Breaking
News
Breaking
News
15-Nov-2026
ରାଜ୍ୟ ସ୍ତରୀୟ ପ୍ରଧାନ ମନ୍ତ୍ରୀ ଆବାସ ବଣ୍ଟନର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ
ଓଡିଶା ଜନମତ ରାୟଗଡ, କାମେଶ୍ୱର କରକରିଆ :- ---
ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ ଅନ୍ତର୍ଗତ ଆବାସ ବଣ୍ଟନ ବଲାଙ୍ଗୀର ରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଙ୍କ ଦ୍ଵାରା ଓଡ଼ିଶା ରାଜ୍ୟ ପାଇଁ ଶୁଭାରମ୍ଭ କରାଯାଇଅଛି । ଏହି ଅବସରରେ ରାୟଗଡ ଜିଲ୍ଲା ଓ ସଦର ବ୍ଲକ ନିମନ୍ତେ ଉକ୍ତ ଶୁଭାରମ୍ଭ ର ସିଧା ପ୍ରସାରଣ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଆୟୋଜନ କରାଯାଇଥିଲା । ଏଥିରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର, ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିୟାକା, ସମାଜସେବୀ ଶ୍ରୀ କାଳୀରାମ ମାଝୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀମତୀ ଖିରାବ୍ଧି ତନୟା ସାହୁ, ରାୟଗଡ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ ସମେତ ବିଭିନ୍ନ ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟା ସଭ୍ୟ, ସରପଞ୍ଚ, ୱାର୍ଡ ସ୍ତରୀୟ ନିର୍ବାଚିତ ପ୍ରତିନିଧି, ବିଡ଼ିଓ ଏବଂ ସାତ ଶହ ରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗ ଦେଇଥିଲେ । ବରେଣ୍ୟ ଅତିଥି ବୃନ୍ଦ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ । ଦିବା ଏଗାର ଘଟିକା ରେ ଆରମ୍ଭ ଏହି କାର୍ଯ୍ୟକ୍ରମ ଦିବା ସାଢ଼େ ଗୋଟେ ପର୍ଯ୍ୟନ୍ତ ଚାଲିଥିଲା । ରାଜ୍ୟରେ ଗୃହହୀନ କେହି ରହିବେ ନାହିଁ ପର୍ଯ୍ୟାୟ କ୍ରମରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ । ରାୟଗଡ ବ୍ଲକ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ରାୟଗଡ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।
BACK TO TOP