Breaking News

ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||     

ଖଲ୍ଲିକୋଟ ଡ଼ି ଆଇ. ଇ ଟି ପକ୍ଷରୁ ଚତୁର୍ଥ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ |

13-Oct-2025

ଖଲ୍ଲିକୋଟ : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟ ପକ୍ଷରୁ ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ଅଭିମୁଖୀକରଣ ବୈଠକ ଅନୁଷ୍ଠିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟ ପକ୍ଷରୁ ଚଳିତ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ଅଭିମୁଖୀକରଣ ବୈଠକ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଶୁଭୋଦ୍ଘାଟିତ ହୋଇଛି । ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ସର୍ବପ୍ରଥମେ ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡ଼ା ପ୍ରଦୀପ ପ୍ରଜ୍ଜ୍ୱଳନ କରି ବୈଠକର ଶୁଭୋଦ୍ଘାଟନ କରିଥିଲେ । ସି ଆର୍ ସି ସି ସନ୍ତୋଷ କୁମାର ମହାନ୍ତି ଦୀପ ମନ୍ତ୍ର ଉଚ୍ଚାରଣ ସହିତ ଶ୍ଳୋକ ଉଚ୍ଚାରଣ କରିଥିଲେ । ବରିଷ୍ଠ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । 
ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷାବିତ୍ ଡକ୍ଟର ପରିଡ଼ା କ୍ଲଷ୍ଟର ସ୍ତରୀୟ ବୈଠକର ସଫଳତା ପାଇଁ ସି ଆର ସି ସି ମାନେ ସ୍ୱତନ୍ତ୍ର ଆଗ୍ରହ ଆନ୍ତରିକତା ପ୍ରଦର୍ଶନ କରିବା ନିତାନ୍ତ ପ୍ରୟୋଜନ ବୋଲି ଅଭିହିତ କରିଥିଲେ । ପଢ଼ିବା ଗଢ଼ିବା ଓଡ଼ିଶା କାର୍ଯ୍ୟକ୍ରମ ଉପରେ ପ୍ରାଧାନ୍ୟ ପ୍ରଦାନ ସହିତ ବର୍ଣ୍ଣାଳୀର ସଫଳ ରୂପାୟନ ପ୍ରତି ସମସ୍ତେ ପ୍ରାଥମିକତା ଦେବା ପାଇଁ ଆହ୍ୱାନ ଦେଇଥିଲେ । ମାସିକ କ୍ଲଷ୍ଟର ସ୍ତରୀୟ ବୈଠକରେ ପ୍ରଦତ୍ତ ପ୍ରଶିକ୍ଷଣ କିଭଳି ବିଦ୍ୟାଳୟ ସ୍ତରରେ କାର୍ଯ୍ୟକାରୀ ହେବା, ନିୟମିତ ବିଦ୍ୟାଳୟ ତଦାରଖ, ପାଠ୍ୟ ଯୋଜନା ପ୍ରସ୍ତୁତି ଉପରେ ଅଧ୍ୟକ୍ଷ ଡକ୍ଟର ପରିଡ଼ା ଗୁରୁତ୍ୱ ଆରୋପ ପ୍ରଦାନ କରିଥିଲେ ।
ଶିଶୁଙ୍କ ରୁଚି ପ୍ରତି ଧ୍ୟାନ ଦେଇ ପ୍ରଶିକ୍ଷଣ ପ୍ରଦାନ, ଶିଶୁ ବାଟିକା ସହିତ ପ୍ରଥମ, ଦ୍ଵିତୀୟ, ତୃତୀୟ ଶ୍ରେଣୀ ପରିଚାଳନା ସହ  ବହୁ ସ୍ତର ବହୁ ଶ୍ରେଣୀ ପରିଚାଳନା, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଶକ୍ତିକରଣ ମୈ।ଳିକ ସାକ୍ଷରତା, ସଂଖ୍ୟା ଜ୍ଞାନ ସମ୍ପର୍କିତ ଧାରଣା, ତାଲିମ ପ୍ରଶିକ୍ଷଣ ଗ୍ରହଣ କରୁଥିବା ପ୍ରଶିକ୍ଷାର୍ଥୀ ଏ ସଂକ୍ରାନ୍ତୀୟ ଦକ୍ଷତାକୁ ବିନିଯୋଗ କଲେ ପ୍ରକୃତ ପକ୍ଷେ  ଉପକୃତ ହୋଇପାରିବା, ଏ ସମ୍ପର୍କରେ ଅଧ୍ୟକ୍ଷ ଡକ୍ଟର ପରିଡ଼ା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଶିଶୁ ବାଟିକା ଶ୍ରେଣୀରେ ନୂଆକରି ନାମଲେଖାଇଥିବା ଶିକ୍ଷାର୍ଥୀଙ୍କୁ କିଭଳି ଅଭିନବ ଶୈଳୀରେ ମୁଖ୍ୟ ସ୍ରୋତରେ ସାମିଲକରାଯାଇପାରିବ, ସେସବୁର ସଫଳ ରୂପାୟନ ପାଇଁ ଯଥୋଚିତ ପ୍ରଶିକ୍ଷଣର ଗୁରୁତ୍ୱ ରହିଛି, ବୋଲି ମତପୋଷଣ କରିଥିଲେ । ବହୁ ଶ୍ରେଣୀ ପରିଚାଳନା, ଶିକ୍ଷଣ ସୋପାନ ପୁସ୍ତକର ବ୍ୟବହାର ବିଷୟରେ ମତବ୍ୟକ୍ତ କରିଥିଲେ । ଶିକ୍ଷକଙ୍କ ଦକ୍ଷତାର ବିକାଶ ଦିଗରେ ଏହାର ଭୂମିକା ନିହାତି ଗ୍ରହଣୀୟ ବୋଲି ପ୍ରତିପାଦନ କରିଥିଲେ । ପ୍ରତ୍ୟେକ ଶିକ୍ଷକ ପ୍ରଶିକ୍ଷଣ ଗ୍ରହଣ କରିବାର ପ୍ରୟୋଜନତା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସି ଆର୍ ସି ସି ମାନେ ସକାରାତ୍ମକ ପ୍ରକ୍ରିୟାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମସ୍ତ ପ୍ରକାର ଶୈକ୍ଷିକ ସହଯୋଗ ଏପରିକି ଶିକ୍ଷଣ ସାମଗ୍ରୀ, ଉପଯୋଗୀ ବହିପତ୍ର ଉପଲବ୍ଧ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ବିଦ୍ୟାଳୟର ସାମୂହିକ ବିକାଶ, ପାଠ୍ୟ ପୁସ୍ତକ, ଶିକ୍ଷକ ସହାୟକ ପୁସ୍ତିକା, କାର୍ଯ୍ୟ ପୁସ୍ତିକା ଉପରେ ଆଲୋଚନା କରିଥିଲେ ।
ଶିଶୁ ବାଟିକା ଶିକ୍ଷାର ଗୁରୁତ୍ୱ, ଶିଶୁ ବାଟିକା ଶିକ୍ଷାର୍ଥୀଙ୍କୁ ବୁଝିବା, ଶିକ୍ଷଣ ଫଳାଫଳ, ଶିକ୍ଷଣ ଯୋଜନା, ଅଭିଭାବକ ଓ ଗୋଷ୍ଠୀର ଭୂମିକା, ମାନ ନିର୍ଦ୍ଧାରଣ ଆଦି ବହୁବିଧ ଦିଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଜି ଅର୍ଥାତ୍ ତା ୧୩//୧୦/୨୫ ରିଖରୁ ଆରମ୍ଭ ହୋଇଥିବା ଏହି ବୈଠକ  ତା ୧୫/୧୦/୨୫ ରିଖରେ ଉଦଯାପିତ ହେବ । ଗଂଜାମ ଜିଲ୍ଲାର ସମସ୍ତ ବ୍ଲକର ସି ଆର୍ ସି ସି  ଅନୁଷ୍ଠିତ ତ୍ରିଦିବସୀୟ ବୈଠକରେ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ । 
ଆୟୋଜିତ ତ୍ରିଦିବସୀୟ ବୈଠକରେ ବରିଷ୍ଠ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା,  ନବୀନ ପ୍ରାମାଣିକ, ଜିତେନ୍ଦ୍ର କୁମାର ପଣ୍ଡା, ମୁକ୍ତିକାନ୍ତ ବେହେରା, ସୁକୁଲେଇ ଟୁଡୁ, ପ୍ରଶିକ୍ଷିକା ଡକ୍ଟର ନୀହାରିକା ସାମନ୍ତରାୟ, ଲିପି ଶ୍ରୀ ଦେବୀ,  ବବିତା ସିଂ ନାୟକ, ସୁଶ୍ରୀ ଗାୟତ୍ରୀ ସ୍ୱାଇଁ, କଲ୍ୟାଣୀ କୁମାରୀ ଗୈ।ଡ଼ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କାର୍ଯ୍ୟାଳୟର ସେକ୍ସନ ଅଧିକାରୀ ପ୍ରବେଶ କୁମାର ପଟ୍ଟନାୟକ, ସହକାରୀ କିରାଣୀ ଆଶିଷ ରଂଜନ ସେଠୀଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ବୈଠକକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

News Comment

You Might Also Like

BACK TO TOP