Breaking
News
Breaking
News
04-Jan-2025
ବାର୍ଦ୍ଧକ୍ୟ ଭତ୍ତାକୁ ଅପେକ୍ଷା କରି ଶେଷରେ ଆଖି ବୁଜିଲେ ବୃଦ୍ଧ,
ଓଡିଶା ଜନମତ, ହର ପ୍ରାସାଦ ପାଢ଼ୀ,ବାଲିପଦର :ତା୦୪/୦୧/୨୪ : ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ୮୦ ବର୍ଷୀୟ ଅସହାୟ ବୃଦ୍ଧ ବାଞ୍ଛାନିଧି ସାହୁ ଆଜି ସକାଳେ ଆଖି ବୁଜିଥିବା ଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି। କୌଣସି ଆତ୍ମୀୟସ୍ବଜନ ନଥିବା ବାଞ୍ଛାନିଧି ଦୀର୍ଘ ବର୍ଷ ହେଲା ଖୋଳଖାଳି ପଞ୍ଚାୟତରେ ରହି ଭୋଟ ଦେଇ ଆସୁଥିବା ବେଳେ ଏଣେତେଣେ ବୁଲି ଲୋକଙ୍କ ସାହାଯ୍ୟ ଭିକ୍ଷା କରି କଷ୍ଟେମଷ୍ଟେ ଚଳୁଥିଲେ ସୁଦ୍ଧା ସେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିଲେ । ଏଥି ସହ ତାଙ୍କର ରାସନ କାର୍ଡ ଥିଲେ ସୁଦ୍ଧା ତାଙ୍କୁ ଚାଉଳ ମିଳୁନଥିଲା। ଗତ କିଛିବର୍ଷ ହେଲା ସେ ରାମଣ୍ଡା ଗାଁ ନିକଟସ୍ଥ ଏକ ମିଲରେ ଆଶ୍ରୟ ନେଉଥିଲେ । ଗତ ନଭେମ୍ବର ମାସରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବଜରଙ୍ଗ ଦଳର କିଛି କର୍ମୀ ତାଙ୍କୁ ବୁଗୁଡା ବ୍ଲକ କାର୍ଯ୍ଯାଳୟକୁ ଆଣି ବାର୍ଦ୍ଧକ୍ୟ ଭତ୍ତା ଓ ରାସନ କାର୍ଡରେ ମିଳୁଥିବା ଚାଉଳ ପାଇବାର ବ୍ଯବସ୍ଥା କରିବାକୁ ଉଦ୍ୟମ କରିଥିଲେ । ଏ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତାଙ୍କର ଟିପଚିହ୍ନ ନେଇ ଥରେ ମାତ୍ର ଗୋଟିଏ ମାସର ଚାଉଳ ଦିଆଯାଇଥିଲା । ଏଥି ସହ ଆଧାର କାର୍ଡ ଅଭାବରୁ ବାଞ୍ଛାନିଧିଙ୍କ ବାର୍ଦ୍ଧକ୍ୟ ଭତ୍ତା ହୋଇପାରିନଥିଲା ଏବଂ ତାଙ୍କର ପାଞ୍ଚୋଟିଯାକ ଆଙ୍ଗୁଳିର ଟିପଚିହ୍ନ ଆଧାର କାର୍ଡ ପାଇଁ ସହଯୋଗ କରୁନଥିବା କୁହାଯାଇଥିଲା । ଏ ନେଇ ଓଡିଶା ମାନବାଧିକାର କମିଶନଙ୍କ ନିକଟରେ ଆଡଭୋକେଟ ରଞ୍ଜିତ କୁମାର ପାତ୍ରଙ୍କ ପକ୍ଷରୁ ଅଭିଯୋଗ ପରେ ୧୧ ନଭେମ୍ବର ୨୦୨୪ରେ କେସ୍ ନଂ ୩୩୧୪/୨୦୨୪ ରେ ମାମଲା ରୁଜୁ ହୋଇ ଆସନ୍ତା ୧୮ ମାର୍ଚ୍ଚ ୨୦୨୫ ସୁଦ୍ଧା ଏହାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଥିଲା ବେଳେ ତାହା ପୂର୍ବରୁ ବୃଦ୍ଧ ବାଞ୍ଛାନିଧି ଶେଷ ନିଶ୍ଵାସ ତ୍ୟାଗ କରିଦେଇଛନ୍ତି। ତେବେ ବୁଗୁଡା ବ୍ଲକରେ ନହେବା କାମ ହୋଇପାରୁଥିବା ବେଳେ ବୃଦ୍ଧ ବାଞ୍ଛାନିଧିଙ୍କୁ ରାସନ କାର୍ଡରେ ଚାଉଳ ଯୋଗାଣ ଏବଂ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବ୍ଯବସ୍ଥା ହୋଇନପାରିଥିବାରୁ ସ୍ଥାନୀୟ ବ୍ଲକ ପ୍ରଶାସନର ଦାୟିତ୍ବ ଓ ଜନପ୍ରତିନିଧିଙ୍କ ଜନସେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ବୁଗୁଡା ବ୍ଲକରେ ନହେବା କାମ ହୋଇପାରୁଥିବା ବେଳେ ବୃଦ୍ଧ ବାଞ୍ଛାନିଧିଙ୍କୁ ରାସନ କାର୍ଡରେ ଚାଉଳ ଯୋଗାଣ ଏବଂ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବ୍ଯବସ୍ଥା ହୋଇନପାରିଥିବାରୁ ସ୍ଥାନୀୟ ବ୍ଲକ ପ୍ରଶାସନର ଦାୟିତ୍ବ ଓ ଜନପ୍ରତିନିଧିଙ୍କ ଜନସେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଅସହାୟ ବୃଦ୍ଧ ବାଞ୍ଛାନିଧିଙ୍କ ମର ଶରୀରକୁ ରାମଣ୍ଡା ଗ୍ରାମବାସୀ ସସମ୍ମାନେ ନେଇ ଶ୍ମଶାନଘାଟରେ ଅନ୍ତିମ ସଂସ୍କାର କରିଥିଲେ।
BACK TO TOP