Breaking News

ଦୁନ୍ଧୁଲି ଗ୍ରାମରେ ଧାନ ଜମିକୁ ନେଇ ଉତେଜନା ||   (29-Nov-2026)       ||      ନାବାଳିକା ମାନଙ୍କୁ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ |    (29-Nov-2026)       ||      ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||     

କାଦୁଅ ରାସ୍ତା ରେ ଫସିଗଲା ଚାଉଳ ପିଡ଼ିଏସ ଗାଡି |

05-Nov-2026

ବାତ୍ୟା ବର୍ଷାରେ କାଦୁଅ ରାସ୍ତାରେ ଦବିଗଲା ପିଡ଼ିଏସ୍ ଚାଉଳ ଗାଡ଼ି

ଅଣ୍ଡରପାସ୍ ନିର୍ମାଣ ଯୋଗୁଁ ଯାତାୟାତରେ ଅସୁବିଧା, ୨୦୧୯ରୁ ଅଚଳ ସୋଲାର ଲାଇଟ୍‌

ଓଡିଶା ଜନମତ ରାୟଗଡା , ୦୫/୧୧ (କାମେଶ୍ୱର କରକରିଆ): ବାତ୍ୟା `ମୁରାସୁ`ର ପ୍ରଭାବରେ କାଦୁଅ ପାଲଟିଛି ରାସ୍ତା। ଏହି କାଦୁଅ ରାସ୍ତାରେ ଫସି ଦବିଗଲା ପିଡ଼ିଏସ୍ ଚାଉଳ ବୋଝେଇ ଗାଡ଼ି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର କଞ୍ଜାମଯୋଡି ଗ୍ରାମରେ। ଗ୍ରାମବାସୀଙ୍କ ଉଦ୍ୟମ ସତ୍ତ୍ୱେ ଗାଡ଼ିଟି ବାହାରି ନପାରିବାରୁ ଶେଷରେ ନିକଟରେ କାର୍ଯ୍ୟ କରୁଥିବା ଜେସିବି ସହାୟତାରେ ଗାଡ଼ିକୁ ଟାଣି ବାହାର କରାଯାଇ ଘାଟି ପାର କରାଯାଇଥିଲା। ସୂଚନା ଅନୁଯାୟୀ କଞ୍ଜାମଯୋଡି ଗ୍ରାମକୁ ଯିବା ପାଇଁ ପୂର୍ବରୁ ରେଳଧାରଣା ଅତିକ୍ରମ କରିବାକୁ ପଡୁଥିଲା। ସେଠାରେ ରେଳ ଫାଟକ ନଥିବାରୁ ଅନେକ ସମୟରେ ଟ୍ରେନ୍ ଧକ୍କାରେ ମଣିଷ ଓ ପଶୁଙ୍କ ମୃତ୍ୟୁ ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି। ଏହି ସମସ୍ୟାର ସମାଧାନ ଓ ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ରାୟଗଡ଼ା କୋରାପୁଟ ରେଳପଥର ଦ୍ୱିତୀୟ ଲାଇନ୍ ନିର୍ମାଣ ସହ ରେଳବାଇ ପକ୍ଷରୁ ଏକ ଅଣ୍ଡରପାସ୍ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଏହି କାର୍ଯ୍ୟ ପାଇଁ ରାସ୍ତାରେ ନୂଆ ମାଟି ପକାଯାଇଥିବାରୁ ବର୍ଷାରେ ତାହା କାଦୁଅରେ ପରିଣତ ହୋଇଛି। ବାତ୍ୟା ମୁରାସୁ ପ୍ରଭାବରେ ହୋଇଥିବା ଲଗାଣ ଝିପିଝିପି ବର୍ଷାରେ ନୂଆ ମାଟି ଓଦା ହୋଇ ଦବିଯିବା ସହ ରାସ୍ତାର ବିଭିନ୍ନ ସ୍ଥାନ ଖସଡ଼ା ହୋଇପଡ଼ିଛି। ଏହି ରାସ୍ତା ଦେଇ ପିଡ଼ିଏସ୍ ଚାଉଳ ନେଇ ଯାଉଥିବା ଗାଡ଼ିଟି ମାଟିରେ ଦବି ଫସି ଯାଇଥିଲା। ଗାଡ଼ିଟିକୁ ବାହାର କରିବା ପାଇଁ ଗ୍ରାମବାସୀ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ପରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜେସିବି ସହାୟତାରେ ଗାଡ଼ିଟିକୁ ବାହାର କରାଯାଇଥିଲା। ଅଣ୍ଡରପାସ୍ ନିର୍ମାଣ ସମୟରେ ବିକଳ୍ପ ଯାତାୟାତ ରାସ୍ତାକୁ ଠିକ୍ ଭାବେ ପ୍ରସ୍ତୁତ କରାଯାଇନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏପଟେ ଗ୍ରାମର ଆଉ ଏକ ବଡ଼ ସମସ୍ୟା ହେଉଛି ଆଲୋକ ବ୍ୟବସ୍ଥା। ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ପୂର୍ବରୁ ଯୋଗାଇ ଦିଆଯାଇଥିବା ସୋଲାର ଲାଇଟ୍‌ଗୁଡ଼ିକ ମଧ୍ୟ ଅଚଳ ହୋଇପଡ଼ିଛି। ୨୦୧୯ ମସିହାଠାରୁ ଆଜି ପର୍ଯ୍ୟନ୍ତ ନା ପୁରୁଣା ସୋଲାର ଲାଇଟ୍ ମରାମତି ହେଉଛି ନା ନୂତନ ଲାଇଟ୍ ଲଗାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ସନ୍ଧ୍ୟା ହେଲେ ଗାଁ ଅନ୍ଧାରରେ ବୁଡ଼ି ରହୁଛି। ହାତୀ, ବାଘ, ଭାଲୁ ସମେତ ବିଭିନ୍ନ ପ୍ରକାର ସାପ, ସରୀସୃପ ଓ ବିଛାଙ୍କ ଭୟରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି। ଗୋଟିଏ ପଟେ ଅଣ୍ଡରପାସ୍ ନିର୍ମାଣ ଯୋଗୁଁ କାଦୁଅ ରାସ୍ତାରେ ଯାତାୟାତ ସମସ୍ୟା, ଅନ୍ୟପଟେ ଗାଁରେ ବିଦ୍ୟୁତ୍ ଓ ଆଲୋକ ବ୍ୟବସ୍ଥାର ଅଭାବ। ଏଭଳି ଦୁଇଟି ସମସ୍ୟା ମଧ୍ୟରେ ଜୀବନ ବିତାଉଛନ୍ତି କଞ୍ଜାମଯୋଡି ଗ୍ରାମବାସୀ। ତେଣୁ ଅଣ୍ଡରପାସ୍ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ବର୍ଷାଦିନରେ ଯାତାୟାତ ଉପଯୋଗୀ ବିକଳ୍ପ ରାସ୍ତା ନିର୍ମାଣ ଅଚଳ ସୋଲାର ଲାଇଟ୍ ମରାମତି ଏବଂ ନୂତନ ଲାଇଟ୍ ସ୍ଥାପନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଲିଙ୍ଗରାଜ କୃଷିକା, ବିଶ୍ୱନାଥ କୃଷିକା, ରାମ ପ୍ରସ୍କା, ଅର୍ଜୁନ କୃଷିକା, ଟିଣ୍ଡୁ କୃଷିକା, ମାଳି କୃଷିକା, ସୀମାନ୍ତ କୁମୁଟି କୃଷିକା, ଲକ୍ଷ୍ମୀନାଥ ପ୍ରସ୍କା ଓ ଡ୍ରିମ୍ବା କୃଷିକା ପ୍ରମୁଖ ଅଭିଯୋଗ କରିଛନ୍ତି।

News Comment

You Might Also Like

BACK TO TOP