Breaking News

ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||     

ନିମ୍ନ ମାନର ରାସ୍ତା ଯୋଗୁଁ ଧାନ ଗଛ ରୋଇ ପ୍ରତିବାଦ କଲେ ଗ୍ରାମବାସୀ |

30-Jul-2026

 ନିମ୍ନ ମାନର କାମ ଯୋଗୁଁ ବର୍ଷେ ନପୂରୁଣୁ ରାସ୍ତାରେ କାଦୁଅ, ଧାନ ରୁଆ ଲଗାଇ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ | 

  ଓଡିଶା ଜନ ମତ ବ୍ୟୁରୋ,

କିଛି ଠିକାଦାର ଓ ଯେଇ ମାନଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ରାଜ୍ୟ ଅବା କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ରାସ୍ତା କାମ ନିମ୍ନ ମାନର କରି ଲକ୍ଷ, ଲକ୍ଷ ଟଙ୍କା ଶୋଷି ନିଅନ୍ତି | ଯାହାଦ୍ୱାରା କିଛି ଦିନ ପରେ ସେରାସ୍ତା ର ଅବସ୍ଥା ବହୁତ ଖରାପ ହୋଉ ଯାଇଥାଏ |ଯାହାକୁ ନେଇ ଗ୍ରାମବାସୀ ମାନେ ଏକ ଭିନ୍ନ ଧରଣରପ୍ରତିବା କରିଛନ୍ତ |  ନିମ୍ନମାନର ରାସ୍ତା କାମ ଅଭିଯୋଗ; ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ଝାରବନ୍ଧ ଗ୍ରାମବାସୀବର୍ଷେ ନପୂରୁଣୁ ରାସ୍ତାର ଦୟନୀୟ ଅବସ୍ଥା। ବର୍ଷା ହେଲେ ରାସ୍ତା ସାରାକାଦୁଅ ଓ ପାଣିରେ ପରିଣତ ହେଉଛି। ଯାତାୟାତ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ କରି ରାସ୍ତା ଉପରେ ଧାନ ରୁଆ ଲଗାଇ ଅଭିନବ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣାକୁ ନେଇ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଏକାମ୍ବା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଝାରବନ୍ଧ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଝାରବନ୍ଧ ଗ୍ରାମର ଆରଡି ରାସ୍ତାଠାରୁ ଗାଁ ଦେଇ ଶେଷମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ କାମ ଗତବର୍ଷ କରାଯାଇଥିଲା। ଏହି କାମ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଥିଲେ ମଧ୍ୟ ନିର୍ମାଣର ବର୍ଷେ ନପୂରୁଣୁ ରାସ୍ତାର ଏଭଳି ଦୟନୀୟ ଅବସ୍ଥା ରାସ୍ତା କାମର ଗୁଣବତ୍ତା ଉପରେ ବଡ଼ ପ୍ରଶ୍ନ ଉଠାଇଛି।