Breaking
News
Breaking
News
15-Oct-2025
ଅଲାଡି ଗାଁ ରେ ପ୍ରତାପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ,
ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର କ୍ଳଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ କେ ଏନ ପୁର ପଞ୍ଚାୟତ ଅନ୍ତର୍ଗତ ଅଲାଡ଼ି ଗାଁ ପ୍ରାଇମେରୀ ସ୍କୁଲ ପରିସର ରେ ସ୍କୁଲ ର ସଭାପତିବନ ବାସି ଗୌଡ଼ଓ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବନ ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏବିଇଓ ଭକ୍ତ ବତ୍ସଳ ଜାନି ସମିତି ସଭ୍ୟା ସାରଳା ବେହେରା ଯୋଗ ଦେଇଥିଲା ବେଳେ, ସାମ୍ନାନୀତ ଅତିଥି ଭାବେ ସିଆର ସିସି ବିଜୟ କୁମାର ବେହେରା, ନ୍ୟାୟବ ସରପଞ୍ଚ ଝଡିଆ ବେହେରା, ଶିକ୍ଷାବିତ ଓ ସମାଜ ସେଵୀ ଏନ ରାମଚନ୍ଦ୍ର ରେଡି, ମଞ୍ଚାସିନ ଥିଲେ | ଏମାନଙ୍କ ସହିତ ସିନିଏର ଶିକ୍ଷକ ଭଗବାନ ସାହୁ ସଞ୍ଚାଳକ ଭାବେ ଦାଇତ୍ୱ ତୁଲାଇ ଥିଲା ବେଳେ, ସହକାରୀ ଶିକ୍ଷକ ମାନେ ସିମାଞ୍ଚଳ ବିଶ୍ୱାଳ, ସାଗରୀକା ଦେବୀ, ରଞ୍ଜନ ବେହେରା, ଓକୈଳାସ ଚନ୍ଦ୍ର ବେହେରା ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | ଏହା ସହିତ ଅନ୍ୟନ୍ୟ ଶିକ୍ଷକ, ଗ୍ରାମବାସୀ ଓ ଛାତ୍ର, ଛାତ୍ରୀ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ର ସହିତ ଏହି କାର୍ଯ୍ୟ ରେ ସହଯୋଗ କରିଥିଲେ |
ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ ନିମନ୍ତେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ତର୍କ, ବତ୍କୃତା, ସଙ୍ଗୀତ, ଚିତ୍ରାଙ୍କନ, କୁଇଜ୍, ହସ୍ତାକ୍ଷର ଓ ସାଂସ୍କୃତିକ କାର୍ଯକ୍ରମ ହୋଇ ଥିଲା ଓ କାର୍ଯ୍ୟକ୍ରମ ରେ ପ୍ରଥମ, ଦୁତୀୟ ଓ ତୃତୀୟକୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସିଲ ଓ ମାନପତ୍ର ପ୍ରଦାନ କରାଯାଇଥିଲା | ଉପସ୍ଥିତ ଦର୍ଶକ ମାନଙ୍କୁ ପିଲାଙ୍କ ନୃତ୍ୟ ପରିବେଷଣ ମନ୍ତ୍ର ମୁଗ୍ଧ କରିଥିଲା |
BACK TO TOP