Breaking
News
Breaking
News
12-Apr-2026
ବିଦ୍ୟୁତ୍ ଆଘାତରେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ।
ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା
୧୨/୪/୨୦୨୬:-
ଆଜି ପୋଲସରା ଢୁଙ୍କାପଡା ଗ୍ରାମର ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଉକ୍ତ ଗ୍ରାମ ନୂଆ ସାହିର ୨୬ ବର୍ଷର ସୁଶାନ୍ତ ଗୌଡ଼ଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ପରିବାର ଲୋକେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ସେତେବେଳେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ମେଡିକାଲକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏନେଇ ଥାନାରେ ୧୨/୨୬ ରେ ଏକ ମାମଲା ଦାୟର କରାଯାଇଥିବା ଏଏସଆଇ ରମଣ ଶବରଙ୍କ ଠାରୁ ଜଣାପଡିଛି। ପୋଲସରା ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ ମେଡିକାଲକୁ ଯାଇ ଘଟଣାର ପଚାରି ବୁଝିବା ପରେ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା ଜାରି ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଶବକୁ ବ୍ୟବଚ୍ଛେଦ ସକାଶେ ଆସନ୍ତାକାଲି ବ୍ରହ୍ମପୁରକୁ ପଠାଯିବ ବୋଲି ପୋଲିସ ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି।
BACK TO TOP