Breaking
News
Breaking
News
15-Nov-2026
ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦେଶ ରେ ଆଗାମୀ ବାତ୍ୟା ନିମନ୍ତେ ପ୍ରସ୍ତୁତି ବୈଠକ |
ଓଡିଶା ଜନ ମତ, ପୁରୁଷୋତ୍ତମପୁର, ଶୁଭଙ୍କର ଦାଶ :----
ଆସୁଥିବା ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ
ପ୍ରସ୍ତୁତି ବୈଠଜ ପୁରୁଷୋତ୍ତମପୁର ବ୍ଲକ ବୈଠକ ହଲାରେ ବିଡ଼ିଓ ଦେବାଶିଷ ସାମଲ ଓ ତହସିଲଦାର ବିନୋଦ କୁମାର ବେହେରା ଙ୍କ ମିକିତ ସଂଯୋଜନା ରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ରେ ଅନୁଷ୍ଠିତ ଜରାଯାଇଥିଲା | ବୈଠକରେବିଡ଼ିଓ ଏବଂ ତହସିଲଦାରଙ୍କ ସହିତ ଏନ୍ଏସିକାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତକୁମାର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର,ଅତିରିକ୍ତ ତହସିଲଦାର ସଙ୍ଗିତା ସେଠୀ, ସିଡିପିଓ ଲଳିତା ମଲ୍ଲିକଙ୍କ ସମେତ ବିଦ୍ୟୁତ୍ ବିଭାଗ, କୃଷି, ପାନୀୟ, ଜଳ ଯୋଗାଣ, ଜଳ ସମ୍ପଦ, ଖାଦ୍ୟ, ରାସ୍ତା, କୋଠା ବାଡ଼ି, ପୂର୍ତ୍ତ,ଡ୍ରେନେଜ, ପୋଲିସ, ବିଦ୍ୟୁତ, ଫାୟାର, ସାମନ୍ୱିତ ଶିଶୁ ବିକାଶ, ର ଅଧିକାରୀମାନେସମସ୍ତେ ଯୋଗଦେଇଥିଲେ। ଭାରତୀୟ ପାଣିପାଗ ବିଭାଗନୁସାରେ
ଆସନ୍ତା ୧୬ ତାରିଖରେ ସମୁଦ୍ରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେବ। ଏହା ୧୮ରେ ଭୀଷଣ ବାତ୍ୟାରେ ପରିଣତ ହେବ। ଭୀଷଣ ବାତ୍ୟାର ରୁପ ନେବା ପରେ ପବନର ବେଗ 70 ରୁ 80 କିମି ରହିବା ନେଇ ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳର ସ୍ଥିତି, ଜଳ ନିଷ୍କାସନ, ଉଦ୍ଧାରକାର୍ଯ୍ୟ ଓ ରିଲିଫ ବ୍ୟବସ୍ଥା ସହ ଜରୁରୀକାଳୀନ ସେବାର ପ୍ରସ୍ତୁତି ସମ୍ପର୍କରେ ବିସ୍ତୁତ ସମୀକ୍ଷା କରାଯାଇଥିଲ। |
ପୂର୍ବ ବନ୍ୟା ରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ନିରାପଦ ସ୍ଥାନରେ ଥଇଥାନ ଖାଦ୍ୟ ପାନୀୟ ଉପରେ ଗୁରୁତ୍ୱ ଦେଇଥିଲେ |ଏହା ପୁରୁଷୋତ୍ତମପୁର ଏନଏସି ସହିତ ବ୍ଲକର 26 ଗୋଟି ତଥା ନଈକୁଳିଆ ଜନ ବସତି ମାନଙ୍କୁ ସତର୍କ ସୂଚନା ପ୍ରଦାନ ସହିତ ସେମାନଙ୍କ ଥଇଥାନ ନିମନ୍ତେ ଆଲୋଚନା ହୋଇ ଥିଲା | ଆଶ୍ରୟସ୍ଥଳୀରେ ଜେନେରେଟର, ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବା ସହ ଚିକିତ୍ସା ସେବା, ବିଦ୍ୟୁତ୍ ଯୋଗାଣ ଓ ଯୋଗାଯୋଗ ବ୍ୟବସ୍ତା ରଖିବା ଉପରେ ତହସିଲଦାର ଗୁରୁତ୍ୱ ଦେଇଥିଲେ। ବାନ୍ୟାଓ ବର୍ଷା କୁ ଜନସାଧାରଣ ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ପୁରୁଷୋତ୍ତମପୁର ଏନ୍ଏସି, ଅନ୍ତରିଗାଁ, ଅଲାଡିଗାଁ, ପ୍ରତାପୁର, ହାଣ୍ଡିଘର ଗ୍ରାମରେ ଓଡ୍ରାଫଟିମ୍ ନିୟୋଜିତ ଲାଗିତହସିଲଦାର ଜିଲାପାଳଙ୍କୁ ଅନୁରୋଧ କରିଥିଲେ | ଏବଂ ଜିଲ୍ଲା ପାଳ ତାହାକୁ ଓଡ୍ରାଫ୍ଟ ବିଭାଗ କୁ କହିସେଠାରେ ରଖିବାକୁ ନିର୍ଦେଶ ଦେଇଥିଲେ |
BACK TO TOP