ଗ୍ରାମବାସୀଙ୍କ କହିବା ଅନୁସାରେ, ରାସ୍ତା ନିର୍ମାଣ ସମୟରେ ଆବଶ୍ୟକ ମୁରୁମ ପରିବର୍ତ୍ତେ ଲାଲ ମାଟି ବ୍ୟବହାର କରାଯାଇଥିବାରୁ ବର୍ଷା ହେବା ମାତ୍ରେ ରାସ୍ତା କାଦୁଅରେ ପରିଣତ ହେଉଛି। ଗାଁ ମଝିଠାରୁ ଶେଷମୁଣ୍ଡ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପାଣି ଜମି ରହିବା ସହ ରାସ୍ତାରେ ଯାତାୟାତ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।ରାସ୍ତାର ଦୁରବସ୍ଥାକୁ ନେଇ ଅତିଷ୍ଠ ହୋଇ ଗ୍ରାମବାସୀ କାଦୁଅ ଭର୍ତ୍ତି ରାସ୍ତା ଉପରେ ଧାନ ରୁଆ ଲଗାଇ ପ୍ରତିବାଦ କରିଛନ୍ତି। ଏହି ଅଭିନବ ପ୍ରତିବାଦ ମାଧ୍ୟମରେ ଗ୍ରାମବାସୀ ରାସ୍ତା ନିର୍ମାଣର ଗୁଣବତ୍ତା ଓ ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।ସୂଚନା ଅନୁଯାୟୀ, ଗତବର୍ଷ ରାସ୍ତା ଉନ୍ନତିକରଣ ପାଇଁ ୧,୪୩,୭୮୦ ଟଙ୍କା ବ୍ୟୟ ହୋଇଥିବା କୁହାଯାଇଛି। ୫ମ ରାଜ୍ୟ ଅର୍ଥ କମିଶନ (5th SFC) ସମେତ ବିଭିନ୍ନ ଯୋଜନାରେ ଗ୍ରାମାଞ୍ଚଳର ରାସ୍ତାଘାଟ ଓ ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ, ଏଭଳି ନିମ୍ନମାନର କାମ ଯୋଗୁଁ ଏହାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି ରାସ୍ତା ଉପରେ ଗ୍ରାମବାସୀଙ୍କ ଦୈନନ୍ଦିନ ଯାତାୟାତ ନିର୍ଭରଶୀଳ। ମେଡିକାଲ, ସ୍କୁଲ, ଅଙ୍ଗନବାଡ଼ି ଓ ଅନ୍ୟାନ୍ୟ ଜରୁରୀ କାମ ପାଇଁ ଲୋକଙ୍କୁ ଏହି ରାସ୍ତା ଦେଇ ଯିବାକୁ ପଡ଼ୁଛି। କିନ୍ତୁ ବର୍ଷା ସମୟରେ କାଦୁଅ ଓ ପାଣି ଜମି ରହୁଥିବାରୁ ଛୋଟ ପିଲା, ବୃଦ୍ଧ ଓ ରୋଗୀଙ୍କ ଯାତାୟାତ ବିଶେଷ ଭାବେ ପ୍ରଭାବିତ ହେଉଛି। ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ମଧ୍ୟ କଷ୍ଟକର ହେଉଥିବା ଗ୍ରାମବାସୀ କହିଛନ୍ତି।ଗ୍ରାମବାସୀଙ୍କ ଦାବି, ସମ୍ପୃକ୍ତ ବିଭାଗର ଅଧିକାରୀମାନେ ତୁରନ୍ତ ଝାରବନ୍ଧ ଗ୍ରାମରେ ପହଞ୍ଚି ରାସ୍ତାର ସ୍ଥିତି ଅନୁଧ୍ୟାନ କରନ୍ତୁ। ଏଥିସହ ରାସ୍ତା କାମର ଗୁଣବତ୍ତା ଯାଞ୍ଚ କରି ଆବଶ୍ୟକ ମରାମତି ଓ ପୁନରୁଦ୍ଧାର କାମ କରାଯାଉ। ଯଦି ତଦନ୍ତରେ କୌଣସି ଅନିୟମିତତା କିମ୍ବା ନିମ୍ନମାନର କାମ ପ୍ରମାଣିତ ହୁଏ, ତେବେ ଦାୟୀ ବ୍ୟକ୍ତି, ସମ୍ପୃକ୍ତ ଜେଇ, ଠିକାଦାର ଓ ଅନ୍ୟ ଦାୟୀ ଅଧିକାରୀଙ୍କ ବିରୋଧରେ ନିୟମାନୁସାରେ କଠୋର ପଦକ୍ଷେପ ନିଆଯାଉ ବୋଲି ମଙ୍ଗୁଲୁ ସାନ୍ତା, ବନ ସାନ୍ତା, ରାମ ସାନ୍ତା, ବଳି ସାନ୍ତା, ଚିତ୍ର ସାନ୍ତା, ସାଲୁ ସାନ୍ତା, ଗୋଵି ସାନ୍ତା,ଝାରବନ୍ଧ ଗ୍ରାମବାସୀ ଦାବି କରିଛନ୍ତି।

News Comment

You Might Also Like

BACK TO TOP