Breaking News

ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||     

ଖଲ୍ଲିକୋଟ ର ପିଛା ଛାଡୁନାହିଁ ଦାଦନ ଯନ୍ତ୍ରଣା |

12-Mar-2026

ଖଲ୍ଲିକୋଟ ରେ ବଢିବାରେ ଲାଗିଛି ଦାଦନ ଦୁଃଖ : 

ବିଦେଶ ରୁ ଆସି ପହଞ୍ଚିଲା ଗୋଟିଏ ଦିନରେ ଦୁଇଟି ଦୁଃଖଦ ଘଟଣା........
ମସ୍କଟ ରେ ଓଡ଼ିଆ ଦାଦନ ଶ୍ରମିକ ଙ୍କ ଆଜି ମୃତ୍ୟୁ ଘଟିଥିବା ବେଳେ ସେପଟେ ମୃତ୍ୟୁ ର ୫ ଦିନ ପରେ କାତାର ଦୋହା ରୁ ଦାଦନ ଶ୍ରମିକ ଙ୍କ ମରଶରୀର ଆସି ଆଜି ଗାଁ ରେ ପହଞ୍ଚିଲା, ଶୋକାକୁଳ ପରିବେଶ ରେ ହେଲା ଅନ୍ତିମ ସଂସ୍କାର 

