Breaking News

ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||     

ଭାଟ କୁମରଡ଼ା ପ୍ରାଥମିକ ସ୍କୁଲ ରେ କ୍ଲଷ୍ଟରସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ବିକଶିତ କର୍ମ ଶାଳା |

03-Apr-2025

ଭାଟ କୁମରଡ଼ା ପ୍ରାଥମିକ ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ବିକଶିତ କର୍ମଶାଳା,

          ଓଡିଶା ଜନମତ   ବ୍ୟୁରୋ,

  ପୁରୁଷୋତ୍ତମପୁରବ୍ଲକଅନ୍ତର୍ଗତ ଭାଟ କୁମରଡ଼ା ପ୍ରାଥମିକ ସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା  ସ୍ଥାନୀୟ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ରା ପଣ୍ଡା ଓ ଭାଟ କୁମରଡ଼ା କ୍ଲଷ୍ଟରର ସିଆର ସିସି ଏସ  ଲକ୍ଷ୍ମୀ ନାରାୟଣ ପାତ୍ର ଙ୍କ ମିଳିତ ସଂଯୋଜନା ରେ  ଆରମ୍ଭ କରାଯାଇଥିଲା | ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ବିଇଓ  ଏସ ଗିରିଧର ଯୋଗ ଦେଇଥିଲା ବେଳେ  ସମ୍ମାନିତ ଅତିଥି ଭାବେ  ଏବିଓ   ରାଜକିଶୋର ସାହୁ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଶିକ୍ଷକ ତଥା ଖଲ୍ଲିକୋଟ ବିଧାୟକ ଙ୍କ ବ୍ଳକ ପ୍ରତିନିଧି  କୋରାନାଥ ସ୍ୱାଇଁ, ସୁନାଥର ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ  ପ୍ରଦୀପ କୁମାର ପାତ୍ର,, ଭାଟ କୁମରଡା ୟୁପି ସ୍କୁଲ ର ପରିଚାଳନା ସଭାପତି  ଅନିଲ କୁମାର ପଟନାୟକ, ବରିଷ୍ଟ ଗଣ ମାଧ୍ୟମ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ଓ ଅନନ୍ତ ଦାଶ,  ଓ ଗୋଷ୍ଟି ଶିକ୍ଷା ଅଫିସ ର ଏକାଉଣ୍ଟେଟ ଲିଚୁ ପାତ୍ର,  ଷୋଳଘର କ୍ଲଷ୍ଟର ସିଆର ସିସି ପ୍ରତାପ ଚନ୍ଦ୍ର ପଣ୍ଡା, ପ୍ରତାପୁର କ୍ଲଷ୍ଟର ସିଆର ସିସି  ପୁର୍ଣ ଚନ୍ଦ୍ର ନାୟକ, ମଞ୍ଚାସିନ ଥିଲେ | ଉପସ୍ଥିତ ସମସ୍ତ ଅତିଥି ପ୍ରଭୁ ଜଗତ ର ନାଥ ଶ୍ରୀଜଗନ୍ନାଥ ଙ୍କ  ପାଦପଦ୍ମତଳେ ପ୍ରଣିପାତ କରି ପୁଷ୍ପ ମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ | ସିଆରସିସି ଏସ ଲକ୍ଷ୍ମୀ ନାରାୟଣ ପାତ୍ର,  ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା  ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ  ସମ୍ବର୍ଦ୍ଧିତ କରିଥିଲେ | କ୍ଲଷ୍ଟର୍ ର ପ୍ରତ୍ୟେକ ବିଦ୍ୟାଳୟ ରୁ ଜଣେ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିବା ବେଳେ ପାଞ୍ଚଜଣ ଦକ୍ଷ ସାଧନ କର୍ମୀ ଓ ସୁନାଥର ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପାତ୍ର ଯୋଗଦେଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଶିକ୍ଷକ ମାନଙ୍କୁ ତାଲିମ ଦେଇଥିଲେ।