ମାଆ ତାରା ତାରିଣୀ ଙ୍କ ପ୍ରଥମ ଚୈତ୍ର ମଙ୍ଗକ ବାର ଯାତ୍ରା ଆରମ୍ଭ |
10-Mar-2026
ମାଆ ତାରା ତାରିଣୀ ଙ୍କ ପ୍ରଥମ ଚୈତ୍ର ମାସ ମଙ୍ଗଳ ବାର ଯାତ୍ରା ଆରମ୍ଭ
ଓଡିଶା ଜନ ମତ ବ୍ୟୁରୋ,
ତାରିଖ --10/03/26,
ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଆରମ୍ଭ ହୋଇଛି ଚୈତ୍ର ଯାତ୍ରା । ଆଜି ପ୍ରଥମ ମଙ୍ଗଳବାରରେ ମା ମହାକାଳୀ ବେଶରେ ଆଜି ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ମା`ଙ୍କ ଏହି ବେଶକୁ ଦେଖିବା ନିମନ୍ତେ ସକାଳୁ ସକାଳୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲଗିଥିଲା । କିଏ ନିଜ ମାନସିକ ପୂରଣ ପାଇଁ ମୁଣ୍ଡନ ହେଉଛି ତ ଆଉ କିଏ ୯୯୯ ପାହାଚ ଚଢ଼ି ଏଵଂ ବସ ସହିତ ରୋପ୍ୱେ ରେ ମା`ଙ୍କୁ ଦର୍ଶନ କରୁଛନ୍ତି । ଯାହାକୁ ନେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ମାଁଙ୍କ ପୀଠରେ । ଆଜି ଭୋରରୁ ପ୍ରଥମେ ମଙ୍ଗଳ ଆଳତି, ମୈଲମ ଲାଗି, ଅବକାଶ ନୀତି ଶେଷ ହେବା ପରେ ମାଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥିଲା । ମାଙ୍କ ମହାକାଳୀ ବେଶ ଦେଖିବାକୁ ବହୁ ଦୂରଦୂରାନ୍ତରୁ ଭକ୍ତ ମାନେ ମନ୍ଦିରକୁ ଛୁଟି ଆସିଥିଲେ । ନିଜର ମନସ୍କାମନା ପୂର୍ଣ୍ଣ ହେବା ଲାଗି ମାନସିକଧାରୀ ମାନେ ମୁଣ୍ଡନ କରୁଥିବା ଦେଖିବାକୁ ମିଳିଥିଲା । ମୁଣ୍ଡନ କରିବା ପରେ ମାଙ୍କୁ ଦର୍ଶନ କରି ଆଶିଷ ନେଇଥିଲେ ଭକ୍ତ ମାନେ । ସେହିପରି ଅନେକ ଭକ୍ତ ୯୯୯ ପାହାଚ ଚଢ଼ି ତ ଆଉକିଏ ବସ ଯୋଗେ ଓ ରୋପୱେ ରେ ଯାଇ ମାଆଙ୍କଦର୍ଶନ କରିଥିଲେ | ଚୈତ୍ର ଯାତ୍ରା ସମୟରେ ମା`ଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ରହିଛି ଅତୁଟ ବିଶ୍ବାସ । ଆଉ ଏହି ବିଶ୍ବାସକୁ ଆଧାର କରି ଦୀର୍ଘ ବର୍ଷ ଧରି ଚାଲିଛି ମାଙ୍କ ଚୈତ୍ର ଯାତ୍ରା । ପ୍ରଥମ ମଙ୍ଗଳବାରରେ ବହୁ ଭିଡ ସତ୍ତ୍ୱେ ମାଙ୍କୁ ଦର୍ଶନ କରି ବେଶ ଆନନ୍ଦିତ ଲାଭ କରିଛନ୍ତି ଭକ୍ତ ।
ସେପଟେ କିଭଳି ଶାନ୍ତି ଶୃଙ୍ଖଳାର ସହ ମା`ଙ୍କ ଚୈତ୍ର ଯାତ୍ରା ଶେଷ ହେବ ସେ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭକ୍ତ ମାନଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା ସହ ପାହାଡ ଉପରକୁ ଯାଇ ମା`ଙ୍କୁ ଦର୍ଶନ କରିବା ନିମନ୍ତେ ୨୦ଟି ସିଟି ବସର ବ୍ୟବସ୍ଥା କରାଯାଇଛି । ମାନସିକଧାରୀ ମାନେ ମୁଣ୍ଡନ କରିବା ନିମନ୍ତେ ୪ଟି ମୁଣ୍ଡନ କେନ୍ଦ୍ର କରାଯାଇଛି । