Breaking
News
Breaking
News
25-Aug-2026
ଦେଢ଼ ସହ କୋଟି ଟଙ୍କା ଠକେଇ ମାମଲା ରେ ୫ ଅଭିଯୁକ୍ତ ଗିରଫ
ଓଡିଶା ଜନ ମତ ବ୍ୟୁରୋ,
ଆଜିକାଲି ବହୁତ ଯୁବକ, ଯୁବତୀ ଜନ ସାଧାରଣ ଙ୍କୁ ଠକିବା କାର୍ଯ୍ୟ ରେ ଲାଗି ତାଙ୍କୁ ସତ ମିଛ ମନଭୁଲା କଥା କହି ପରେ ସେମାନଙ୍କ ଠାରୁ ଲୁଟି ନିଅନ୍ତି ଲକ୍ଷ ଲକ୍ଷ କୋଟି ଟଙ୍କା | ତେବେ ଏପରି ଏକ ଚାଞ୍ଚଲ୍ୟ କର ଖବର ଦେଖିବାକୁ ମିଳିଛି ସିଲକ ସିଟି ବ୍ରହ୍ମ ପୁର ସହର ରେ ||ଚାକିରି ଦେବା ନାଁରେ ବେକାର ଯୁବକ-ଯୁବତୀଙ୍କଠାରୁ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶ୍ରୀ ମନୋରଞ୍ଜନ ମହାନ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜେ. ଜଗଦୀଶ କୁମାର ବେହେରାଙ୍କ ସମେତ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ବିଭିନ୍ନ ବିଭାଗରେ ସରକାରୀ ଚାକିରି ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀ ପ୍ରାର୍ଥୀଙ୍କଠାରୁ ବିପୁଳ ଟଙ୍କା ଆଦାୟ କରାଯାଇଥିଲା। ଅଭିଯୋଗକାରୀଙ୍କ ମାଧ୍ୟମରେ ଆଶାୟୀ ପ୍ରାର୍ଥୀଙ୍କଠାରୁ ସଂଗୃହୀତ ଟଙ୍କା ଆକ୍ସିସ୍ ବ୍ୟାଙ୍କ ଓ HDFC ବ୍ୟାଙ୍କ ଖାତାରୁ ଜଗଦୀଶ ବେହେରାଙ୍କ ଭୁବନେଶ୍ୱର ଏସ୍ପ୍ଲାନେଡ୍ ଶାଖାସ୍ଥିତ DBS ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏଥିସହ ସାକ୍ଷୀମାନଙ୍କ ଉପସ୍ଥିତିରେ ଜଗଦୀଶ ବେହେରାଙ୍କୁ ୯୮ ଲକ୍ଷ ଟଙ୍କା ନଗଦ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଠକେଇର ଅନ୍ୟ ଏକ ଦିଗ ହେଉଛି, ଅଭିଯୁକ୍ତମାନେ ଚାକିରି ଆଶାୟୀଙ୍କ ମୂଳ ଶିକ୍ଷାଗତ ପ୍ରମାଣପତ୍ର ମଧ୍ୟ ନିଜ ପାଖରେ ରଖିଥିବା ଅଭିଯୋଗ ରହିଛି। ମୋଟ ୧,୫୦,୫୦,୪୯୮ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିବାବେଳେ, ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଠକେଇରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି ଏବଂ ଅନ୍ୟ ଆଶାୟୀମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ କରୁଛି।
BACK TO TOP