Breaking
News
Breaking
News
05-Jan-2025
ବ୍ଲକସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ,
ଓଡିଶା ଜନମତ, ବୁଗୁଡ଼ା, ହାରପ୍ରସାଦ ପାଢ଼ୀ : ତା ୦୫/୦୧/୨୫ : ସ୍ଥାନୀୟ ପିପୁଲ୍ସ କଲେଜର କ୍ରୀଡା ପ୍ରଙ୍ଗଣରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଶ୍ରୀକର ଭଞ୍ଜ ଯୁବ ପରିଷଦ ସହଯୋଗରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର କ୍ରୀଡା ପ୍ରତିଭାକୁ ବିକାଶିତ କରିବା ଲକ୍ଷ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିପୁଲ୍ସ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଓ ଜୟରାମ ବିଷୋୟୀ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ଶିକ୍ଷକ କ୍ରିଷ୍ଣାରାଓ ପାତ୍ର ଓ ଶ୍ରୀନିବାସ ଦୋରାଙ୍କ ପରିଚାଳନାରେ ସହଯୋଗ କରିଥିଲେ ଉଭୟ ପୁରୁଷ ଓ ମହିଳା ବର୍ଗର ଦୌଡ, ସ୍ଲୋ ସାଇକେଲ ରେସ୍, କବାଡି, ଫୁଟବଲ୍ ଓ ବ୍ଯାଡମିଣ୍ଟନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ସାଙ୍ଗକୁ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀକର ଭଞ୍ଜ ଯୁବ ପରିଷଦର ସଭାପତି ଶ୍ରୀକାନ୍ତ ସାହୁ, ଉପସଭାପତି ଚନ୍ଦନ ସ୍ବାଇଁ, ସମ୍ପାଦକ ଆଶୁତୋଷ ମହାପାତ୍ର, ସହସମ୍ପାଦକ ବିକ୍ରମ ସେଠୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
BACK TO TOP