Breaking News

ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||     

ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ ||

22-Mar-2026

ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

ବେଟି ବଚାଓ ବେଟି ପଢ଼ାଓ  ଯୋଜନା ଅଧୀନରେ ଜିଲ୍ଲାର ଚାରିଜଣ ଚ୍ୟାମ୍ପିଅନଙ୍କୁ ସମ୍ବର୍ଦ୍ଧନା,

,ଓଡିଶା ଜନ ମତ ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ, 

କନ୍ୟା ଶିଶୁଙ୍କ ସୁରକ୍ଷା, ନିରାପତ୍ତା, ଜୀବନ କୌଶଳ ବିକାଶ ଓ ଆତ୍ମରକ୍ଷା ସମ୍ବନ୍ଧୀୟ  ଆଲୋଚନା+
ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ରିକାପାଲି ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଗଞ୍ଜାମ ବିଜୟଲକ୍ଷ୍ମୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ କନ୍ୟା ଶିଶୁଙ୍କ ସୁରକ୍ଷା, ନିରାପତ୍ତା, ଜୀବନ କୌଶଳ ବିକାଶ ଓ ଆତ୍ମରକ୍ଷା ସମ୍ବନ୍ଧୀୟ ବିଷୟରେ ଆଲୋଚନା କରାଯାଇଥିଲା। ଅତିଥିମାନେ କନ୍ୟା ଶିଶୁଙ୍କ ଯତ୍ନ ଓ ସୁରକ୍ଷା, ଶିଶୁଙ୍କ ଅଧିକାର ଓ ସମ୍ପର୍କିତ ଆଇନ, ଶିଶୁ ସହାୟତା ନମ୍ବର ୧୦୯୮ର ବ୍ୟବହାର, ବାଲ୍ୟ ବିବାହ ପ୍ରତିରୋଧ, ଋତୁସ୍ରାବ ସମୟର ସ୍ୱଚ୍ଛତା, କନ୍ୟାମାନଙ୍କ ପାଇଁ ସାଇବର ସୁରକ୍ଷା, ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଟୀକାକରଣ, ଉପଯୁକ୍ତ ପୋଷଣ, ଶିକ୍ଷାରେ ଉନ୍ନତି, ବୈଷୟିକ ଜ୍ଞାନ ଓ ବୃତ୍ତିମୂଳକ ପ୍ରଶିକ୍ଷଣ, ପାଠପଢା ଛାଡ଼ିବାକୁ ରୋକିବା, ସ୍କୁଲ୍‌ଗୁଡ଼ିକରେ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା ଓ ଲୌହ ଟାବଲେଟ୍ ବ୍ୟବହାର, ସଫା-ସୁତରା ଓ ହାତ ଧୋଇବାର ଅଭ୍ୟାସ, ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ସୁବିଧା ଓ ସୁଯୋଗ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ । ଏହା ସହିତ ବାଲ୍ୟ ବିବାହ ବିରୋଧରେ ଦସ୍ତଖତ ମାଧ୍ୟମରେ ସଂକଳ୍ପ ଅଭିଯାନ ମଧ୍ୟ କରାଯାଇଥିଲା।ଏହି ଅବସରରେ ବେଟି ବଚାଓ ବେଟି ପଢ଼ାଓ  ଯୋଜନା ଅଧୀନରେ ଜିଲ୍ଲାର  ଚାରିଜଣ ଚ୍ୟାମ୍ପିଅନ ଯଥା ରୁକୁନି ବିଶୋୟୀ ଆଥଲେଟିକ୍ସ (ଲମ୍ବା ଡିଆଁ)ରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର,  ସ୍ନେହାରାଣୀ ଗୌଡ଼ ସୁରଭି କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର,  ବୃନ୍ଦାରାଣୀ ପଣ୍ଡା ବୀର ଗାଥା ଚିତ୍ରକଳା ପ୍ରତିଯୋଗିତାରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ଭାରତରୁ ଶ୍ରେଷ୍ଠ ୧୪ ଜଣ ମଧ୍ୟରେ ଚୟନିତ ଓ  କନ୍ଦିଗାଁ ଅଙ୍ଗୱାଡ଼ି କେନ୍ଦ୍ର ୨, ଖଲ୍ଲିକୋଟ ଆଇସିଡିଏସ ପ୍ରୋଜେକ୍ଟର ଅଲିଶା ପାଳଙ୍କୁ ପ୍ରାକ୍-ପ୍ରାଥମିକ ଶିକ୍ଷା , ଆଦ୍ୟ ଶୈଶବ ର ଯତ୍ନ, ଅନ୍ୟାନ୍ୟ କାର୍ଯ୍ୟକଳାପ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ସମ୍ମାନିତ କରାଯାଇଥିଲା ।ଏହା ବ୍ୟତୀତ, ବାଲ୍ୟ ବିବାହ ମୁକ୍ତ ଭାରତ–ବାଲ୍ୟ ବିବାହ ନିବାରଣ ୧୦୦ ଦିନିଆ ଅଭିଯାନ ଅଧୀନରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ହେତୁ  ୭ ଜଣ ଚ୍ୟାମ୍ପିଅନଙ୍କୁ  ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଏକାଙ୍କିକା, ଗୀତ ଓ ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ "ନିର୍ଭୟା କଢ଼ି" ଉପରେ ପର୍ଯ୍ୟବେଷିତ ନୃତ୍ୟ ପ୍ରଦର୍ଶନ ସହିତ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସୋରେନ,  ମୁନିଶିପେଣ୍ଠ ସିଏସିର ସୁପରିଣ୍ଟେଣ୍ଡେଣ୍ଟ ଡା ସ୍ଵାଧୀନ ରଥ; ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଭାତୀ ମହାପାତ୍ର, ଉପ-ନିରୀକ୍ଷକ ସାଇବର ସେଲ କିରଣ ଚନ୍ଦ୍ର ପାତ୍ର,  ପିଓଆଇସି ଶରତ ମହାରଣା,  ଏସଡିପିଓ ପଦ୍ମା ମୁର୍ମୁ, ସିଡିପିଓ ପ୍ରଣମିତା ପଣ୍ଡା, ୟୁନିସେଫ୍ ଜିଲ୍ଲା ସଂଯୋଜକ ଦେବବ୍ରତ ମହନ୍ତ, ସେବା ଏନଜିଓର ସମ୍ପାଦିକା  ଅଳକା ସାହୁ, କେଜିବିଭି ରିକାପାଲିର ପ୍ରଧାନ ଶିକ୍ଷୟିତ୍ରୀ ରିତା ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜିକା ଗୀତାଞ୍ଜଳୀ ମହାରଣା ପରିଚାଳନା ଏବଂ ଜିଲ୍ଲା ମହିଳା ସଶକ୍ତିକରଣ ହବ, ଗଞ୍ଜାମର କର୍ମଚାରୀମାନେ ଆବଶ୍ୟକୀୟ ସହଯୋଗ ଯୋଗାଇଦେଇଥିଲେ ।  ବିଭିନ୍ନ ବ୍ଲକ୍‌ର ପ୍ରାୟ ୧୫୦ ଜଣ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

News Comment

You Might Also Like

BACK TO TOP