Breaking
News
Breaking
News
03-Jan-2025
ହରି ବାବୁ କମ୍ଭମ୍ପତି ନୂଆଁ ରାଜ୍ୟପାଳ ଭାବେ ଶପଥ ନେଲେ,
ଓଡିଶା ଜନମତ ବ୍ୟୁରୋ,
ଭୁବନେଶ୍ୱର, ୩।୧ : ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମ୍ପତି । ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଆଜି ସେ ଶପଥ ନେଇଛନ୍ତି। ଆଜି ପୂର୍ବାହ୍ନ ୧୦ଟା ୧୦ ମିନିଟ୍ରେ ହରି ବାବୁ କମ୍ଭମ୍ପତିଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧର ଶରଣ ସିଂହ । ଏଥୁନିମନ୍ତେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟ ମନ୍ତ୍ରୀ, ନଗର ଉନ୍ନୟନମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର , ବିରୋଧୀ ଦଳ ନେତା ନବୀନ ପଟନାୟକ ବାଚସ୍ପତି ସୁରମା ପାଢ଼ୀ, ବିଭିନ୍ନ ବିଶ୍ବବିଦ୍ୟାଳୟ ର କୁଳପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ଶପଥ ଗ୍ରହଣ ଉତ୍ସବ ପରେ ନୂତନ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯଇ ଥିଲା। ଗତ ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ରାଜ୍ୟ ପାଳ ଭାବରେ ହରିବାବୁ କମ୍ଭମ୍ପତିଙ୍କୁ ନିଯୁକ୍ତି ମିଳିଥିଲା । ଗତକାଲି ଭୁବନେଶ୍ଵରରେ ପହଞ୍ଚି ସେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କଆଶୀର୍ବାଦ ନେଇ ଥିଲେ ହରିବାବୁ ଓ ତାଙ୍କ ପରିବାର। ପୁରୀ ରାଜଭବନ ରେ ରାତ୍ରିଯାପନ ପରେ ଆଜି ସେ ଭୁବନେଶ୍ବର ଫେରି ଥିଲେ। ଏହାପରେ ରାଜଭବ ବନରେ ଶପଥ ନେଇଛନ୍ତି ହରି ବାବୁ । ଏହି ଅବସରରେ ଓଡ଼ିଶାର ବିକାଶ ଓ ରାଜ୍ୟ ବାସୀ ଙ୍କ ଉନ୍ନତି ପାଇଁ ମହା ପ୍ରଭୁଙ୍କ ନିକଟରେ ସେ ପ୍ରାର୍ଥନା କହିଛନ୍ତି ।
BACK TO TOP