Breaking News

ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||     

ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |

12-Aug-2026

ଖୋର୍ଦ୍ଧା ଜିଲ୍ଲା ଓ.ୟୁ.ଡବ୍ଲୁ.ଜେର ସାଂଗଠନିକ ବୈଠକ ଓ ନୂତନ ସଦସ୍ୟଙ୍କୁ ପରିଚୟପତ୍ର ବଣ୍ଟନ ; 
ସାମ୍ବାଦିକଙ୍କ ସୁରକ୍ଷା, ପେନସନ ଓ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି ଦାବି

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ,
୧୨।୮: -------

ସାମ୍ବାଦିକ ସମାଜ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର କର୍ତ୍ତବ୍ୟ ଓ ଧର୍ମ ପାଳନ କରିଆସୁଛନ୍ତି। ତେଣୁ ସାମ୍ବାଦିକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସହିତ ସେମାନଙ୍କ ଦୀର୍ଘଦିନର ଦାବିଗୁଡ଼ିକ ପୂରଣ ଦିଗରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଖୋର୍ଦ୍ଧାରେ ଅନୁଷ୍ଠିତ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲୁ.ଜେ)ର ସାଂଗଠନିକ ବୈଠକରେ ମତ ପ୍ରକାଶ ପାଇଛି। ଓ.ୟୁ.ଡବ୍ଲୁ.ଜେ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ନୂତନ ଭାବେ ସଂଘର ସଦସ୍ୟତା ଗ୍ରହଣ କରିଥିବା ସାମ୍ବାଦିକମାନଙ୍କୁ ପରିଚୟପତ୍ର ପ୍ରଦାନ ସହିତ ଏକ ସାଂଗଠନିକ ବୈଠକ ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ସାମ୍ବାଦିକ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ।
ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ପିତବାସ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସାମ୍ବାଦିକମାନଙ୍କ ଏକତା ଓ ସାଂଗଠନିକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଭୁବନେଶ୍ୱର ଶାଖା ସଭାପତି ହୃଷିକେଶ ମହାନ୍ତି ମଧ୍ୟ ଉପସ୍ଥିତ ରହି ସାମ୍ବାଦିକଙ୍କ ଅଧିକାର ଓ ସାଂଗଠନିକ ଶୃଙ୍ଖଳା ସମ୍ପର୍କରେ ମତ ରଖିଥିଲେ।
ସମ୍ମାନିତ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଜେଡି ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ, କଂଗ୍ରେସ ନେତ୍ରୀ ସୋନାଲି ସାହୁ, ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି, ଓ.ୟୁ.ଡବ୍ଲୁ.ଜେ ରାଜ୍ୟ ସାଂଗଠନିକ ସମ୍ପାଦକ ଅର୍ଜ୍ଜୁନ ମୁଦୁଲି ଏବଂ ‘ପ୍ରବାହ’ର ସମ୍ପାଦକ ଅଭିମନ୍ୟୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ବୈଠକରେ ବକ୍ତାମାନେ ରାଜ୍ୟରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ସରକାର ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ଦେଇଥିଲେ। ବିଶେଷକରି ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ଜଡ଼ିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନେଇ ଆଲୋଚନା ହୋଇଥିଲା।ବକ୍ତାମାନେ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ସାମ୍ବାଦିକଙ୍କ ଚିକିତ୍ସା ସହାୟତା ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଚଳନ କରାଯାଇଥିଲା। ପ୍ରଥମେ ଏହି ଯୋଜନାରେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ରହିଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯାଇ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇଥିଲା। ବର୍ତ୍ତମାନ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ସାମ୍ବାଦିକମାନଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବନ୍ଦ କରିବା ନେଇ ଚାଲିଥିବା ପ୍ରସ୍ତାବକୁ ଉପସ୍ଥିତ ବକ୍ତାମାନେ ବିରୋଧ କରିଥିଲେ।ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏକ ସ୍ୱତନ୍ତ୍ର ବିଷୟ ହୋଇଥିବାରୁ ଚାଲୁଥିବା ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାକୁ ଅବ୍ୟାହତ ରଖି ଏହାର ପରିସର ଆହୁରି ବଢ଼ାଇବାକୁ ବୈଠକରେ ଦାବି ହୋଇଥିଲା। ବିଶେଷକରି ବୀମା ଯୋଜନାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ କରିବା, ବୀମା ରାଶି ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଏବଂ ଅନ୍ୟ ରାଜ୍ୟ ଗୁଡ଼ିକରେ ଯେପରି ସାମ୍ବାଦିକଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ ରହିଛି, ସେହି ଅନୁରୂପ ବ୍ୟବସ୍ଥା ଓଡ଼ିଶାରେ କରିବାକୁ ଦାବି କରାଯାଇଥିଲା।ଏହା ସହ ସାମ୍ବାଦିକମାନଙ୍କ ବହୁଦିନର ଦାବି ଥିବା ପେନସନ ବ୍ୟବସ୍ଥା, ସାମ୍ବାଦିକଙ୍କ ସୁରକ୍ଷା ନିମନ୍ତେ ଆଇନ ପ୍ରଣୟନ, ଅଧିସ୍ୱୀକୃତି କମିଟିର ଗଠନ ଏବଂ ଅନ୍ୟାନ୍ୟ ସାମ୍ବାଦିକ କଲ୍ୟାଣମୂଳକ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ବୈଠକରେ ଦାବି ଉଠିଥିଲା। ସାମ୍ବାଦିକମାନେ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ଚାପ ଓ ପ୍ରତି କୂଳତାର ସମ୍ମୁଖୀନ ହୋଇ ମଧ୍ୟ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣୁ ଥିବାରୁ ସେମାନଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତାକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ବକ୍ତାମାନେ କହିଥିଲେ।ବୈଠକର ଅନ୍ୟତମ ଆକର୍ଷଣ ଥିଲା ନୂତନ ସଦସ୍ୟମାନଙ୍କୁ ପରିଚୟପତ୍ର ପ୍ରଦାନ। ଅତିଥିମାନେ ନୂତନ ସଦସ୍ୟଙ୍କୁ ପରିଚୟପତ୍ର ପ୍ରଦାନ କରି ସେମାନଙ୍କୁ ସାମ୍ବାଦିକତା କ୍ଷେତ୍ରରେ ସତ୍ୟ, ନିରପେକ୍ଷ ଓ ଦାୟିତ୍ୱଶୀଳ ସମ୍ବାଦ ପରିବେଷଣ ପାଇଁ ପରାମର୍ଶ ଦେଇଥିଲେ। ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ସମାଜ ପ୍ରତି ଏକ ବଡ଼ ଦାୟିତ୍ୱ ବୋଲି ସେମାନେ ମତ ଦେଇଥିଲେ।
ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଓ ଲଲିତ ମୋହନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ଏହି ଅବସରରେ ସଂଘର ଆଗାମୀ ଦିନର କାର୍ଯ୍ୟକ୍ରମ, ସାଂଗଠନିକ ବିସ୍ତାର ଏବଂ ସଦସ୍ୟମାନଙ୍କ ସମସ୍ୟାକୁ ଏକଜୁଟ ହୋଇ ଉପସ୍ଥାପନ କରିବା ଉପରେ ଆଲୋଚନା ହୋଇଥିଲା।
ଜିଲ୍ଲା ସଂପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲାରେ ଓ.ୟୁ.ଡବ୍ଲୁ.ଜେର ସାଂଗଠନିକ ଯାତ୍ରା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ୨୦୧୭ ମସିହାରେ ଖୋର୍ଦ୍ଧାରେ ସଂଘ ଗଠନ ସମୟରେ ମାତ୍ର ୧୫ ଜଣ ସଦସ୍ୟ ଥିଲେ। ଦୀର୍ଘ ନଅ ବର୍ଷର ସାଂଗଠନିକ ଯାତ୍ରାରେ ଏହି ସଂଖ୍ୟା ଏବେ ୧୦୦ରୁ ଊର୍ଦ୍ଧ୍ୱରେ ପହଞ୍ଚିଛି। ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସାମ୍ବାଦିକମାନଙ୍କୁ ସଂଘ ସହିତ ଯୋଡ଼ି ଏହାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସାମ୍ବାଦିକଙ୍କ କଲ୍ୟାଣ ସହ ଜଡ଼ିତ ଦାବିଗୁଡ଼ିକୁ ନେଇ ଆଗାମୀ ଦିନରେ ସରକାରଙ୍କ ନିକଟରେ ଅଧିକ ଦୃଢ଼ ଭାବେ ଦାବି ଉପସ୍ଥାପନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘର ବୃଦ୍ଧି ପାଉଥିବା ସଦସ୍ୟ ସଂଖ୍ୟା ଓ ସାଂଗଠନିକ ସକ୍ରିୟତା ଖୋର୍ଦ୍ଧା ଜିଲ୍ଲାରେ ସାମ୍ବାଦିକ ଏକତାକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକାଶ ପାଇଛି।

News Comment

You Might Also Like

BACK TO TOP