Breaking
News
Breaking
News
29-Aug-2026
]
୧.୪୦ କୋଟି ଟଙ୍କା ହେରଫେର ଅଭିଯୋଗ ରେ କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଫିସର ଗିରଫ |
ଓଡିଶା ଜନ ମତ ବ୍ୟୁରୋ,
କଟକ SCB ମେଡିକାଲରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ଏଜି ଅଡିଟ ସମୟରେ ଟଙ୍କା ହେରଫେର ଘଟଣା ସାମ୍ନାକୁ ଆସିଥିଲା ।
SCB ମେଡିକାଲରେ ଏକ ଏଜି ଅଡିଟ୍ ସମୟରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ଅନିୟମିତତା ହୋଇଥିବା ଜଣାପଡିଥିଲା । ଏହି ଅର୍ଥ ହେରଫେରରେ DEO ଦିନେଶ ରାଉତଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଡିଇଓ ଏହି ଟଙ୍କା ହେରଫେର କରିଥିବା ଜଣାପଡିଥିଲା ।
ଘଟଣା ସମ୍ପର୍କରେ SCB ଅଧୀକ୍ଷକ ଗତ ୨୬ ତାରିଖରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ଏହାର ତଦନ୍ତ କରି ଆଜି ମଙ୍ଗଳାବାଗ ପୋଲିସ ଅଭିଯୁକ୍ତ DEO ଦିନେଶ ରାଉତଙ୍କୁ ଗିରଫ କରିଛି।
BACK TO TOP