Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ନକଲି ଚେକ ଦେଈ ମହିଳା ମାନଙ୍କ ଠାରୁ ଠକିନେଲେ ଟଙ୍କା ଓ ସୁନା |

24-Dec-2025

ନକଲି ଚେକ ଦେଇ ଅଭିନଵ ଉପାୟ ରେ ମହିଳା ମାନଙ୍କ ଠାରୁ ଠକି ନେଉଥିଲା ଟଙ୍କା ଓ ସୁନା ଗହଣା, ଖଲ୍ଲିକୋଟ ପୁଲିସ ଦ୍ୱାରା ଠକ ଗିରଫ,  ନଗଦ ୧ ଲକ୍ଷ ୩୭ ହଜାର ଟଙ୍କା ସହ ସୁନା କାନ ଫୁଲ, ସୁନା ଚେନ, ଗୋଟିଏ ସୁନା ଚେକା, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବ୍ଳାଙ୍କ ଚେକ ବୁକ ଜବତ 

ଓଡିଶା ଜନ ମତ ଖଲ୍ଲିକୋଟ -

-୨୩/୧୨/୨୦୨୫-- ବିକାଶ ସାହୁ,,କେତେବେଳେ ନିଜକୁ ଜିଲ୍ଲାପାଳ ଙ୍କ ଅଫିସ ର କର୍ମଚାରୀ ତ କେତେବେଳେ ବ୍ୟାଙ୍କ କର୍ମଚାରୀ ଙ୍କ ପରିଚୟ ଦେଇ ମହିଳା ଙ୍କୁ ଠକୁଥିଲେ । ୪ ଲକ୍ଷ ୫୦ ହଜାର ଟଙ୍କା ର ନକଲି ଚେକ ଦେଇ ମହିଳା ମାନଙ୍କ ଠାରୁ ନଗଦ ଟଙ୍କା ଓ ସୁନା ଗହଣା ଲୁଟି ନେଇ ଫେରାର ହୋଇ ଯାଉଥିଲା। ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ଓ ରମ୍ଭା ଥାନା ସମେତ ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗି ଓ ନିରାକାରପୁର ଥାନା, ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଓ ରଣପୁର ଥାନା ଅଞ୍ଚଳ ରେ ମହିଳା ମାନଙ୍କ ଠାରୁ ଏଭଳି ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ସମ୍ପୃକ୍ତ ଠକ ଧରା ପଡିଛି  ଖଲ୍ଲିକୋଟ ପୋଲିସ ହାତରେ । ଗିରଫ ହୋଇଥିବା ଠକ ଜଣକ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜ୍ଞାନ ରଞ୍ଜନ ଦାସ(୫୯) । ତା ଠାରୁ ପୁଲିସ ନଗଦ ୧ ଲକ୍ଷ ୩୭ ହଜାର ୧ ଶହ ଟଙ୍କା, ଦୁଇ ଯୋଡ଼ା ସୁନା କାନ ଫୁଲ, ଏକ ସୁନା ଚେନ, ଗୋଟିଏ ସୁନା ଚେକା, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବ୍ଳାଙ୍କ ଚେକ ଜବତ କରିଥିବା ଜଣାପଡ଼ିଛି। ଚଳିତ ମାସ ୩ ତାରିଖ ରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମର  ବାସନ୍ତୀ ନାହାକ (୬୦) ନାମକ ବୃଦ୍ଧ ମହିଳା ଘରେ ଏକୁଟିଆ ଥିବା ସମୟରେ ଠକ ଜଣକ ତାଙ୍କ ଘରକୁ ଯାଇ କେଶପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର କର୍ମଚାରୀ କହି ୪ଲକ୍ଷ ୫୦ ହଜାର ଟଙ୍କାର ଏକ ନକଲି ଚେକ ଦେବା ସହ ଆବାସ ଯୋଜନାରେ ସରକାର ଏହି ଟଙ୍କା ମଂଜୁର କରିଛନ୍ତି ଓ ୫୦ ହଜାର ଟଙ୍କା ଦେଲେ ଏହି ଟଙ୍କା ତୁମେ ବ୍ୟାଙ୍କ ରୁ ଉଠେଇ ପାରିବ ବୋଲି କହିଥିଲେ। ତା କଥା କୁ ବିଶ୍ୱାସ କରି ବୃଦ୍ଧା ବାସନ୍ତି ନାହାକ ୫୦ ହଜାର ଟଙ୍କା ଦେଇଥିଲେ। ମୁଁ ଆଗରେ ଯାଉଛି ତୁମେ ବ୍ୟାଙ୍କ କୁ ଆସ ବୋଲି କହି ଠକ ଜ୍ଞାନ ରଞ୍ଜନ ସେଠାରୁ ଫେରାର ହୋଇ ଯାଇଥିଲେ । ବ୍ୟାଙ୍କ କୁ ଯାଇ ଚେକ ଟି ନକଲି ଏବଂ ସେ ଠକେଇ ର ଶୀକାର ହୋଇଥିବା ଜାଣି ପାରି ଭେଜିପୁଟ ଫାଣ୍ଡି ରେ ଏତଲା ଦେଇଥିଲେ। ଏତଲା କୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୧୦୨୨/୨୦୨୫ ଅନୁଯାୟୀ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିଲେ ପୁଲିସ।ଏସପି ଙ୍କ ନିର୍ଦ୍ଧେଶ କ୍ରମେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର, କନେଷ୍ଟବଲ ରବୀନ ରଞ୍ଜନ ଜାଲି, ବାପୁନା ସ୍ୱାଇଁ,ହୋମଗାର୍ଡ ଦୀନେଶ କୁମାର ବେହେରା ଙ୍କୁ ନେଇ ଏକ ପୁଲିସ ଟିମ ଗଠନ ହୋଇଥିଲା।ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି ଠକ ଜ୍ଞାନ ରଞ୍ଜନ କୁ ଆଜି ଗିରଫ କରିବାରେ ସଫଳ ହୋଇଛି । ଠକେଇ ସମୟରେ କାହାକୁ ଜିