Breaking News

ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||     

କନ୍ଧମାଳ ପୋଲିସ ନିକଟ ରେ ଆତ୍ମ ସମ ର୍ପଣ କଲେ ତିନି ହାଡ଼ କୋର ମାଓବାଦୀ |

07-Jul-2025

କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ତିନି ହାର୍ଡକୋର୍ ମାଓବାଦୀ

ଓଡିଶା ଜନମତ,କନ୍ଧମାଳ,ସଞ୍ଜୟ କୁମାର ପାଣିଗ୍ରାହୀ,ତା, ୦୭/୦୭:

  ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ମିଳିଛି ଆଉ ଏକ ସଫଳତା। ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ। ଏନେଇ ସୋମବାର କନ୍ଧମାଳ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତିନ ଶେଖର। ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ହେଲେ ବିଜିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, କେକେବିଏନ ସଙ୍ଗଠନର ଏରିଆ କମିଟି ମେମ୍ବର ରାଜୁ ଦୋଡି ଓରଫ ଅଜୟ ଏବଂ ଆଡମୋ ମାଧବୀ ଓରଫ ମଞ୍ଜୁ। ଚମ୍ପା ୨୦୦୯ରୁ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ଅଜୟ ୨୦୧୬ ଏବଂ ମଞ୍ଜୁ ୨୦୧୧ରେ ସାମିଲ ହୋଇଥିଲେ। ଏମାନେ ସମସ୍ତେ ଛତିଶଗଡ଼ କ୍ୟାଡରର ଏବଂ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସକ୍ରିୟ ଥିଲେ। ଲାଲବାହିନୀର ଝାଡ଼ଖଣ୍ଡ- ଛତିଶଗଡ଼ କରିଡରକୁ ପୁନଃ ସକ୍ରିୟ କରିବା ଦିଗରେ ଏମାନେ କାମ କରୁଥିଲେ। ଅତୀତରେ ଘଟିଥିବା ଏକାଧିକ ମାଓ କାର୍ଯ୍ୟକଳାପରେ ଏମାନଙ୍କ ସମ୍ପୃକ୍ତି ଥିବା ଆଇଜି ସୂଚନା ଦେଇଛନ୍ତି। ସୁରକ୍ଷା ବାହିନୀ ପକ୍ଷରୁ ଲଗାତାର ମାଓ ବିରୋଧୀ ଅଭିଯାନ ଦ୍ବାରା ହତୋତ୍ସାହିତ ହେବା ସାଙ୍ଗକୁ ସଙ୍ଗଠନର ଆଭିମୁଖ୍ୟ ପ୍ରତି ବିତସ୍ପୃହ ହୋଇ ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି ତିନି ମାଓବାଦୀ। ସରକାରଙ୍କ ପକ୍ଷରୁ ଘୋଷିତ ଆକର୍ଷଣୀୟ ପ୍ୟାକେଜ ମଧ୍ୟ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିଥିବା ସେମାନେ କହିଛନ୍ତି। ଏମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ବାଲିଗୁଡ଼ା ଥାନା ଅଞ୍ଚଳରେ ପୁଲିସ ସହିତ ଗୁଳି ବିନିମୟରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଜିଲ୍ଲାରେ ଲଗାତାର ମାଓ ସଙ୍ଗଠନ ଦୁର୍ବଳ ହେଉଥିବା ଏବଂ ବର୍ତ୍ତମାନ କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୫୦ ତଳକୁ ଖସି ଆସିଥିବା ଆଇଜି ପ୍ରକାଶ କରିଛନ୍ତି। ଏହି ଅବସରରେ, ହିଂସା ତ୍ୟାଗ କରି ସମାଜର ମୂଖ୍ୟସ୍ରୋତକୁ ଫେରି ଆସିବା ସହିତ ସରକାରଙ୍କ ଥଇଥାନ ବ୍ୟବସ୍ଥାର ସୁଯୋଗ ନେବା ପାଇଁ ଆହ୍ବାନ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି । ଆୟୋଜିତ ଖବରଦାତା ସମ୍ମିଳନୀରେ କନ୍ଧମାଳ ଏସପି ହରିଶ ବି ସି ଏବଂ ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ ପଙ୍କଜ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP