Breaking News

କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||     

ବିଏସ ଏନ ଏଲ ନେଟୱାର୍କ ଅଚଳ ଯୋଗୁଁ ଅଫିସ ରେ ତାଲା ପକେଇଲେ ଉତ୍ୟକ୍ତ ଗ୍ରାମବାସୀ |

19-Feb-2025

ଆଠ ମାସ ହେଲା ବିଏସଏନଏଲ ନେଟୱାର୍କ ଅଚଳ : ଅଧିକାରୀ ମାନଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଗ୍ରାମବାସୀ, 
ଓଡିଶା ଜନମତ, ବାଲିଗୁଡ଼ା, ତା, ୨୦/୦୨,ସଞ୍ଜୟ କୁମାର ପାଣିଗ୍ରାହୀ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ସୁବର୍ଣ୍ଣଗିରି ପଞ୍ଚାୟତରେ ଆଜକୁ ଆଠ ମାସ ହେଲା କାମ କରୁନି ବିଏସଏନଏଲ ନେଟୱର୍କ। ଯାହା ଫଳରେ ଗ୍ରାମବାସୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଦାବି ସତ୍ବେ ସମସ୍ୟାର ସମାଧାନ କରାଯାଉ ନାହିଁ। ଉତ୍ୟକ୍ତ ଗ୍ରାମବାସୀ ବିଏସଏନଏଲ ଅଧିକାରୀଙ୍କୁ ଘେରାଉ କରି ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୧୬ ମସିହାରୁ ସୁବର୍ଣ୍ଣଗିରି ଠାରେ ବିଏସଏନଏଲ ଟାଓ୍ବାର ବସିଛି। କିନ୍ତୁ ଏହା ଠିକ ଭାବେ କାମ କରୁନାହିଁ। ଏବେ ପ୍ରାୟ ୮ ମାସରୁ ଉର୍ଦ୍ଧ ହେବ ବିଏସଏନଏଲ ନେଟୱାର୍କ ରହୁ ନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁବର୍ଣ୍ଣଗିରି, ପାଜିକେରି, ଜାକେଶୀ, ବାଣ୍ଡିଗୁଡା, ରାମନିଗୁଡା, ଭୀଷ୍ମଗିରି, କାମ୍ବରପଙ୍ଗା, ଲୁଦୁ, କୁଟିଗୁଡା, ଗାଜିନାଜୁ, ମୁଚଡ଼ି, ବୁଡୁକି, କାହମଗୁଡା ଭଳି ଆଖପାଖ ଗ୍ରାମରେ ପ୍ରାୟ ୭ ହଜାର ଲୋକ ରହୁଛନ୍ତି। ନେଟୱାର୍କ ନ ଥିବାରୁ ବିଭିନ୍ନ ପ୍ରକାର ଅନଲାଇନ କାମରେ ବାଧା ଉପୁଜିବା ସହ ଆମ୍ବୁଲାନ୍ସ ସହିତ ମଧ୍ୟ  ଯୋଗାଯୋଗ କରି ହେଉନାହିଁ। ଫଳରେ ଗର୍ଭବତୀ ମହିଳା ଓ ରୋଗୀକୁ ଡାକ୍ତରଖାନାକୁ ନେବାକୁ ଅସୁବିଧା ହେଉଛି। ଗ୍ରାମବାସୀ ଦୀର୍ଘ ଦିନ ଧରି ଅଭିଯୋଗ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି। ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବିଏସଏନଏଲ ର ଡିଟିଏମ ଏବଂ ଅନ୍ୟ ଅଧିକାରୀ ସୁବର୍ଣ୍ଣଗିରି ଯାଇଥିବା ବେଳେ ଉତ୍ୟକ୍ତ ଲୋକେ ତାଙ୍କୁ ଅଟକ ରଖିଥିଲେ। କାର୍ଯ୍ୟାଳୟ ଭିତରେ ଅଧିକାରୀ ମାନଙ୍କୁ ତାଲା ପକାଇ ଦେଇଥିଲେ ଗ୍ରାମବାସୀ। ଏ ନେଇ କୋଟଗଡ ଥାନାକୁ ଖବର ଯିବା ପରେ ନିକଟସ୍ଥ ସିଆରପିଏଫ କ୍ୟାମ୍ପରୁ ଜବାନ ମାନେ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ସଦେଶ୍ୱର ପାଟମାଝି, ସୁବଳ ବାଗା ନାୟକ, ପଞ୍ଚଦେବ ପାଟଗୁରୁ, ବସନ୍ତ ପାଣିଗ୍ରାହୀ, ହରିହର ବଡ଼ଟିଆ, ସରୋଜ ପାଟମାଝୀ, ମାନସ ବଡ଼ଟିଆ, ଅରବିନ୍ଦ କୁମାର ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି।

News Comment

You Might Also Like

BACK TO TOP