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମନ୍ଦିର ଉପରେ, ପାହାଚ ସହ ମନ୍ଦିର ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭକ୍ତଙ୍କ ପାଇଁ ତିନୋଟି ପାର୍କିଂ ସ୍ଥାନ କରାଯାଇଛି । ମନ୍ଦିର ଉପରକୁ କାହାରି ଗାଡ଼ିକୁ ଛଡ଼ା ଯାଉନାହିଁ । ଭକ୍ତ ମାନେ ପାର୍କିଂ ସ୍ଥାନରେ ନିଜର ଯାନବାହନକୁ ରଖି ସିଟି ବସ ଯୋଗେ ମନ୍ଦିର ଉପରକୁ ଯାଇ ଦର୍ଶନ କରୁଛନ୍ତି ।ଚୈତ୍ର ଯାତ୍ରାର ପ୍ରଥମ ମଙ୍ଗଳବାର ଅପେକ୍ଷା ଦୁତୀୟ ମଙ୍ଗଳ ବାରେ ଅଧିକ ଗହଳି ହେବ ବୋଲି ଭକ୍ତ ଙ୍କ ବିଶ୍ୱାସ ଅଛି |ଏହି ଯାତ୍ରାରେ ଗଞ୍ଜାମ ଜିଲ୍ଲା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସି ଥାନ୍ତି | ରାତ୍ର ଏକ ଘଣ୍ଟ ଠାରୁ ମାଆଙ୍କର ନୀତି ନିୟମ ଆରମ୍ଭ ହୋଇ ତିନିଘଣ୍ଟ ସମୟ ରେ ମହାକାଳୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଲେ ମାଆ | ମାଆଙ୍କ ଏହି ଦୁର୍ଲଭ ବେଶ କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡ଼ ଲାଗିଥିଲା | ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ | କିଛି ଯାତ୍ରୀ ରୋଷେଇ ଵାସ କରି ଥିବା ବେଳେ ଆଉକିଛି ପ୍ରଶାସନ ତରଫରୁବ୍ୟବସ୍ତା ହୋଇଥିବା ମାଗଣା ଅନ୍ନ ପ୍ରସାଦ ଖାଇ ଘରକୁ ଫେରିଥିଲେ |ଏହି ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଗହଳି ହୋଇଥିଲା | ସେଥିପାଇଁ ସମସ୍ତ ଲାଇନ ବିଭାଗର ଅଧିକାରୀ ଏବଂ ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ, ଗଞ୍ଜାମ ଏସିପି ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଏସପି, ପ୍ରଶାନ୍ତ କୁମାର ଦାଶଛତ୍ର ପୁର ଉପଜିଲ୍ଲାପାଳ ଶୁଭାଶିଷବରାଳ ,ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୋଦ କୁମାରବେହେରା ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ,ଓ ସେମାନଙ୍କ ଷ୍ଟାଫ, ପୁରୁଷୋତ୍ତମପୁର ବ୍ଳକ ବିଡ଼ିଓଶରତ କୁମାର ପାତ୍ର, ଅତିରିକ୍ତ ବିଡ଼ିଓ ଜୟଶ୍ରୀ ନାୟକ, ନୁଆଁ ଜିପିଓ ରାଜେନ୍ଦ୍ର ପ୍ରସାଦ ଗୁରୁ, ପୂର୍ବତନ ଜିପିଓ ମିନକେତନ ବେହେରା, ସବୁ ପିଇଓ, ଏଡିଈଓ,ଓଷ୍ଟାଫ ଏସ୍ଡ଼ିପିଓସୁଜିତ କୁମାର ନାୟକ, ଆଇ ଆଇସି, କୁଳମଣୀ ସେଠି ପୁରୁଷୋତ୍ତମପୁର ପୋଲିସ ଷ୍ଟାଫ ଙ୍କ ସହିତ 7,ପ୍ଲାଟୁନ ପୋଲିସ ଫୋର୍ସ, ଦୁଇଜଣ ଅତିରିକ୍ତ ଏସପି, ଚାରି ଜଣ ଏ ଏସ ପି , 41 ଜଣ ଏସ ଆଇ, ଓ 100 ଜଣହୋମ ଗାର୍ଡ ଡିୟୁଟି କରି ଯେପରି କି କୌଣସି ସ୍ଥାନରେ କିଛିବି ଅଘଟଣନ ହୁଏ ସେଥି ପାଇଁ ସଜାଗ ରହିଥାନ୍ତି | ତେବେ ସମସ୍ତଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ର ସହିତ ସରିଛି ମାଆଙ୍କ ଯାତ୍ରା