Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |

07-Oct-2026

୧୭ ଏକର ଜମି ଜାଲିଆତି ରେଜିଷ୍ଟ୍ରି ଅଭିଯୋଗ ;

ପ୍ରକୃତ ମାଲିକଙ୍କ ଅଜାଣତରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ; ଯାଞ୍ଚ ପ୍ରକ୍ରିୟା ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା, ୭ା୧୦: ବାଣପୁର ତହସିଲ ଅଧୀନ କହ୍ନେଇପୁର ମୌଜାରେ ପ୍ରାୟ ୧୭ ଏକର ଜମି ଜାଲିଆତି ଉପାୟରେ ରେଜିଷ୍ଟ୍ରି କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ତାଙ୍କ ନାମ ଓ ପରିଚୟ ବ୍ୟବହାର କରି ଅନ୍ୟ ଜଣଙ୍କୁ ମାଲିକ ଭାବେ ଉପସ୍ଥାପନ କରାଯାଇ ତିନିଟି ପର୍ଯ୍ୟାୟରେ ଜମିର ବିକ୍ରୟ ଦଲିଲ ପଞ୍ଜୀକୃତ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଜମି ରେଜିଷ୍ଟ୍ରି ପ୍ରକ୍ରିୟାରେ ଆବଶ୍ୟକ ଯାଞ୍ଚ କେତେଦୂର ହୋଇଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।
ଅଭିଯୋଗ ଅନୁଯାୟୀ, ୨୦୧୮ ମସିହାରେ ବିଶଧିର ସଫ୍ଟୱେର ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ବିମ୍ବାଧର ବିଶ୍ୱାଳ କହ୍ନେଇପୁର ମୌଜାରେ ୧୭ ଏକରରୁ ଅଧିକ ଜମି କ୍ରୟ କରିଥିଲେ। ତେବେ ଚଳିତ ବର୍ଷ ଅଗଷ୍ଟ ୧୦, ୧୭ ଓ ୨୧ ତାରିଖରେ ଉକ୍ତ ଜମିରୁ ପ୍ରାୟ ୧୭ ଏକର ଜମି ତାଙ୍କ ଅଜାଣତରେ ଅନ୍ୟ ଜଣଙ୍କ ନାମରେ ତିନିଟି ପର୍ଯ୍ୟାୟରେ ରେଜିଷ୍ଟ୍ରି ହୋଇଥିବା ଅଭିଯୋଗ ଆସିଛି।
ଅଭିଯୋଗକାରୀଙ୍କ ଦାବି ଅନୁସାରେ, ଜମି ରେଜିଷ୍ଟ୍ରି ସମୟରେ ବିମ୍ବାଧର ବିଶ୍ୱାଳଙ୍କ ପରିଚୟ ଦେଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଉପସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜମିଗୁଡ଼ିକ ଶତ୍ରୁଘ୍ନ ମଲ୍ଲଙ୍କ ନାମରେ ବାଣପୁର ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି।
ଘଟଣା ସମ୍ପର୍କରେ ଜାଣିବା ପରେ ବିମ୍ବାଧର ବିଶ୍ୱାଳ ଏହାର ତଦନ୍ତ ଓ ଆଇନଗତ ପଦକ୍ଷେପ ଦାବି କରିଛନ୍ତି। ଏନେଇ ଗତ ସେପ୍ଟେମ୍ବର ୪ ତାରିଖରେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଜରିଆରେ ବାଣପୁର ତହସିଲଦାର, ସବ୍‌ରେଜିଷ୍ଟ୍ରାର ଓ ନାଚୁଣୀ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିବା ଜଣାପଡ଼ିଛି।
ଅଭିଯୋଗରେ ଘଟଣା ପଛରେ ଥିବା ସମ୍ଭାବ୍ୟ ଜମି ଦଲାଲ, କ୍ରେତା ଓ ବିକ୍ରେତାଙ୍କ ଭୂମିକାର ତଦନ୍ତ ସହ ଯଦି କୌଣସି କର୍ମଚାରୀ କିମ୍ବା ଅଧିକାରୀଙ୍କ ସମ୍ପୃକ୍ତି ରହିଥାଏ, ତେବେ ତାହାର ମଧ୍ୟ ତଦନ୍ତ କରି ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏଥିସହ ଜାଲିଆତି ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଦଲିଲଗୁଡ଼ିକୁ ରଦ୍ଦ କରିବାକୁ ମଧ୍ୟ ଦାବି ହୋଇଛି। ଏ  ସମ୍ପର୍କରେ ବାଣପୁର ସବ୍‌ରେଜିଷ୍ଟ୍ରାର ରମେଶ ଚନ୍ଦ୍ର ପାଣିଙ୍କ ମତାମତ ନିଆଯିବାରେ ସେ ଘଟଣା ସମ୍ପର୍କରେ ଅବଗତ ଥିବା କହିବା ସହ ଏନେଇ ଥାନାରେ ଅଭିଯୋଗ ହୋଇଥିବା ସୂଚନା ଦେଇଥିଲେ।
ତେବେ ଏହି ଘଟଣାକୁ ନେଇ ରେଜିଷ୍ଟ୍ରି ପ୍ରକ୍ରିୟାରେ ଜମିର ମାଲିକାନା, ବିକ୍ରେତାଙ୍କ ପରିଚୟ, ଦଲିଲପତ୍ର ଓ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ କିପରି ଯାଞ୍ଚ କରାଯାଇଥିଲା, ତାହା ନେଇ ପ୍ରଶ୍ନ ଉଠିଛି। ପ୍ରକୃତ ମାଲିକଙ୍କ ଅଜାଣତରେ ତାଙ୍କ ପରିଚୟ ବ୍ୟବହାର କରି ଯଦି ଦଲିଲ ପଞ୍ଜୀକରଣ ହୋଇଥାଏ, ତେବେ ରେଜିଷ୍ଟ୍ରି ପୂର୍ବରୁ କେଉଁସବୁ ଯାଞ୍ଚ ଓ ସତ୍ୟାପନ କରାଯାଇଥିଲା, ତାହାର ନିରପେକ୍ଷ ତଦନ୍ତ ଦାବି ହେଉଛି।
ଏବେ ଏହି ଜମି ଜାଲିଆତିରେ ପ୍ରକୃତରେ କେଉଁମାନେ ସମ୍ପୃକ୍ତ, ଜାଲିଆତି ଦଲିଲ କିପରି ପ୍ରସ୍ତୁତ ହେଲା ଏବଂ ରେଜିଷ୍ଟ୍ରି ପ୍ରକ୍ରିୟାରେ କାହାର ଅବହେଳା କିମ୍ବା ସମ୍ପୃକ୍ତି ଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଅଭିଯୋଗ ଉପରେ ପ୍ରଶାସନ ଓ ପୁଲିସ କି ପଦକ୍ଷେପ ନେଉଛନ୍ତି ଏବଂ ଜମି ମାଲିକଙ୍କ ଅଧିକାର ସୁରକ୍ଷା ପାଇଁ କି ବ୍ୟବସ୍ଥା କରାଯାଉଛି, ତାହା ଏବେ ସମସ୍ତ ଙ୍କ ନଜର ରହିଛି ।

News Comment

You Might Also Like

BACK TO TOP