Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଜଗତସିଂହପୁର ଗ୍ରସ୍ତ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ |

04-Aug-2026

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ଜଗତସିଂହପୁର ଗ୍ରସ୍ତ।
ଓଡିଶା ଜନମତ,  ଜଗତସିଂହପୁର 
ଜ୍ୟୋତି ରଞ୍ଜନ ପଟ୍ଟନାୟକ....
ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ବନ୍ୟା କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ର ସମ୍ପର୍କରେ ସମୀକ୍ଷା କରିଥିଲେ। ଜିଲ୍ଲାରେ ମହାନଦୀ ଓ ଦେବୀନଦୀ ଜଳସ୍ତର ବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବ୍ୟାପକ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ, ପାନୀୟଜଳ, କୃଷି, ଉଦ୍ୟାନ କୃଷି , ପ୍ରାଣୀ ଚିକିତ୍ସା, ଡ୍ରେନେଜ, ଜଳସେଚନ ଓ ବିଦ୍ୟୁତ୍ ବିଭାଗ ପଦକ୍ଷେପ ର ସମୀକ୍ଷା କରିଥିଲେ। ଜିଲ୍ଲା ରେ ଘଡ଼ଘଡ଼ି ଜନିତ କ୍ଷୟକ୍ଷତି କୁ ରୋକିବାପାଇଁ ତାଳଗଛ ଲଗାଇବା,  ଜଳବାହିତ ରୋଗ ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଜୀବାଣୁ ନାଶକ କାର୍ଯ୍ୟ, ପାନୀୟ ଜଳ ଉତ୍ସର ବିଶୋଧନ ଏବଂ ଜଳର ଗୁଣବତ୍ତା ପରୀକ୍ଷା ପାଇଁ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀଙ୍କୁ  ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ର  ଅନେକ ପଞ୍ଚାୟତ ପାଣି ଘେରରେ ରହିଥବାରୁ ପାଣି ଛାଡ଼ିବା ପରେ ତୁରନ୍ତ ବିଭିନ୍ନ ଵିଭାଗ କ୍ଷୟକ୍ଷତି ର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଙ୍କୁ କହିଥିଲେ। ଉପ ମୁଖ୍ୟମନ୍ତ୍ରୀ କ୍ଷେତ୍ର ପରିଦର୍ଶନ ସମୟରେ ଚାଷୀ ମାନଙ୍କ ସହ କଥାହୋଇ ଭାଗଚାଷୀ ମାନଙ୍କ କ୍ଷତିପୂରଣ ଦାବି ସମ୍ପର୍କରେ ଆଲୋଚନା କରିଥିଲେ।  ଏ ବିଷୟରେ ସରକାରୀ ସ୍ତରରେ ଆଲୋଚନା ପରେ ବିହିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏଥିପାଇଁ ସେ ଜିଲ୍ଲା କୃଷି ଅଧିକାରୀ ଙ୍କୁ ଭାଗଚାଷୀ ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ। ଦୁର୍ବଳ ନଦୀବନ୍ଧ ଯୋଗୁ ବହୁ ଅଞ୍ଚଳରେ ଘଳିଆ ସ୍ରୁଷ୍ଟି ହୋଇ ଜଳମଗ୍ନ ସ୍ଥିତି ଉପୁଜିଥିବା ରୁ ଏହାର ତୁରନ୍ତ ମରାମତି, ଦଳ ନିଷ୍କାସନ ଓ ଡ୍ରେନ୍ ସଫା ଆଦି ଉପରେ ଗୁରୁତ୍ଵ ଦେଇଥିଲେ। ଏହି ସମୀକ୍ଷା ବୈଠକରେ  ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି କହିଥିଲେ ଯେ ଅନେକ ବନ୍ଧ  ଠିକ୍ ନଥିବାରୁ ଗାଁ ଗୁଡ଼ିକ ଜଳମଗ୍ନ ହୋଇଯାଉଛି।  ତେଣୁ ଏହାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ବିଭଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା  ଉପସ୍ଥିତ ରହି ଡେଙ୍ଗାପୋଲ ନିକଟରେ ୩୩ କେଭି ଲାଇନ୍ କାର୍ଯ୍ୟକ୍ଷମ,  ପାରାଦ୍ଵୀପ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଅଫିସ କୁ କଟକ ବଦଳରେ ପାରାଦ୍ଵୀପ ଠାରେ କାର୍ଯ୍ୟକାରୀ କରିବା, ଡ୍ରେନେଜ୍ ସିଷ୍ଟମ ପରିଷ୍କାର କରିବା , ଭାଙ୍ଗିଯାଇଥିବା ଏ ଏନ ଏମ ସେଣ୍ଟର ମରାମତି ଉପରେ ଆଲୋକପାତ କରିଥିଲେ। କିନ୍ତୁ ସରକାରୀ ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ କିମ୍ବା ସାଂସଦ ବିଭୂପ୍ରସାଦ ତରାଇଙ୍କୁ ଦେଖିବାକୁ ମିଳିନଥିଲା, କିନ୍ତୁ ବନ୍ୟା ପରିସ୍ଥିତି ସମୀକ୍ଷା ବେଳେ ଏମାନଙ୍କ ଅନୁପସ୍ଥିତ ଘଟଣାକୁ ନେଇ ରାଜନୈତିକ ସମୀକ୍ଷକ ମହଲରେ ବିଜେପି ଦଳରେ ଫାଟ ସୃଷ୍ଟି ହୋଇଛି ବୋଲି ବାହାରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଜେ ସୋନାଲ ଜିଲ୍ଲା ର ସମସ୍ତ ବନ୍ୟା ତ୍ୱରିତ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ  ଜ୍ୟୋତି ଶଙ୍କର ରାୟ , ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ  ଅକ୍ଷୟ ପିଲ୍ଲେ, ଡି ଏଫ୍ ଓ କଟକ, ଡି ଏଫ୍ ଓ ରାଜନଗର ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ ତହସିଲଦାର, ଅଧୀକ୍ଷଣ ଯନ୍ତ୍ରୀ, କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଜରୁରୀ କାଳୀନ ବିଭାଗ ର ଅଧିକାରୀ ଅନିଶା ଦାସ ଜିଲ୍ଲା ର ବନ୍ୟା ପରିସ୍ଥିତି ସମାଧାନ ର ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଉପ ମୁଖ୍ୟମନ୍ତ୍ରୀ ପ୍ରଥମେ ତିର୍ତ୍ତୋଲ ବ୍ଲକ୍ ର କୋଷ୍ଠିମଲ୍ଲିକାପୁର ବ୍ଲକ୍ ର ଅତାମୂଳ ଓ କୁରାଢ଼ ଗ୍ରାମ ଇତ୍ୟାଦି ପରିଦର୍ଶନ କରି ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ସ୍ଥାନୀୟ ପ୍ରଭାଵିତ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP