Breaking
News
Breaking
News
13-Jan-2025
ଖଲ୍ଲିକୋଟ : ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ,
ଓଡିଶା ଜନମତବ୍ୟୁରୋ,
ବିଦ୍ୟାଳୟରୁ କ୍ଲଷ୍ଟର ଯାଏଁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର କାର୍ଯ୍ୟକାରିତା, ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କେଶପୁର କ୍ଲଷ୍ଟର ଅନ୍ତର୍ଗତ ପଣ୍ଡିତ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏଫ୍.ଏଲ୍. ଏନ୍. କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ପ୍ରଶିକ୍ଷିକା ତଥା ଖଲ୍ଲିକୋଟ ବ୍ଲକ୍ ଭାରପ୍ରାପ୍ତ ଅଧିକାରୀ ପ୍ରଜ୍ଞା ପରମିତା ମାଡାମ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । କାର୍ଯ୍ୟରତ ସି.ଆର୍.ସି.ସି.ମାନେ ସର୍ବପ୍ରଥମେ ନବ ବର୍ଷ-୨୦୨୫ ଅବସରରେ ପ୍ରଜ୍ଞା ପରମିତା ମାଡାମଙ୍କୁ ଫୁଲତୋଡ଼ା ସହିତ ଉତ୍ତରୀୟ ପ୍ରଦାନ କରି ନବ ବର୍ଷର ଶୁଭେଚ୍ଛା ଶୁଭକାମନା ଜଣାଇଥିଲେ । ସି ଆର୍ ସି ସି ମାନଙ୍କୁ ସରକାରଙ୍କ ପ୍ରଚଳିତ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ (FLN) ଉପରେ ବିଦ୍ୟାଳୟ ସ୍ତରରୁ କ୍ଲଷ୍ଟର ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ସହିତ ଏସମ୍ପର୍କିତ ଟି.ଏଲ.ଏମ୍. ପ୍ରସ୍ତୁତି ଉପରେ ସବିଶେଷ ଗୁରୁତ୍ୱ ସାଙ୍ଗକୁ କ୍ଲଷ୍ଟର ସ୍ତରୀୟ ଟି. ଏଲ. ଏମ୍. ପ୍ରଦର୍ଶନୀ ଆୟୋଜନ ପାଇଁ ପରାମର୍ଶ ଦେଇଥିଲେ । ଏତଦବ୍ୟତୀତ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ସି ଆର୍ ସି ସି କୃଷ୍ଣଚନ୍ଦ୍ର ପରିଡ଼ା, ପ୍ରଶାନ୍ତ କୁମାର ସେଠୀ, ପ୍ରଜ୍ଞା କୁମାର ପଟ୍ଟନାୟକ, ପବିତ୍ର ବେହେରା, ପ୍ରକାଶ ଚନ୍ଦ୍ର ସେଠୀ, ପବନା ସ୍ୱାଇଁ, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ପ୍ରମୋଦ କୁମାର ପ୍ରଧାନ, ସୁଶୀଳ କୁମାର ପଣ୍ଡା, ନିରଞ୍ଜନ ଗୁରୁ, ଲିପନ ପଣ୍ଡା, ନିରଞ୍ଜନ ସେଠୀ, ରବୀନ୍ଦ୍ର କୁମାର ନାହାକ, ଶୁଭେନ୍ଦୁ ରାଉତ, ଡକ୍ଟର ଦ୍ବାରିକାନାଥ ମହାରଣା ପ୍ରମୁଖ ଉପସ୍ଥିତ ରହି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବିଷୟରେ ସ୍ୱତନ୍ତ୍ର ମତପ୍ରକାଶ କରିଥିଲେ ।
BACK TO TOP