ମୁଖ୍ୟ ଅତିଥି ଏସ ଗିରିଧାର ତାଙ୍କ ବକ୍ତବ୍ୟ ରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସାମଗ୍ରୀ କୁ ଯାହା ବୁଲି ଦେଖିଥିଲେ ତାହା ତାଙ୍କୁ ବହୁତ ଖୁସିଦେଇ ଥିବା କହିବା ସହ ଛାତ୍ର, ଛତ୍ରୀ ମାନଙ୍କୁ ଦୁଇଟି ଜିନିଷ  ସବୁବେଳେ ନିଜ ମନରୁ   ଦୁରେଇ ରଖିବାକୁ କହିଥିଲେ | ପ୍ରଥମେ ଦୁଇଟି ପଦ ନେବା, ପ୍ରଥମଟି ଲାଭ ଓ ଦ୍ୱିତୀୟ ଟି ଜୟ ଅଟେ | ତେବେ ପ୍ରଥମ ପଦ ର ପ୍ରଥମ ଅକ୍ଷର ଏବଂ ଦ୍ୱତୀୟ ପଦର ଶେଷ ଅକ୍ଷର ମିଶିଲେ ତାହା` ଲାଜ` ଶବ୍ଦ କୁ ବୁଝାଏ ତେଣୁ ଛାତ୍ର, ଛାତ୍ରୀ ମାନେ ମନରେ ଲାଜ ରଖିଲେ  ଶିକ୍ଷକ ଙ୍କ ଠାରୁ ବହୁତ ବିଷୟ ଜାଣି ପାରିବେ ନାହିଁ | ତେଣୁ ସମସ୍ତେ ଲାଜ ଛାଡିବା  ଉଚିତ ଅଟେ | ସେହିପରିପ୍ରଥମ ପଦର ଶେଷ ଅକ୍ଷର ହେଉଛି `ଭ` ଓ ଦ୍ୱତୀୟ ପଦର ଶେଷ ଅକ୍ଷର ` ୟ `ମିଶିଲେ ଭୟ କୁ ବୁଝାଏ | ତେଣୁ ମନରେ ଭୟ ରହିଲେ ଛାତ୍ର, ଛାତ୍ରୀ ମାନେ କୌଣସି କ୍ଷେତ୍ର ରେ ଆଗେଇଯାଇ ପାରିବେ ନାହିଁ | ତେଣୁ ଲାଜ ଓ ଭୟ ଛାତ୍ର, ଛାତ୍ରୀ ମାନଙ୍କ ଠାରୁ କିପରି ଦୂର ହୋଇ ପାରିବ ତା ଉପରେ ଗୁରୁତ୍ୱ ଦେବାକୁ  ଶିକ୍ଷକ ମାନଙ୍କୁ କହି ଥିଲେ |  ସେହିପରି ଅନ୍ୟତମ ଅତିଥି ଏବିଇଓ ମଧ୍ୟ ଭଲ  ଭାଷଣ ଦେଇ ଏହି ଟି ଏଲ ଏମ  କାର୍ଯ୍ୟକ୍ରମ କୁ ସବୁ କ୍ଲଷ୍ଟର ଠାରୁ ମୂଳ ପିଣ୍ଡ କୁହାଯାଉ ଥିବା  ଭାଟ କୁମରଡ଼ା ସବୁଠାରୁ  ଦୁଇ ପାଦ ଆଗରେ ବୋଲି  ମତ ଦେଇ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ସିଆର ସିସି ଲକ୍ଷ୍ମୀ ନାରାୟଣ ପାତ୍ର ଙ୍କୁ ପ୍ରଶଂସା କରିଥିଲେ  | ମୁଖ୍ୟ ବକ୍ତା ତଥା ଏହି ସ୍କୁଲ ର ଛାତ୍ର ଏବଂ ହାଇସ୍କୁଲ ର ଅବସର ପ୍ରାପ୍ତ ଇଂଲିଶ ଶିକ୍ଷକ ଥିବା  କୋରନାଥ ସ୍ୱାଇଁ ସରକାର ଆନନ୍ଦ ମୟ  ଶିକ୍ଷା କରି ପିଲାମାନଙ୍କ  ଦୁଷ୍ଟାମୀ କୁ ବଢାଇବା ସହିତ ଶିକ୍ଷକ ମାନଙ୍କ ହାତକୁ ବାନ୍ଧି ଦେଇଛନ୍ତି | କିନ୍ତୁ ତାଙ୍କ ଶିକ୍ଷକ ଜୀବନ ରେ ସେ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳା ଜ୍ଞାନ, ଓ ଗୋଟିଏ ବିଷୟ କୁ ପ୍ରାଞ୍ଜଳ ଭାବରେ ପିଲାଙ୍କୁ ବୁଝାଇଥିଲେ ବୋଲି କହିଥିଲେ | ଅନ୍ୟ ଅତିଥି ମାନେ ଏହି ଟିଏଲ ଏମ କାର୍ଯ୍ୟକ୍ରମ ଯୋଗୁଁ ଛାତ୍ର, ଛାତ୍ରୀଙ୍କ ନିମନ୍ତେପାଠ ପଢା ରେ ବହୁତ ସୁବିଧା ହୋଇ ପାରିବ ବୋଲି କହିଥିଲେ | ପ୍ରତାପୁର  ସିଆର ସିସି ପୁର୍ଣ ଚନ୍ଦ୍ର ନାୟକମତ ଦେଇଥିଲେ କି  ଭାଟକୁମାରଡା  ସିଆର ସିସି  ଅନ୍ୟକ୍ଲଷ୍ଟର ରୁ ଦେଖି ଏବଂ କିଛି ସିଆର ସିସି ଙ୍କ ଠାରୁ ବୁଝି ସେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ବହୁତ ପ୍ରଶଂସା ଯୋଗ୍ୟ ବୋଲି ମତ ଦେଇଥିଲେ | ଷୋଳ ଘର ସିଆର ସିସି ପ୍ରତାପ ଚନ୍ଦ୍ର ପଣ୍ଡା ଓ ପୁର୍ଣ ଚନ୍ଦ୍ର ନାୟକ ମୋତେ ବହୁତ ସହଯୋଗ କରିଥିବାରୁ ମୁଁ ତାଙ୍କ ମାନଙ୍କ ପାଖରେ ଚିର କୃତଜ୍ଞ ବୋଲି ଲକ୍ଷ୍ମୀ ନାରାୟଣ ପାତ୍ର  କହିଥିଲେ | ଏହି କାର୍ଯ୍ୟକ୍ରମ ରେ ଏହି ସ୍କୁଲ ସହିତ ଅନ୍ୟାନ୍ୟ ସ୍କୁଲ ର  ଶିକ୍ଷକ, ଶିକ୍ଷୟତ୍ରୀ  ଓ ସ୍କୁଲ ଷ୍ଟାଫ  ସହଯୋଗ କରିଥିଲେ | ଶେଷରେ ଟିଏଲ ଏମ  ଶିକ୍ଷୟତ୍ରୀ ସ୍ମିତା ରାଣୀ ପାଢ଼ୀ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟ କ୍ରମଶେଷ କରିଥିଲେ |

News Comment

You Might Also Like

BACK TO TOP