ଜନଗରର ଦୂରତା ଅଧିକ ରହୁଥିବାରୁ ବେଲଗୁଣ୍ଠା,ସୋରଡ଼ା, ବୁଗୁଡ଼ା, ଜଗନ୍ନାଥପ୍ରସାଦ ସମେତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି, ଚକାପାଦ ଓ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଆଦି ଅଞ୍ଚଳର ରୋଗୀଙ୍କ ସୁବିଧା ପାଇଁ ପ୍ଲାଣ୍ଟ୍ ସ୍ଥାପନ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ୍ (ଏଆଇଏଫ୍) ଅର୍ଥ ପ୍ରଦାନ କରିଥିବା ବେଳେ ଅହମ୍ମଦାବାଦର ‘ଲାଭ୍ ଗ୍ରୁପ୍’ ପକ୍ଷରୁ ପ୍ଲାଣ୍ଡ୍ ନିର୍ମାଣ ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରାଯାଇଥିଲା। ଏହାପରେ ପୂର୍ବ ବିଭାଗ ପକ୍ଷରୁ ଡାକ୍ତରଖାନାର ପ୍ରାୟ ସବୁ ବିଭାଗର ପ୍ରତି ଶଯ୍ୟା ନିକଟକୁ ପାଇପ୍ ଯୋଗେ ଅକ୍ସିଜେନ୍ ପହଞ୍ଚାଇବା ପାଇଁ ପାଇପ୍ ସଂଯୋଗ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇଥିଲା। ତେବେ ପରୀକ୍ଷଣ ବେଳେ ପ୍ଲାଣ୍ଟ୍‌ରେ ଥିବା ମେସିନ୍‌ରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା। ଦୀର୍ଘଦିନ ପରେ ସଂପୃକ୍ତ କମ୍ପାନିକୁ ଅବଗତ କରିବା ପରେ ରିଲେ ସେନ୍ସର୍‌କୁ ୨୦୨୩ ମସିହା ଏପ୍ରିଲ୍ ମାସରେ ସଜଡ଼ାଯାଇଥିଲା। ଏଥିପାଇଁ ପ୍ରାୟ ୮୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।
କିଛିଦିନ ଚାଲିବା ପରେ ପ୍ଲାଣ୍ଟ୍‌ରେ ଥିବା ପ୍ରି-ଫିଲ୍ମର ଓ କାର୍ବନ ଫିଲ୍ମର ଭଳି କିଛି ଯନ୍ତ୍ରାଂଶରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏଥିପାଇଁ ପୁଣି ପ୍ରାୟ ୮୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ତଥାପି ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହୋଇପାରିନାହିଁ। ୨୦୨୩ ଜୁଲାଇରୁ ପ୍ଲାଣ୍ଡ୍ ଅଚଳ ହୋଇ ପଡ଼ିରହିଛି କିନ୍ତୁ ଯନ୍ତ୍ରାଂଶ ସଜାଡ଼ିବାକୁ ସ୍ଥାନୀୟ ମେକାନିକ୍ ନାହାନ୍ତି କି ନୂଆ ଯନ୍ତ୍ରାଂଶ ବି ରାଜ୍ୟରେ ଉପଲବ୍ଧ ନାହିଁ। ସଂପୃକ୍ତ କମ୍ପାନି ସହ ପାଗାଯୋଗ କରି ପରବର୍ତ୍ତୀ ପଦକ୍ଷେପ ନିଆଯାଉଥିବାରୁ ନାନା ସମସ୍ୟା ଉପୁଜୁଛି।  ବର୍ତ୍ତମାନ ସିଲିଣ୍ଡର୍ ଓ କନ୍‌ସେନଟ୍ରେଟର୍‌ ଦ୍ବାରା ଆବଶ୍ୟକ କରୁଥିବା ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି| ବର୍ତ୍ତମାନ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରୋଗୀ ଡାକ୍ତରଖାନା ଆସୁଥିବା ବେଳେ ଆଶୁ ଚିକିତ୍ସା ପାଇଁ ଅକ୍ସିଜେନ୍‌ର ବହୁଳ ଆବଶ୍ୟକତା ରହୁଛି।ସୂଚନାଯୋଗ୍ୟ ଯେ ବର୍ତ୍ତମାନ କୋରନା ମହାମାରୀ ପୁଣି ମୁଣ୍ଡ ଟେକି ଥିବା ବେଳେ ଅକ୍ସୀଜେନ ର ଆବଶ୍ୟକତା ବଢ଼ିପାରେ।ତେଣୁ ଏହି ପରି କ୍ଷେତ୍ରରେ ଯଦି ଏହି ଅକ୍ସୀଜେନ ପ୍ଲାଣ୍ଟ ଯଦି କାର୍ଯ୍ୟକ୍ଷମ ହୋଇ ପାରେ ତା ହେଲେ ଏହା ରୋଗୀ କଲ୍ୟାଣ ରେ ଲାଗି ପାରିବ।

News Comment

You Might Also Like

BACK TO TOP