Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ପଣ୍ଡିତ ଗାଁ ସ୍କୁଲ ରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ||

10-Feb-2025

ଖଲ୍ଲିକୋଟ: ବ୍ଲକ୍ ସ୍ତରୀୟ ନିପୁଣ ଓଡ଼ିଶା ମେଳା ପଣ୍ଡିତ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ,

ଓଡିଶା ଜନମତ ବ୍ୟୁରୋ,

ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ପଥରା କ୍ଲଷ୍ଟର ତରଫରୁ ବ୍ଲକ୍ ସ୍ତରୀୟ "ନିପୁଣ ଓଡ଼ିଶା ମେଳା" କେଶପୁର ସ୍ଥିତ ପଣ୍ଡିତ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଆୟୋଜିତ ମେଳାର ଶୁଭ ଉଦଘାଟନ କରିଥିଲେ । ପଥରା କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରକାଶ ଚନ୍ଦ୍ର ସେଠୀ  ସର୍ବ ପ୍ରଥମେ ପ୍ରାକ୍ ସୂଚନା ପ୍ରଦାନ ପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ସି ଆର୍ ସି ସି ରାଜେନ୍ଦ୍ର ପ୍ରସାଦ ପଣ୍ଡା ଦୀପ ମନ୍ତ୍ର ଗାନ ପରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସରକାରୀ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଣ୍ଡିତ ଗାଁର ଛାତ୍ରୀମାନେ ନିପୁଣ ଓଡ଼ିଶା ମେଳା ଗୀତର ତାଳେ ତାଳେ ନାଚିଥିଲେ । ସି ଆର୍ ସି ସି ଲିପନ ପଣ୍ଡା ଉପସ୍ଥିତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀଙ୍କୁ ନିପୁଣ ଓଡ଼ିଶା ଶପଥ ପାଠ କରାଇଥିଲେ । 
ଏହି ଅବସରରେ ଆୟୋଜିତ ଉତ୍ସବରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ସ୍ୱତନ୍ତ୍ର ଅତିଥି, ଗଷ୍ଠୀ ଶିକ୍ଷା ଅଧିକାରୀ ସଦ୍ୟସ୍ମାନ ପଣ୍ଡା ମୁଖ୍ୟ ବକ୍ତା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟର ପ୍ରଶିକ୍ଷକ ମୁକ୍ତିକାନ୍ତ ବେହେରା, ବି ଆର୍ ସି ସି ସୁଶ୍ରୀ ସୁଷମା ଶବର , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ନାୟକ, ଶ୍ରୀକୃଷ୍ଣ ଶରଣପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୁବିଲତା ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନିପୁଣ ଓଡ଼ିଶା ମେଳା ଆୟୋଜନର ଲକ୍ଷ୍ୟ ଆଭିମୁଖ୍ୟ, ମୈ।ଳିକ ସାକ୍ଷରତା, ସଂଖ୍ୟା ଜ୍ଞାନ ସମ୍ପର୍କରେ ଧାରଣା, ଜାତୀୟ ଶିକ୍ଷା ନୀତି , ଶିକ୍ଷାର୍ଥୀଙ୍କ ନିମନ୍ତେ ଶିକ୍ଷଣ ସାମଗ୍ରୀ ମେଳା ଆୟୋଜନର ଆବଶ୍ୟକତା ଆଦି ବହୁବିଧ ଦିଗ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ଉତ୍ସବରେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱପ୍ନାପ୍ରଭା ନାୟକ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ଉତ୍ସବରେ ଷୋହଳ ଗୋଟି କ୍ଲଷ୍ଟରର ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ବହୁଳ ସଂଖ୍ୟାରେ ପ୍ରଦର୍ଶିତ ଶିକ୍ଷଣ ସାମଗ୍ରୀ ବିଭିନ୍ନ ଷ୍ଟଲରେ ସୁସଜ୍ଜିତ ହୋଇ ସ୍ଥାନ ପାଇଥିଲା ।  ଉତ୍ସବରେ ସମସ୍ତ କ୍ଲଷ୍ଟରର ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନପତ୍ର, ଉତ୍ତରୀୟ ସହିତ ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବରେ ସି ଆର ସି ସି ପ୍ରମୋଦ କୁମାର ପ୍ରଧାନ, ନିରଞ୍ଜନ ସେଠୀ, ପବନା ସ୍ୱାଇଁ, ଲିପନ ପଣ୍ଡା, ପ୍ରକାଶ ଚନ୍ଦ୍ର ସେଠୀ, କୃଷ୍ଣଚନ୍ଦ୍ର ପରିଡ଼ା, ସୁଶୀଳ କୁମାର ପଣ୍ଡା, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଶୁଭେନ୍ଦୁ ରାଉତ, ପବିତ୍ର ବେହେରା, ଅନାଥ ଚରଣ ବେହେରା, ପ୍ରଶାନ୍ତ କୁମାର ସେଠୀ, ରବୀନ୍ଦ୍ର କୁମାର ନାହାକ, ନିରଞ୍ଜନ ଗୁରୁ, ପ୍ରଜ୍ଞା କୁମାର ପଟ୍ଟନାୟକ, ଡକ୍ଟର ଦ୍ବାରିକାନାଥ ମହାରଣାଙ୍କୁ ଉତ୍ତରୀୟ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଜଣାଶୁଣା ଗଣ ମାଧ୍ୟମ ପ୍ରତିନିଧି ନୀଳାଚଳ ସେନାପତିଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସଦ୍ୟସ୍ମାନ ପଣ୍ଡା ପୁଷ୍ପଗୁଚ୍ଛ, ଉତ୍ତରୀୟ ସହିତ ସମ୍ମାନୀତ କରିଥିଲେ ।
ଅନୁଷ୍ଠାନର ଶିକ୍ଷାର୍ଥୀମାନେ ପାରମ୍ପରିକ ପାଇକା ଆଖଡ଼ା କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଅନୁଷ୍ଠିତ ମେଳାରେ ବ୍ଲକ୍ ଅଧୀନସ୍ଥ ବହୁ ବିଦ୍ୟାଳୟର ଉତ୍ସାହୀ ଛାତ୍ର ଛାତ୍ରୀ, ମାର୍ଗ ଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା, ଶିକ୍ଷାବିତ୍, ବୁଦ୍ଧିଜୀବୀ, ଅଞ୍ଚଳବାସୀ ଯୋଗଦାନ କରିଥିଲେ । ନିପୁଣ ଓଡ଼ିଶା ମେଳା ନିମନ୍ତେ ପ୍ରଯୁଜ୍ୟ ଅନେକ ଶିକ୍ଷଣ ସାମଗ୍ରୀ ମେଳାରେ ପ୍ରଦର୍ଶିତ ହୋଇଥିବାରୁ ମେଳା ବେଶ୍ ଶିକ୍ଷଣ ଉପଯୋଗୀ ହୋଇଥିଲା । ମେଳାରେ ଅଂଶଗ୍ରହଣକାରୀ ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟ ପ୍ରମାଣପତ୍ର ସହିତ ସମ୍ମାନୀତ କରାଯାଇଥିଲା ।  

୍

News Comment

You Might Also Like

BACK TO TOP