Breaking
News
Breaking
News
28-Aug-2026
ରକ୍ଷା ବନ୍ଧନ ର ବିଧାନ ଓ ଆରମ୍ଭ ବିଷୟ ରେ ଜାଣିବା କଥା !|
ଓଡିଶା ଜନ ମତ, ଜଗତ ସିଂହ ପୁର ,
ରକ୍ଷା ବନ୍ଧନ ରେ ଇତିହାସ ଖୋଜିଲେ ଜଣା ଯାଏ କି ଏହା ମା ଲକ୍ଷ୍ମୀ ଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା। ଦାନବ ରାଜା ମହାଦାନୀ ବଳୀ ଙ୍କୁ ପାତାଳ କୁ ଚାପିବା ପରେ ଯେତେବେଳେ ଭଗବାନ ତାଙ୍କୁ ଚିରଞ୍ଜିବୀ ହୋଇ ପାତାଳ ଲୋକ ର ଅଧୀଶ୍ଵର ହେବାକୁ ବର ଦେଲେ, ତତ୍ପରେ ବଳୀ ନିଜ ଆଡୁ ଏକ ବର ମାଗିଥିଲେ ଯେଉଁଥିରେ ସେ ଭଗବାନ ବିଷ୍ଣୁ ଙ୍କୁ ସ୍ୱୟଂ ତାଙ୍କ ପାତାଳ ପୁରି ର ଦ୍ୱାରପାଳ ରହି ଏହାର ସୁରକ୍ଷା ର ଦାୟୀତ୍ୱ ନେବାକୁ ଅନୁରୋଧ କରିଥିଲେ। ନିଜ ବର ଦାନ ର ସାର୍ଥକତା ରଖିବାପାଇଁ ଗୋଲକ ଧାମ ପରିତ୍ୟାଗ କରି ପାତାଳ ପୁରି ର ଦ୍ୱାରପାଳ ଭାବରେ ରହିଥିଲେ। ନିଜ ପତି ଙ୍କୁ ଦୁର୍ଦ୍ଦଶା ମୁକ୍ତ କରାଇବାକୁ ମାତା ଲକ୍ଷ୍ମୀ ଦାନବ ରାଜ ବଳୀ ଙ୍କୁ ରକ୍ଷାସୂତ୍ର ବାନ୍ଧି ନିଜ ଧର୍ମଭାଇ କରିଥିଲେ । ଏହି ରକ୍ଷାସୂତ୍ର ହିଁ ଦାନବ ରାଜା ଙ୍କ ର ସୁରକ୍ଷା କରିବାର ବର ଦେଇଥିଲେ। ରକ୍ଷାସୂତ୍ର ବନ୍ଧନ ର ଉପହାର ହିସାବ ରେ ନିଜ ସ୍ୱାମୀ ଙ୍କୁ ଦ୍ୱାରପାଳ ଦାୟୀତ୍ୱ ରୁ ମୁକ୍ତି ଓ ଗୋଲକ ପ୍ରତ୍ୟାବର୍ତ୍ତନ ପାଇଁ ଭାଇ ଙ୍କୁ ମାଗିଥିଲେ।
ସେବେଠାରୁ ରକ୍ଷା ବନ୍ଧନ ରେ ଭଉଣୀ ଟିଏ ଭାଇ ହାତ ରେ ରକ୍ଷା ସୂତ୍ର ବାନ୍ଧି ଭାଇ ର ସୁରକ୍ଷା ଶୁଭ ମଙ୍ଗଳ ମାନାସିବା ସହ ନିଜ ର ଓ ନିଜ ସୁଖ ସଂସାର ର ସୁରକ୍ଷା କାମନା କରିଥାଏ।
ରକ୍ଷା ସୂତ୍ର ବନ୍ଧନ ପାଇଁ ଉଦ୍ଦିଷ୍ଟ ବୈଦିକ ମନ୍ତ୍ର ଏହାହିଁ ସୁସ୍ପଷ୍ଟ କରିଥାଏ।
ଯେନ ବଦ୍ଧୋ ବଳୀ ରାଜା ,
ଦାନବେନ୍ଦ୍ରୋ ମହାବଳଃ ।
ତେନ ତ୍ବାମ୍ ଅଭିବଦ୍ଧ୍ନାମି,
ରକ୍ଷେ ମା ଚଳ ମା ଚଳ ।।
ଆଜି ସକାଳ ୧୦ ଟା ପରେ ଓ ଆସନ୍ତା କାଲି ସକାଳ ୯ଟା ପୂର୍ବରୁ ରକ୍ଷା ବନ୍ଧନ କରାଯାଇ ପାରିବ , ମାତ୍ର ଆଜି ଦିନ ୧.୩୦ ରୁ ଦିନ ୩ଟା ପର୍ଯ୍ୟନ୍ତ ରାହୁ କାଳ ରହୁଥିବାରୁ ଏ ସମୟ ରେ ରକ୍ଷା ବନ୍ଧନ ବର୍ଜନୀୟ। ବନ୍ଧନ ସମୟ ରେ ଉପରୋକ୍ତ ବୈଦିକ ମନ୍ତ୍ର ର ଉଚ୍ଚାରଣ କରାଯାଇପାରେ।
ସନ୍ତୋଷ କୁମାର ପଣ୍ଡା, ସରକାରୀ ଅଧିକାରୀ
BACK TO TOP