Breaking News

ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||     

ଅବ୍ୟବସ୍ଥା ଭିତରେ ମାଆ ତାରା ତାରିଣୀ ଙ୍କ ଘରୋଇ ବସ ସେବା |

29-Sep-2025

ଅବ୍ୟବସ୍ଥା  ଭିତରେ ମାଆ ତାରାତାରିଣୀ ଘରୋଇ ମନ୍ଦିର ବସ ସେବା  | 
(ପରିବହନମନ୍ତ୍ରୀ  ଏବଂ ଜିଲ୍ଲା ପାଳ ଦୃଷ୍ଟି ଦୃଷ୍ଟି ଦେବାକୁ  ଦାବି,

     ଓଡିଶା ଜନ ମତ ବ୍ୟୁରୋ,
ପୁରୁଷୋତ୍ତମପୁର, ତା--29/09/25,
ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଳାର  ଅଧିଷ୍ଠାତ୍ରୀ ଦେବୀ ମାଆ ତାରା ତାରିଣୀ ମନ୍ଦିର ପାଈଁ ସବୁ ପ୍ରକାର ବ୍ୟବସ୍ତା କରାଯାଉଥିଲେ ମଧ୍ୟ ଅନ୍ୟ ପର୍ଯ୍ୟଟନ ମନ୍ଦିର ଅପେକ୍ଷା ଗଞ୍ଜାମ ସବୁବେଳେ ପଛରେ ପଡି ଯାଉଛି  | କାରଣ କଣ କାହଁକି ଗଞ୍ଜାମକୁ ଅଣଦେଖା କରା ଯାଉଛି ତାହା ବୁଝି ହେଉନାହିଁ |  ନୂତନ ମନ୍ଦିର ତିଆରି ହେଉ ଅବା ସୌନ୍ଦର୍ଯ୍ୟ କରଣ ହେଉ  ସବୁଥିରେ ଏହି ଜିଲ୍ଲା ସହିତ ମନ୍ଦିର କୁ ପଛରେ ରଖା ଯାଉଛି | ତାର କାରଣ କଣ ତାହାବି ଜଣା ପଡୁନି |  ସମସ୍ତେ ଗଞ୍ଜାମ ଜିଲ୍ଲା କୁ ସବୁବେଳେ  ବୈମାତୃକ ମନୋଭାବ ନେଇ  କାର୍ଯ୍ୟ କରୁଛନ୍ତି | ତାରା ତାରିଣୀ ମନ୍ଦିର ତିଆରି ପାଈଁ 108 ଉପାଧି ପାଇଥିବା  ଶିଳ୍ପୀ ରଘୁନାଥ ମହାପାତ୍ର ଙ୍କୁ ଦୀର୍ଘ 20ବର୍ଷ ଲାଗିଗଲା  | କିନ୍ତୁ ତାର ପଛରେ ବାଲେଶ୍ୱର ରେ ଏହି ଶିଳ୍ପୀ ଙ୍କଦ୍ୱାରା ତିଆରି ଜଗନ୍ନାଥ ଓ ଦୁର୍ଗା ମନ୍ଦିର ଯାହାକି ରେଖାଶୈଳୀ ରେ ନିର୍ମିତ ତାହା ମାତ୍ରଛଅ ସାତ ବର୍ଷ  ମଧ୍ୟରେ  ଜନ ସାଧାରଣ ଙ୍କୁ ଉଚ୍ଚର୍ଗୀକୃତ  ହୋଇ ପାରିଲା  | କିନ୍ତୁ  ତାରା ତାରିଣୀ ମନ୍ଦିର  କୁ ଦୀର୍ଘ କୋଡିଏ ବର୍ଷ ଲାଗିଗଲା  ତିଆରି ପାଈଁ | ଯାହାକି ପୂରା଼ ମାତ୍ରାରେ ସମ୍ପୂର୍ଣ ହୋଇ ପାରିନାହିଁ | ସେହିପରି ମନ୍ଦିର ଉପରେ ମୋବାଇଲ ନେଟୱାର୍କ ରହୁନଥିବାରୁ ପୀଠକୁ ଆସୁଥିବାବହୁ ଭକ୍ତ  ମାନେ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ହୋଇ କାହାସହିତ ମଧ୍ୟ ଅସୁବିଧା ସମୟରେ  କିଛିବି ସନ୍ଦେଶ କିମ୍ବା ମେସେଜ ଦେଇ ପାରୁନାହାନ୍ତି | ଏପଟେ ଯାତ୍ରୀ  ମାନଙ୍କ କୌଣସି ପ୍ରକାର ବ୍ୟବସ୍ତା କୁ ମନ୍ଦିର ପ୍ରଶାସନ  ଗୁରୁତ୍ୱ ଦେଉ ନାହାନ୍ତି  ||ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହ ମନ୍ଦିର ପରିଚାଳନା ସଭାପତି ଙ୍କ କୌଣସି କଥାରେ ତାଳ ମେଳ ରହୁନାହିଁ | କିମ୍ବା ତାଙ୍କୁ କୌଣସି  କାର୍ଯ୍ୟ କରିବାର ସୁବିଧା ଦିଆ ଯାଉନାହିଁ | ଏବେ ଆସିବା ବସ ସେବାକୁ ଯେତେବେଳେ ଜିଟିପି ଶିଏଲ ନାମକ ଘରୋଇ ସଂସ୍ଥା ମନ୍ଦିର ରେ  ବସ ସେବା ପ୍ରଚଳନ କଲେ ସେମଧ୍ୟରୁ ଟଙ୍କାଟିଏ ମଧ୍ୟ ମନ୍ଦିର ଫଣ୍ଡ କୁ ଆସିନାହିଁ ତେବେ ସେହି ଘରୋଇ ସଂସ୍ଥା ହିଁ ଏବେ ପୁରୁଣା ବୋତଲ ନୁଆଁ ଲେବଲ ଭଳି କରି ଭକ୍ତ ମାନଙ୍କଠାରୁ ଲକ୍ଷ, ଲକ୍ଷ ଟଙ୍କା ଠକି ନେଉଛି |  ଏବଂ ଏହା ଉପରେ କାହାର ବି ବୁଝିବାର ଦାଇତ୍ୱ ବୋଧତା ନାହିଁ | କଣ ପାଈଁ ମନ୍ଦିର ଫଣ୍ଡ କୁ ଟଙ୍କା ଆସିଲା ନାହିଁ | ତେବେ ଗତ ଚୈତ୍ର ମାସରେ ବସ ଦର ଯିବା ଆସିବାନିମନ୍ତେ ପୂର୍ବତନ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା ଓ ପରିବହନ ମନ୍ତ୍ରୀ  ବିଭୁତି ଜେନା ଅନ୍ୟ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଏବଂ ସ୍ଥାନୀୟ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧ୍ୟାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ସହ ଗଞ୍ଜାମ ଜିଲ୍ଲା ର ସବୁ ବିଧାୟକ ଯୋଗ ଦେଇ ଥିଲେ ଓ ବସ ଦର କୁ 30 ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ଏପରିକି ଚୈତ୍ର ମାସରେ ରଖିଥିଲା ବେଳେ ଏବେ ତାହା କାହିଁକି 40 ଟଙ୍କା ରଖାଗଲା ତାଉପରେ  ଯାତ୍ରୀ ମାନେ ବହୁ ଅସନ୍ତୋଷ ପ୍ରକଟ କରିଛନ୍ତି | ଖାଲି ଭଡା ନେଇ ପାହାଡ଼ ଉପରକୁ ଯିବା ନିମନ୍ତେ ବସଜୁ ଅପେକ୍ଷା କରିଥିବା ଯାତ୍ରୀ ମାନଙ୍କ ନିମନ୍ତେ ଖରା,ବର୍ଷା, ରୁ ରକ୍ଷା ପାଇବା ନିମନ୍ତେ କୌଣସି ସୁବ୍ୟବସ୍ଥା ବସ ର ଅଧିକାରୀ କରୁନଥିବାରୁ  ବିଶେଷ କରି ମହିଳା, ଦିବ୍ୟାଙ୍ଗ ଓ  ବୃଦ୍ଧ, ବୃଦ୍ଧା ମାନେ ବହୁତ ହଇରାଣ ହେଉଥିବାର ଦେଖାଦେଇଛି |ଏହା ଉପରେ ଜିଲ୍ଲା ପାଳ ଙ୍କ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ବେଳେ ବସ ସେବା ଓ ଦର ଅଧିକ ଉପରେ ସେହି ପଞ୍ଚାୟତ ର ଜଣେ ଯୁବକ ଅମର ବେହେରା ଏହା ଉପରେ  ଅଭିଯୋଗ କରିଥିଲେ ହେଁ ଅଭିଯୋଗ ଅଧିକାରୀ ଏହା ମନ୍ଦିର ର ଦାଇତ୍ୱ ବୋଲି କହି ତାଙ୍କ କଥା ଶୁଣି ନଥିଲେ | ତେବେ ବ୍ଳକ ସହିତ ମନ୍ଦିର ର ମଧ୍ୟ ପରିଚାଳନା କମିଟି ର ବିଡ଼ିଓ ଓ ତହସିଲଦାର ସଦସ୍ୟ ଅଛନ୍ତି | ତେବେ ସେମାନେ କାହିଁକି ଅଭିଯୋଗ କାରିକି ଏହା ଫେରାଇ ଦେଲେ |ଦରକାର ପଡିଲେ ସେମାନେ ଏହା ଉପରେ ଜିଲ୍ଲା ପାଳ ଙ୍କ ସହ କଥାହୋଇଥାନ୍ତେ | ତେଣୁ ଏହି ଘଟଣା ଉପରେ ମାନ୍ୟବର  ପରିବହନ ମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲା ପାଳ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭକ୍ତ ମାନେ  ଅନୁରୋଧ କରିଛନ୍ତି | ଏହାସହ ସେମାନଙ୍କ କହିବା କଥା କି  ମନ୍ଦିର ର ଯଦି ନିଜର 4ଗୋଟି ବସ ପାହାଡ଼ ତଳ ଉପରକୁ ଯିବା ଆସିବା କରିଥାନ୍ତା ତେବେ ମନ୍ଦିର ଫଣ୍ଡ କୁ ବହୁମାତ୍ରା ରେ ରାଜସ୍ବ ଆସିପାରିଥାନ୍ତା ଏବଂ କାହାର ଦୟାରେ ବସ ସେବା ଅସୁବିଧା ହେଉ ନଥାନ୍ତା ବୋଲି  ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ, ସଚିବ, ଓ ପରିବହନ ମନ୍ତ୍ରୀ ଙ୍କ ସହ ଗଞ୍ଜାମ ଜିଲ୍ଲା ପାଳ ଙ୍କୁ ଅନୁରୋଧ କରିଛନ୍ତି |  ଭଡା ଲୋକ ର ମର୍ଜିରେ  ରହିବା ଅପେକ୍ଷା  ନିଜର ରହିଲେ ବହୁତ ଭଲ ବୋଲି ସେମାନେ ମତ ଦେଇଛନ୍ତି | ଏହା ଉପରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଟିକେ ରେଡି ଭକ୍ତଙ୍କ ବର୍ଦ୍ଧିତ ମୂଲ୍ୟ ଉପରେ ଅସନ୍ତୋଷ ଥିବାର  ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ଙ୍କ ସହ କଥା ହେବାରୁ ଜିଲ୍ଲା ପାଳ ଦଶହରା ପରେ ଏହା ଉପରେ  ବିଚାର କରାଯିବ କହିଥିଲେ | ତେବେ ପୂଜା ମଧ୍ୟରେ ବସ ମାଲିକ ଆସୁଥିବା ଭକ୍ତ ଙ୍କ ଠାରୁ ଲକ୍ଷ, ଲକ୍ଷ ଟଙ୍କା ଶୋଷଣ କରିଦେଇଥିବ ବୋଲି କିଛି ଭକ୍ତ ମତ ଦେଇଛନ୍ତି |

News Comment

You Might Also Like

BACK TO TOP