Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ପୁଞ୍ଜି କଁୟା ଛକଠା ରେ ଟଙ୍କା ଵ୍ୟଗ ଲୁଟିନେଲେ ଲୁଟେରା ||

24-Apr-2026

ପୁଞ୍ଜିକଁୟା ଛକରେ ପୋଷ୍ଟ ମାଷ୍ଟର ଙ୍କ ଠାରୁ ଲୁଟେରା ଝାମ୍ପିନେଲେ 80ହଜାର ଟଙ୍କା ବ୍ୟାଗ |

       ଓଡିଶା ଜନ ମତ ବ୍ୟୁରୋ,

ଗଞ୍ଜାମ ଜିଲ୍ଳାରେ ଲୁଟେରାଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି | ପୋଲିସି ରସବୁ ଯୋଜନାକୁ ପଣ୍ଡା କରିଦେଇ ଲୁଟିନେଉଛନ୍ତି ଟଙ୍କା ସୁନା | ତେବେ ଲୋକଙ୍କ ଟଙ୍କା ଧରି ବେଙ୍କ କୁ ବାନ୍ଧିବାକୁ ଯାଉଥିବା ଜଣେ ପୋଷ୍ଟ ମାଷ୍ଟର ଙ୍କ ଠାରୁ ଲୁଟେରା ମାନେ ଲୁଟିନେଲେଟଙ୍କା | ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ଆସିକା ମୁଖ୍ୟରାସ୍ତା କଡ଼ରେ ଥ‌ିବା ଏକ ହୋଟେଲ ସମ୍ମୁଖରୁ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମ୍ୟ ପୋଷ୍ଟ ମାଷ୍ଟର ମନୋଜ କୁମାର ପଟ୍ଟନାୟକଙ୍କଠାରୁ ୮୦ ହଜାର ଟଙ୍କା ଥ‌ିବା ହ୍ୟାଣ୍ଡବ୍ୟାଗକୁ ୪ ଦୁର୍ବୃତ୍ତ ଅଭିନବ ଉପାୟରେ କୌଶଳକ୍ରମେ ଲୁଟି ନେଇ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ପୋଷ୍ଟମାଷ୍ଟର ଜଣକ ଗ୍ରାମୀଣ ଡାକ କାର୍ଯ୍ୟାଳୟରୁ ସଂଗୃହିତ ୮୦ ହଜାର ଟଙ୍କା ବ୍ୟାଙ୍କରେ ଡିପୋଜିଟ କରିବା ପାଇଁ  ଅପରାହ୍ନ ପ୍ରାୟ ୨ ଟାରେ ତାଙ୍କ ସ୍କୁଟି (ନଂ. ଓଡ଼ି୦୭ ଏସି -୫୭୩୦) ଯୋଗେ ଦିଗପହଣ୍ଡି ଆସିଥିଲେ। ସେ ହୋଟେଲ ସମ୍ମୁଖରେ ସ୍କୁଟି ରଖ୍ ଖାଇବାକୁ ଯାଇଥିଲେ। ଖାଇ ସାରିବା ପରେ ଟଙ୍କା ଥ‌ିବା ବ୍ୟାଗକୁ ସ୍କୁଟି ସମ୍ମୁଖରେ ଓହଳାଇ ପଦ୍ମନାଭପୁର ଗ୍ରାମ ସ୍ଥିତ ବ୍ୟାଙ୍କକୁ ଯିବା ନିମନ୍ତେ ସ୍କୁଟି ଷ୍ଟାର୍ଟ କରିବା ବେଳେ ୨ ଟି ବାଇକ ରେ ଆସିଥ‌ିବା ୪ଜଣ ଯୁବକ ତାଙ୍କର କିଛି ଟଙ୍କା ପଡ଼ିଯାଇଥିବା କହିଥିଲେ। ମନୋଜ ଦୁବୃତ୍ତଙ୍କ କଥାରେ ପ୍ରଭାବିତ ହୋଇ ସ୍ଫୁଟି ଷ୍ଟାଣ୍ଡ ମାରି ପଛକୁ ଚାହୁଁଥିବା ବେଳେ ସେମାନେ ସ୍କୁଟିରେ ଓହଳାଇଥ‌ିବା ଟଙ୍କା ଭର୍ତି ବ୍ୟାଗକୁ ଝାମ୍ପିନେଇ ବ୍ରହ୍ମପୁର ରାସ୍ତାରେ ଚମ୍ପଟ ମାରିଥିଲେ । ଏନେଇ ମନୋଜ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଥାନା ମାମଲା ନଂ.୧୭୫/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ନିକଟସୁ ପେଟ୍ରୋଲ ପମ୍ପରେ ଲାଗିଥ‌ିବା ସିସିଟିଭି ଫୁଟେଜ ସଂଗ୍ରହ କରି ଦୁବୃତ୍ତଙ୍କ ଗତିବିଧୂକୁ ଯାଞ୍ଚ କରି ଫେରିଥ‌ିବା ଜଣାପଡିଛି । ଦିଗପହଣ୍ଡି ଭଳି ଜନଗହଳି ପୂର୍ଣ୍ଣ ରାସ୍ତାରେ ଗତ କିଛି ମାସ ହେଲା ଦୁବୃତ୍ତ ମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରିବା ସହ ସ୍ପଷ୍ଟ ଦିବାଲୋକ ରେ ସେମାନଙ୍କ ଟଙ୍କା ବ୍ୟାଗକୁ ଛଡାଇ ନେଇ ଆସୁଥିବା ଅଭିଯୋଗ ହେଉଛି | ତେବେ ପୋଲିସି ର ସବୁପ୍ରକାର ଉଦ୍ୟମକୁ ଲୁଟେରା ମାନେ ପଣ୍ଡ କରି ତାଙ୍କ କାର୍ଯ୍ୟରେ ସଫଳ ହେଉଛନ୍ତି ||

News Comment

You Might Also Like

BACK TO TOP