Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଖଲ୍ଲିକୋଟ, "ମାତୃ ଭାରତୀ `ଶିଶୁ ବିକାଶ ବିଦ୍ୟା ମନ୍ଦିର ତରଫରୁ "ମାତୃ ଭାରତୀ " ଅନୁଷ୍ଠିତ |

11-Nov-2025

ଖଲ୍ଲିକୋଟ : ଶିଶୁ ବିକାଶ ବିଦ୍ୟା ମନ୍ଦିର ପକ୍ଷରୁ "ମାତୃ ଭାରତୀ" ଅନୁଷ୍ଠିତ,

   ଓଡିଶା ଜନ ମତ ବ୍ୟୁରୋ ,

ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱରଙ୍କ ମାର୍ଗ ଦର୍ଶନରେ ପରିଚାଳିତ ଶିଶୁ ବିକାଶ ବିଦ୍ୟା ମନ୍ଦିର, ଖଲ୍ଲିକୋଟ, ଗଂଜାମ ତରଫରୁ ଏକ ମନୋଜ୍ଞ ମାତୃ ଭାରତୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିରର ସମ୍ପାଦକ ଭାଗିରଥି ସ୍ୱାଇଁ ପ୍ରାକ୍ ସୂଚନା ପ୍ରଦାନ କରିଥିଲା ବେଳେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ଅନୁସୂୟା ମହାରଣା ଅତିଥିମାନଙ୍କୁ ସ୍ବାଗତ ଜଣାଇ ମାତୃ ଦିବସ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଅଭିହିତ କରିଥିଲେ । ଅନୁଷ୍ଠାନରେ କାର୍ଯ୍ୟରତ ସହକାରୀ ଆଚାର୍ଯ୍ୟାମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବରେ ବିଦ୍ୟାମନ୍ଦିରରେ ପଠନ ରତ ଛାତ୍ର ଛାତ୍ରୀଙ୍କ ମାଆମାନେ ଯୋଗଦାନ କରିଥିଲେ । ଉତ୍ସବରେ ଅର୍ଗସ ଟିଭିର ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ତ୍ରିପାଠୀ, ଯୁବ ଚିତ୍ରଶିଳ୍ପୀ ହରିହର ବେହେରା, ସି ଆର ସି ସି ତଥା ଯୁବ ସାହିତ୍ୟିକ ଡକ୍ଟର ଦ୍ବାରିକାନାଥ ମହାରଣା ପ୍ରମୁଖ ଯୋଗଦେଇ ସମାଜରେ ମାଆମାନଙ୍କ ଅବଦାନ ବ୍ୟତୀତ ଛୁଆଙ୍କ ଜୀବନ ମହାନ ହୋଇପାରେନା ବୋଲି ମତବ୍ୟକ୍ତ କରିବା ସହିତ ପୁଅଝିଅଙ୍କ ପ୍ରତି ମାଆଙ୍କ ଦାୟିତ୍ଵବୋଧ, ମାର୍ଗ ଦର୍ଶନରେ ଭୂମିକା, ଉତ୍ତମ ମଣିଷ କରି ଗଢି ତୋଳିବାରେ ତ୍ୟାଗ ଉତ୍ସର୍ଗ, ରାଷ୍ଟ୍ର ପ୍ରତି ସେବା ମନୋବୃତ୍ତି ପୋଷଣ କରିବା ଭଳି ବହୁବିଧ ଦିଗ ବିଷୟରେ ସାରସ୍ୱତ ଆଲୋଚନା କରିଥିଲେ । ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ମାଆମାନଙ୍କୁ ନେଇ ରଙ୍ଗୋଲି, ହୁଳହୁଳି, ଝୋଟିଚିତା, ନୃତ୍ୟ, ସଂଗୀତ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । କୃତୀ ପ୍ରତିଯୋଗୀଙ୍କୁ ଆଗାମୀ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ବିଦ୍ୟାମନ୍ଦିରର ସମ୍ପାଦକ ଭାଗିରଥି ସ୍ୱାଇଁ ମତପ୍ରକାଶ କରିଛନ୍ତି ।
ବିଦ୍ୟାମନ୍ଦିରର ସହକାରୀ ଆଚାର୍ଯ୍ୟା କାଜଲ ବାରିକ, ସୁବାସିନୀ ଖଟୁଆ, ଅଲିଭା ରାଣୀ ତ୍ରିପାଠୀ ପ୍ରମୁଖ ମେଳାରେ ଉପସ୍ଥିତ ଥିଲେ ।ପରିଶେଷରେ ସମ୍ପାଦକ ଶ୍ରୀଯୁକ୍ତ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

News Comment

You Might Also Like

BACK TO TOP