Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳା ପାଳିଲେ ସାବିତ୍ରୀ ବ୍ରତ |

16-May-2026

ସ୍ୱାମୀଙ୍କ ଦୀର୍ଘାୟୁ କାମନାରେ ସାବିତ୍ରୀ ବ୍ରତ ପାଳନ

ଓଡିଶା ଜନ ମତ,ରାୟଗଡା,୧୬/୦୫

କାମେଶ୍ୱର କରକରିଆ : ---

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ଜଗନ୍ନାଥ ମନ୍ଦିର ପରିସରରେ ଶନିବାର ସାବିତ୍ରୀ ବ୍ରତ ଭକ୍ତି ଓ ଆସ୍ଥାର ସହ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଧବା ନାରୀମାନେ ସକାଳୁ ସ୍ନାନ ସାରି ଉପବାସ ରହି ପୂଜାର୍ଚ୍ଚନା କରିଥିଲେ। ପୂଜା ପାଇଁ ଆମ୍ବ, କଦଳୀ, ପଣସ, ଲିଚୁ, ପିଜୁଳି, ଜାମୁକୋଳି, ଖଜୁରୀ, ଅଙ୍ଗୁର, ସେଓ ଓ କମଳା ଭଳି ବିଭିନ୍ନ ପ୍ରକାରର ଫଳମୂଳ ସଂଗ୍ରହ କରି ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରାଯାଇଥିଲା। ବ୍ଲକର ପ୍ରାୟ ପ୍ରତ୍ୟେକ ଗାଁରେ ହଜାର ହଜାର ସଂଖ୍ୟାରେ ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ଦେଖାଯାଇଛି। ପ୍ରତିବର୍ଷ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହି ଦିନ ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘାୟୁ, ପରିବାରର ସୁଖ-ଶାନ୍ତି ଓ ସମୃଦ୍ଧି କାମନା କରି ଦିନତମାମ ଉପବାସ ରହିଥାନ୍ତି। ବିଶ୍ୱାସ ଅନୁସାରେ ଏହି ବ୍ରତ ପାଳନ କଲେ ପରିବାରରେ ସୁଖ ସମୃଦ୍ଧି ବଜାୟ ରହିବା ସହ ନବଦମ୍ପତିମାନେ ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ଅର୍ଜନ କରନ୍ତି। ସଧବା ନାରୀମାନେ ନୂତନ ବସ୍ତ୍ର ପରିଧାନ କରି ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ପୂଜା କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ଯୁଗ ଯୁଗ ଧରି ଚାଲିଆସୁଥିବା ଏହି ପରମ୍ପରା ଦାମ୍ପତ୍ୟ ଜୀବନର ସୁଖ ଓ ଅଖଣ୍ଡ ସୌଭାଗ୍ୟର ପ୍ରତୀକ ଭାବେ ପାଳନ କରାଯାଉଛି। ପୌରାଣିକ କଥାନୁସାରେ ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କର ଅଳ୍ପ ଆୟୁକାଳ ବିଷୟରେ ଜାଣିଥିଲେ ମଧ୍ୟ ତାଙ୍କୁ ବିବାହ କରିଥିଲେ। ନିଜ ଦୃଢ଼ ମନୋବଳ ଓ ନିଷ୍ଠାବଳେ ସେ ଯମରାଜଙ୍କୁ ପ୍ରସନ୍ନ କରି ସତ୍ୟବାନଙ୍କୁ ପୁନର୍ଜୀବନ ଦେଇଥିଲେ। ସେହି ପୌରାଣିକ କାହାଣୀକୁ ସ୍ମରଣ କରି ସଧବା ନାରୀମାନେ ଆଜି ମଧ୍ୟ ସାବିତ୍ରୀ ବ୍ରତ ପାଳନ କରୁଥିବା ଜଣାପଡ଼ିଛି।

News Comment

You Might Also Like

BACK TO TOP