Breaking News

ନାବାଳିକା ମାନଙ୍କୁ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ |    (29-Nov-2026)       ||      ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||      ଅଟୋ ଓଲଟି ବାରୁ 4ଜଣ ଙ୍କ ମଧ୍ୟରୁ ମେଡିକାଲ ରେ ଜଣେ ମୃତ |    (24-Nov-2026)       ||     

ରାୟଗଡା ରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -2026ର ଜିଲ୍ଲା ସ୍ତରୀୟ ବୈଠକ |

15-Nov-2026

ରାୟଗଡ଼ରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୭କୁ ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଓଡିଶା ଜନମତ ରାୟଗଡ଼, କାମେଶ୍ୱର କରକରିଆ:- ---

 ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଗାମୀ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (Special Summary Revision-2027) କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ, ସ୍ୱଚ୍ଛ ଓ ସମୟାନୁବର୍ତ୍ତୀ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଆଜି ରାୟଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବୀନ୍ଦ୍ରନାଥ କହଁର, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ମାନୁଏଲା ପ୍ରିୟଦର୍ଶିନୀ, ଆସିଷ୍ଟାଣ୍ଟ କଲେକ୍ଟର (ନିର୍ବାଚନ) ସୁଶ୍ରୀ ବିଚିତ୍ରା ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀଙ୍କ ସମେତ ସମସ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (EROs) ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୭ର କାର୍ଯ୍ୟସୂଚୀ, ଏହି ଅବଧି ମଧ୍ୟରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ, ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିଯୁକ୍ତ ପୁନର୍ବିନ୍ୟାସ (Rationalization/Rearrangement of Polling Stations) ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟ (BLA)ମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଭୋଟର ତାଲିକାରେ ଯୋଗ୍ୟ ନାଗରିକଙ୍କ ନାମ ଅନ୍ତର୍ଭୁକ୍ତ କରିବା ସହିତ ତ୍ରୁଟି ସଂଶୋଧନ ଏବଂ ଅଯୋଗ୍ୟ ନାମଗୁଡ଼ିକୁ ନିୟମାନୁଯାୟୀ ଯାଞ୍ଚ କରିବା ଦିଗରେ ସମସ୍ତଙ୍କ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ୨୦ ନଭେମ୍ବର ୨୦୨୬ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିଯୁକ୍ତ ପୁନର୍ବିନ୍ୟାସ, ୩୦ ନଭେମ୍ବର ୨୦୨୬ରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶନ, ୩୦ ନଭେମ୍ବରରୁ ୩୦ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ, ୧୬ ଜାନୁଆରୀ ୨୦୨୭ ସୁଦ୍ଧା ଦାବି ଓ ଆପତ୍ତିଗୁଡ଼ିକର ଫଇସଲା ଏବଂ ୨୧ ଜାନୁଆରୀ ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।ଏହି ସଂଶୋଧନ ପ୍ରକ୍ରିୟାରେ ୦୧ ଜାନୁଆରୀ ୨୦୨୭କୁ ଯୋଗ୍ୟତା ତାରିଖ (Qualifying Date) ଭାବେ ଧାର୍ଯ୍ୟ କରାଯାଇଛି। ଏଥିସହ ୨୦୨୭ ମସିହାର ପରବର୍ତ୍ତୀ ଯୋଗ୍ୟତା ତାରିଖ ଯଥା ୦୧ ଏପ୍ରିଲ, ୦୧ ଜୁଲାଇ ଏବଂ ୦୧ ଅକ୍ଟୋବର ପାଇଁ ମଧ୍ୟ ଯୋଗ୍ୟ ବ୍ୟକ୍ତିମାନଙ୍କଠାରୁ ଅଗ୍ରିମ ଆବେଦନ ଗ୍ରହଣ କରାଯିବ।
ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣୀ ସମସ୍ତ ନିର୍ବାଚନ ଅଧିକାରୀ ଓ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଓ ନିର୍ଦ୍ଧାରିତ ସମୟସୀମା ଅନୁପାଳନ କରିବା ସହିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଗୁରୁତ୍ୱାରୋପ କରିଥିଲେ। ଭୋଟର ତାଲିକାର ସଠିକତା, ସ୍ୱଚ୍ଛତା ଓ ସମାବେଶୀକରଣ ସୁନିଶ୍ଚିତ କରିବାରେ BLO ଓ BLAମାନଙ୍କ ମଧ୍ୟରେ ସମନ୍ୱୟ ଏବଂ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ଆଲୋଚନା କରାଯାଇଥିଲା।ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସଠିକ୍ ଭାବେ ସ୍ଥାନ ପାଇବା ସହ ଏକ ସ୍ୱଚ୍ଛ, ନିର୍ଭୁଲ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଜିଲ୍ଲା ପ୍ରଶାସନ ପ୍ରତିବଦ୍ଧ ବୋଲି ବୈଠକରେ ଗୁରୁତ୍ୱ ପ୍ରକାଶ ପାଇଥିଲା।

News Comment

You Might Also Like

BACK TO TOP