 ଓଡିଶା ଜନ ମତ,ଖଲ୍ଲିକୋଟ ବିକା କୁମା ସାହୁ,

 -୧୨/୦୩/୨୦୨୬:---

ଖଲ୍ଲିକୋଟ ର ପିଛା ଛାଡୁନାହିଁ ଦାଦନ ଯନ୍ତ୍ରଣା। ପ୍ରତି ଦୁଇ ତିନି ଦିନ ବ୍ୟବଧାନ ରେ ବିଦେଶ ରୁ ଆସୁଛି ଦାଦନ ଶ୍ରମିକ ଙ୍କ ମୃତ୍ୟୁ ଖବର। ଲାଗୁଚି ସତେ ଯେମିତି ଦାଦନ ନିର୍ଯାତନା ର ଅନ୍ତଃ ନାହିଁ।ତେବେ ନୁଆଁ ବିଜେପି ସରକାର ଦାଦନ ହଟାଇବା ନାରା ଦେଇ କ୍ଷମତା କୁ ଆସିବା ପରେ ଦାଦନ ଯନ୍ତ୍ରଣା କମିବା ପରିବର୍ତ୍ତେ ବଢ଼ି ଚାଲିଛି। ଖଲ୍ଲିକୋଟ ଅଞ୍ଚଳ ରେ କାମଧନ୍ଦା ର କୌଣସି ସୁଯୋଗ ନଥିବାରୁ ଯୁବକ ମାନେ ପରିବାର ପ୍ରତିପୋଷଣ ପାଇଁ ବାଧ୍ୟ ହୋଇ ବିଦେଶ କୁ ଯାଉଛନ୍ତି ଏବଂ ସେଠାରେ ନିର୍ଯ୍ୟାତିତ ହେଉଛନ୍ତି ତ ଆଉ କାହାର ମରଶରୀର ଗାଁ କୁ ଫେରୁଛି।ମଧ୍ୟପ୍ରାଚ୍ୟ ରେ ଯୁଦ୍ଧ ବିଭୀଷିକା ଭିତରେ ଆଜି ଏମିତି ଦୁଇଟି ଦାଦନ ଦୁଃଖ କାହାଣୀ ଖଲ୍ଲିକୋଟ ଅଞ୍ଚଳ ରେ ପହଁଚିଛି। ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତିପୁର ପଂଚାୟତ ର ଲକ୍ଷ୍ମଣପୁର ଗ୍ରାମ ର ଦାଦନ ଶ୍ରମିକ ସୌରୀ ବେହେରା ଙ୍କ ଓମାନ ଦେଶ ର ମସ୍କଟ ସହର ରେ ଆଜି ମୃତ୍ୟୁ ଘଟିଛି। ସେପଟେ ଗତ ୭ ତାରିଖ ରେ ନାଇକାଣିପଲ୍ଲୀ ଗ୍ରାମ ର ଦାଦନ ଶ୍ରମିକ କୁନା ଖୁଣ୍ଟିଆ ଙ୍କ କାତାର ଦୋହା ରେ ମୃତ୍ୟୁ ଘଟିଥିବା ବେଳେ ୫ ଦିନ ପରେ ଆଜି ତାଙ୍କ ମରଶରୀର ସେଠାରୁ ଆସି ଗାଁ ରେ ପହଁଚିଛି।ଲକ୍ଷ୍ମଣପୁର ଗ୍ରାମ ର ସୌରୀ ବେହେରା (୫୩) ଗତ ୩ ବର୍ଷ ତଳେ ପରିବାର ପ୍ରତିପୋଷଣ କରିବା ପାଇଁ ଓମାନ ର ମସ୍କଟ ସହର କୁ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀ ରେ ଶ୍ରମିକ ଭାବେ କାମ କରି ଯାହା ଟଙ୍କା ପଠାଉଥିଲେ ସେଥିରେ ଘର ଚଳୁଥିଲା।ତେବେ ଆଜି କମ୍ପାନୀ ରେ କାମ କରୁଥିବା ବେଳେ ସୌରୀ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲ କୁ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ଗାଁ ରେ ପହଞ୍ଚିବା ପରେ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡିଛନ୍ତି। କାନ୍ଦ ବୋବାଳି ରେ ଘର ଫାଟି ପଡୁଛି। ମୃତ ସୌରୀ ଘର ର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମରଶରୀର ଗାଁ କୁ ଫେରାଇ ଆଣିବାକୁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି। ସେପଟେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣିପଲ୍ଲୀ ଗ୍ରାମ ର ଜୟ ଖୁଣ୍ଟିଆ ଙ୍କ ପୁଅ କୁନା ଖୁଣ୍ଟିଆ ଙ୍କ ଚଳିତ ମାସ ୭ ତାରିଖ ରେ କାତାର ଦୋହା ରେ ମୃତ୍ୟୁ ଘଟିଥିଲା । ଯୁଦ୍ଧ ଯୋଗୁଁ ବିମାନ ଚଳାଚଳ ବନ୍ଦ ରହିଥିବାରୁ  ମୃତ ଦେହ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।  ତେବେ ୯ ତାରିଖ ଦିନ କତାର ଓ ଭାରତ ମଧ୍ୟରେ ବିମାନ ଚଳାଚଳ ସ୍ବାଭାବିକ ହେବାରୁ ଆଜି ତାଙ୍କ ମରଶରୀର ଗାଁ ରେ ପହଞ୍ଚିଛି । କୁନା ପରିବାର ପ୍ରତିପୋଷଣ ପାଇଁ ଗତ ୪ ମାସ ତଳେ କାତାର ଦୋହା ସହର କୁ କାମ କରିବା ପାଇଁ ଯାଇଥିଲେ।ସେଠାରେ ଏକ ଘରୋଇ କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିଲେ। ରୋଜଗାର କରି ଯାହା କିଛି ଟଙ୍କା ପଠାଉଥିଲେ, ସେଥିରେ ଘର ଚଳୁଥିଲା।ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବା ବେଳେ ବାପା ଜୟ ଖୁଣ୍ଟିଆ ଜଣେ ଦିନ ମଜୁରିଆ ଭାବେ ଗାଁ ରେ କାମ କରନ୍ତି। କୁନା କମ୍ପାନୀ ରୁ କାମ ସାରି ସେ ରହୁଥିବା ଆରଜେଣ୍ଟିନା କେମ୍ପ କୁ ଫେରିଥିଲେ। ରାତି ରେ ଖାଇ ସାରି ଶୋଇଥିବା ବେଳେ ସକାଳୁ ଆଉ ଉଠି ନଥିଲେ । ରୁମ ରେ ରହୁଥିବା ସାଥି ଶ୍ରମିକ ମାନେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲ କୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଦୁଃଖଦ ଖବର ପହଞ୍ଚିବା ପରେ ଗ୍ରାମ ରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିବାର ବର୍ଗ ଙ୍କ କାନ୍ଦ ବୋବାଳି ରେ ଘର ଫାଟି ପଡୁଥିଲା। ତେବେ କୁନା ଘରେ ଏକା ମାତ୍ର ପୁଅ ହୋଇଥିବାରୁ ମା ବାପା ଭଉଣୀ କୁନା ଙ୍କୁ ହରାଇ କୋହ ସମ୍ଭାଳି ପାରୁନଥିବା ବେଳେ କୁନା ମୃତ ଦେହ ପାଖରେ କାନ୍ଦି ଲୋଟି ପଡ଼ୁଥିଲେ । ମୃତଦେହ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ସ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା।ଏହି ସମୟ ରେ ଖଲ୍ଲିକୋଟ ବିଡ଼ିଓ ଦେବାଶିଷ ସାମଲ, ତହସିଲଦାର ଡି. ମାଲେଶ୍ୱର ପାତ୍ର ଓ ଜିଲ୍ଲା ଶ୍ରମ ଅଧିକାରୀ ବର୍ଷାରାଣୀ ଜେନା ଉପସ୍ଥିତ ରହି ମୃତକ ଙ୍କ ପରିବାର ବର୍ଗ ଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।

News Comment

You Might Also Like

BACK TO TOP