Breaking News

ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||     

ରାଜ୍ୟ ସରକାର ଙ୍କ "ସେବା ପ୍ରସାର ` ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ |

29-May-2025

ରାଜ୍ୟ ସରକାରଙ୍କ "ସେବା ପ୍ରସାର"ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ, ଆନୁଷ୍ଠିତ 

ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ

ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସେବା ପ୍ରସାର କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଓଡ଼ିଶାରେ ନୂତନ ସରକାର ଗଠନ ହେଲା ପରେ ବିଭିନ୍ନ ଜନ କଲ୍ୟାଣକାରୀ  ଯୋଜନାସହ କେନ୍ଦ୍ରସରକାରଙ୍କ ଜନ ମଙ୍ଗଳକାରି ଯୋଜନା କାର୍ଯ୍ୟକାରୀ କରାଯାଇ ଓଡ଼ିଶାକୁ ସଶକ୍ତ,ସ୍ୱାବଲମ୍ବୀ, ଅଗ୍ରଣୀ ଏବଂ ବିକଶିତ  ରାଜ୍ୟରେ ପରିଗଣିତ କରିବା ପାଇଁ ଦୃତ ବିକାଶ ର କାର୍ଯ୍ୟଧାରା ଜାରିରହିଛି l ରାଜ୍ୟର ଭୌଗଳିକ ପରିସ୍ଥିତି,ଜଳ, ଖଣିଜ ସଂପଦ , ବୃଷ୍ଟିପାତ  ଅନୁଧ୍ୟାନ କରାଯାଇ ତୃଣମୂଳ ସ୍ତରରୁ ଜିଲ୍ଲା ଏବଂ ରାଜ୍ୟ  ରାଜଧାନୀ ପର୍ଯ୍ୟନ୍ତ ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ, କୃଷି, ମହିଳା ସଶକ୍ତି କରଣ, ଯୁବକ ଯୁବତୀ ମାନଙ୍କ ନିମନ୍ତେ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା, ଉଦ୍ୟାନକୃଷି, ମିଶନ ଶକ୍ତି, ସୁଭଦ୍ରା ଯୋଜନା, ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଯୋଜନା,ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଅମୃତ ସରୋବର,ପ୍ରଧାନମନ୍ତ୍ରୀ ବାୟୋବନ୍ଦନା , ସୁଭଦ୍ରା ଆଦି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଯାଇ ପ୍ରତି ପରିବାରର ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରାଇ ସେମାନଙ୍କର ଜୀବନଜୀବିକା ଶୈଳୀରେ ଦୃତ ବିକାଶର ଦୃଷ୍ଟାନ୍ତ ସୃଷ୍ଟି କରାଯାଉଛି l ତେବେବି ଯୋଜନାର ସୁଫଳ କୁ ସର୍ବନିମ୍ନ ଗ୍ରାଉଣ୍ଡ ଜିରୋ ରେ ପହଞ୍ଚାଇବାକୁ ନୂତନ ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ଐତିହ୍ୟ ଓ ପରମ୍ପରା, ସଂସ୍କୃତି, ଓଡ଼ିଆର ଅସ୍ମିତା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଗ୍ରଣୀ ଦୃତ ବିକାଶ ମୂଳକ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ଓ ସେବା ଉପଲବ୍ଧ କରାଇ ବା ଉଦ୍ଦେଶ୍ୟରେ ଆଗାମୀ ୫ ତାରିଖରୁ ୨୦  ତାରିଖ ମଧ୍ୟରେ ଜିଲ୍ଲାସ୍ତରୀୟ ଏକବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବ l ଏହି ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାର ଉନ୍ନୟନ ତଦାରଖ ଦାୟିତ୍ବରେ ଥିବା ମାନ୍ୟବର ପ୍ରଭାରୀ ମନ୍ତ୍ରୀ, ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ ବୃନ୍ଦ,ଜନ ପ୍ରତିନିଧି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଉତ୍ଥାପନ କରି ଜିଲ୍ଲାସ୍ତରୀୟ ଉତ୍ସବ ସ୍ଥାନୀୟ ହାବେଲି ପଡ଼ିଆରେ ଆୟୋଜନ କରିବାକୁ ସିଦ୍ଧାନ୍ତ ନେଇଛନ୍ତି l ସେହିପରି ଏହି ଉତ୍ସବରେ ପ୍ରତ୍ୟେକ ବିଭାଗର ଷ୍ଟଲ୍ ଆୟୋଜନ କରିବା ଓ ଜନ ସାଧାରଣଙ୍କୁ ଯୋଜନା ସମ୍ବନ୍ଧରେ ଅବଗତ କରାଇବା, ସଫଳ ହିତାଧିକାରୀଙ୍କୁ ସମ୍ବର୍ଦ୍ଧନା ଦେବା, ପ୍ରତ୍ୟେକ ବ୍ଲକରେ ଏଲିଡି ଭ୍ୟାନ ବୁଲାଇ ଜନମଙ୍ଗଲ ଯୋଜନା ଓ ବିକାଶର ବାର୍ତ୍ତା ପ୍ରଚାର କରିବା ,ରଜମଉତ୍ସବ ପାଳନ କରିବା, ପଳିଶ୍ରୀ ମେଳା ଆୟୋଜନ କରିବା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ଜନସାଧାରଣ ମାନଙ୍କୁ ଶିକ୍ଷା, ସୂଚନା ଓ ଦୃତ ବିକାଶ ର ବାର୍ତ୍ତା ପ୍ରଚାର ପ୍ରସାର କରାଇ ସେମାନଙ୍କୁ ବିକଶିତ ଓଡ଼ିଶା ର ବିକାଶ ସ୍ରୋତରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି l ସମସ୍ତ ଅଧିକାରୀ ମାନେ ନିଜ ନିଜ ବିଭାଗୀୟ ସଫଳତା ଓ ସେବା ସମ୍ବନ୍ଧରେ ବିସ୍ତୃତ ତଥ୍ୟ ଆସନ୍ତା ମଙ୍ଗଳବାର ସୁଦ୍ଧା ଜିଲ୍ଲାପ୍ରଶାସନ କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା,ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା, ଖୋର୍ଦ୍ଧା ତହସିଲଦାର ବିଭାସ କୁମାର ପାଣିଗ୍ରାହୀ ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ବି ଡି ଓ, ସମସ୍ତ ତହସିଲଦାର, ସମସ୍ତ ନିର୍ବାହୀ ଅଧିକାରୀ, ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ ସମସ୍ତ ଲାଇନ  ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଯୋଗଦେଇଥିଲେ l

News Comment

You Might Also Like

BACK TO TOP