Breaking
News
Breaking
News
15-Sep-2026
ସାଙ୍କୁଡ଼ା ସ୍ଥିତ ଏସଏସଭିଏମ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ l
ବେଗୁନିଆପଡା: 15/09/26 :-
ଏହି ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ସାହୁ ଉଦଘାଟନ କରିଥିବା ବେଳେ ସମ୍ପାଦକ ସନ୍ତୋଷ କୁମାର ମଲ୍ଲିକ, ପ୍ରଧାନ ଆଚାର୍ଯ୍ୟା ମିନି କୁମାରୀ ନନ୍ଦ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ। ପ୍ରଦର୍ଶନୀର ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ ଓ ଅନିଲ ମହାପାତ୍ର ଯୋଗଦେଇ ମୂଲ୍ୟାୟନ କରିଥିଲେ। କନିଷ୍ଠ ଓ ବରିଷ୍ଠ ବିଭାଗରେ ମୋଟ 51 ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ସର୍ବ କନିଷ୍ଠ ବିଭାଗରେ ଅମ୍ବିକା ତାରିଣୀ , ପ୍ରତ୍ୟୁଷ ତିଆଡ଼ି ଓ ଆରାଧ୍ୟା ଜେନା କନିଷ୍ଠ ବିଭାଗରେ ଆୟୁଷ୍ମୀତା ତରେଇ, ଜାଗୃତି ନାୟକ ଓ ପ୍ରତ୍ୟୁଷ ସାହୁ, ବରିଷ୍ଠ ବିଭାଗରେ ଦିବ୍ୟାଂଶୁ ମହାରଣା, ଇ. ସରୋଜିନୀ ପାତ୍ର, ଓ ଶୁଭମ ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ଅମ୍ବିକା ସ୍ବାଇଁଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା। ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ସଂକୁଳ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ ବୋଲି ଜଣାପଡିଛି।
BACK TO TOP