Breaking
News
Breaking
News
04-Jan-2025
ବୁଡି ସାହାନ୍ତାଣି ଠାକୁରାଣୀ ମନ୍ଦିର ରୁ ଚୋରି ଅଭିଯୋଗ,
ଓଡିଶା ଜନମତ ବ୍ୟୁରୋ,
କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ଶେଷ ଭାଗରେ ଥିବା ବୁଡି ସାହାନ୍ତାଣି ଠାକୁରାଣୀ ମନ୍ଦିର ମଧ୍ୟରୁ ଶୁକ୍ରବାର ରାତ୍ର ରେ ମନ୍ଦିରର ଗେଟ ଭାଙ୍ଗି ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି l ଅଭିଯୋଗ ପରେ ନିମଖଣ୍ଡି ଥାନା ଅଧିକାରୀ କୃଷ୍ଣ ସାହାଙ୍କ ଉପସ୍ଥିତ ରେ ସନ୍ଧlନୀ କୁକୁର ସହ ପୁଲିସ ଟିମ ଘଟଣାର ତଦନ୍ତ ଚଳାଇଛନ୍ତି l ମିଳିଥିବା ସୂଚନା ମୁତାବକ ଶୁକ୍ରବାର ରାତ୍ର ରେ ବିଦ୍ୟୁତ କାଟ କୁ ଦୃଷ୍ଟି କୁ ନେଇ କୌଣସି ଦୃବୁତ ମାନେ ଗେଟ ରେ ତାଲା ଭାଙ୍ଗି ମନ୍ଦିର ପରିସରରେ ଥିବା ଏକ ଟିଣ ବାକ୍ସ ରେ ଥିବା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଟଙ୍କା ବାକ୍ସ ଭାଙ୍ଗି ନେଇଥିବା ବେଳେ ହୁଣ୍ଡୀ ଘୋଷାଡ଼ି ନେଇ ମନ୍ଦିର ପାର୍ଶ୍ୱ ରେ ଭାଙ୍ଗି ନେଇ ସେଥି ମଧ୍ୟରୁ ୨ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଯାତ୍ରା ଟଙ୍କା ନେଇ ଫେରାର ହୋଇଯାଇଥିବା ଖବର ମିଳିଛି l ଶନିବାର ପୂର୍ବାହ୍ନ ପୂଜକ ନଳିନୀ ଡାକୁଆ ପୂଜା କାର୍ଯ୍ୟ ନିମନ୍ତେ ଆସିଥିବା ବେଳେ ସେ ତାଲା ଭଙ୍ଗା ଯାଇଥିବା ଦେଖି ସେ ମନ୍ଦିର ପରିଚାଳନା କମିଟି ଙ୍କୁ ସୂଚନା ଦେଇଥିଲେ l ଏନେଇ ଉପ ସଭାପତି ସିମାଞ୍ଚଳ ଡାକୁଆ ଥାନା ଅଧିକାରୀ ଙ୍କୁ ଅବଗତ କରିବା ପରେ ଅଭିଯୋଗ ପାଇ ଘଟଣା ସ୍ଥଳ ରେ ପୁଲିସ ପହଂଚି ତଦନ୍ତ ଚଳାଇଥିଲେ l ନିକଟରେ ସେହି ଅଞ୍ଚଳ ରେ ଚୋରା ମଦ ବ୍ୟାପକ ବୃଦ୍ଧି ପାଇଥିବା ବେଳେ ଅବକାରୀ ବିଭାଗ ଜବତ କରିଥିଲା l ଏହି ଅଞ୍ଚଳ ରେ ମଦ ଖେଳ ସମସ୍ତ ପ୍ରକାର ଅଶୋଭନୀୟ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି l ପୂର୍ବରୁ ମଧ୍ୟ ଗୁରୁଣ୍ଠି ଟେକ୍ନସିଟି ଅଞ୍ଚଳ ରେ ଏଭଳି ଚୋରି ହୋଇଥିବା ବେଳେ ପୁଲିସ ପ୍ରଶାସନ କୁ ଚେଲେଞ୍ଜ ଦେଇ ମନ୍ଦିର ଏବଂ ଘର ମାନଙ୍କ ରେ ଛୋଟ ବଡ଼ ଚୋରି ଘଟଣା ବୃଦ୍ଧି ପାଉଛି l ଏଥି ପ୍ରତି ପୁଲିସ ଉପରିସ୍ଥ ଅଧିକାରୀ ମାନେ ଦୃଷ୍ଟି ଦେବା କୁ ସାଧାରଣ ରେ ଦାବି ହୋଇଚ୍ଛି l
BACK TO TOP