Breaking
News
Breaking
News
07-Nov-2026
ଆମ୍ବଦଳା ଥାନା ଏସ୍ଆଇଙ୍କ ମୃତଦେହ ଉଦ୍ଧାର
ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟରରୁ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଓଡିଶା ଜନମତରାୟଗଡ଼ା,୦୭/୧୧( କାମେଶ୍ୱର କରକରିଆ):- ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନାରେ କାର୍ଯ୍ୟରତ ଏସ୍ଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଥାନା ପରିସରରେ ଥିବା ସରକାରୀ କ୍ୱାର୍ଟର ଭିତରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିବା ସୂଚନା ମିଳିଛି।ଏହି ଘଟଣା ଜଣାପଡ଼ିବା ପରେ ଆମ୍ବଦଳା ଥାନା ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ଏସ୍ଆଇ ଅଶୋକ ପ୍ରଧାନଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଘଟଣାକୁ ନେଇ ପୋଲିସ ବିଭାଗ ମଧ୍ୟରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଏହା ପ୍ରାଥମିକ ସୂଚନା ଆଧାରିତ ଖବର। ତଦନ୍ତ ଓ ଅଧିକାରୀଙ୍କ ଆଧିକାରିକ ବୟାନ ପରେ ଅଧିକ ତଥ୍ୟ ଯୋଡ଼ାଯାଇପାରିବ।
BACK TO TOP