Breaking
News
Breaking
News
05-Jan-2025
ମୋହନପୁର ରେ ଧାନ ମଣ୍ଡି ଉଦଘାଟନ କଲେ ବିଧାୟକ |
******************************
ଓଡିଶା ଜନମତ,ମାଧବ ବେହେରା, ଖଲ୍ଲିକୋଟ : 4/1 ରବିବାର ଦିନ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କେଶପୁର ପଂଚାୟତ ର ମୋହନପୁର ସେବା ସମବାୟ ସମିତି ରେ ଆୟୋଜିତ ମଣ୍ଡି କୁ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି |ଉକ୍ତ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ତହସିଲଦାର ଡ଼ି. ମାଳେଶ୍ୱର ପାତ୍ର ଓ ବ୍ଲକ ଅଧକ୍ଷ ଙ୍କ ପ୍ରତିନିଧି ଅରୁଣ ଖୁଣ୍ଟିଆ ବ୍ଲକ ଯୋଗାଣ ନିରୀକ୍ଷକ ଶୁଭସ୍ମିତା ପରିଡା ଓ ପାକ୍ସ ସଭାପତି ରମେଶ ପରିଡା ସମ୍ପାଦକ ରାଜେନ୍ଦ୍ର ପରିଡା ପୂର୍ବତନ ସମିତି ସଭ୍ୟ ବାବୁଲା ପରିଡା ଗ୍ରାମ ର ଅନ୍ୟାନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତ ଓ କୃଷକ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |ପ୍ରକାଶ ଥାଉକି ଖଲ୍ଲିକୋଟ ବ୍ଲକ ରେ ମୋଟ 8448 ଜଣ ଚାଷୀ ମଣ୍ଡି ରେ ଧାନ ବିକିବା ପାଇଁ ପଞ୍ଜିକୃତ ହୋଇଥିବା ବେଳେ ଗତ ବର୍ଷ ଖଲ୍ଲିକୋଟ ବ୍ଲକ ରେ ମୋଟ 2 ଲକ୍ଷ୍ୟ 32 ହଜାର ଓ 229.40 କୁଇଣ୍ଟାଲ ଧାନ ଚାଷୀ ଙ୍କ ଠାରୁ ମିଳେର ମାନଙ୍କ ଜରିଆରେ ସରକାର କ୍ରୟ କରିଥିଲେ |ତେବେ ଚଳିତ ଖରିଫ ରେ ଆଦାୟ ଧାନ ମଧ୍ୟରୁ ଅଧିକାଂଶ ଧାନ ଓଦା ଓ ଗଜା ହୋଇଥିବାରୁ ସରକାର ଏଫ କ୍ୟୁ ମାନ କୋହଳ ନକଲେ ଚାଷୀ ମାନେ ଘୋର ଆର୍ଥିକ କ୍ଷତି ସହିବା ସହ ଯୋଗାଣ ବିଭାଗ ତରଫରୁ ସ୍ଥିର ହୋଇଥିବା ଲକ୍ଷ୍ୟ ଧର୍ଯ୍ୟ ପୂରଣ ନେଇ ଆଶଙ୍କା ଉପୁଜିପାରେ ବୋଲି ସାଧାରଣ ରେ ଆଲୋଚନା ହେଉଛି |
BACK TO TOP