Breaking
News
Breaking
News
03-Apr-2026
ମହିଳାଙ୍କୁ ପ୍ରତାରଣା ଅଭିଯୁକ୍ତ କୋର୍ଟ ଚାଲାଣ।
ଓଡିଶା ଜନ ମତ, ବ୍ରହ୍ମ ପୁର, କୈଳାଶ ଚନ୍ଦ୍ର ଚୌଧୁରୀ ;----
ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କମାପଲୀ ବଜାର ଅଞ୍ଚଳର ଜଣେ ଯୁବକ କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମର ଜନୈକା ମହିଳା ଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ମହିଳା ଜଣକ ବିବାହ ବିଷୟରେ ବାରମ୍ବାର ବାଧ୍ୟ କରିଥିଲେ। କିନ୍ତୁ ଯୁବକ ଜଣକ ବିବାହ ପାଇଁ ମନା କରିବାରୁ ମହିଳା ଜଣକ ପ୍ରତାରଣା ଶିକାର ହୋଇଥିବା ଜାଣି ପୋଲିସ ର ଆଶ୍ରୟ ନେଇଥିଲେ। ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
BACK TO TOP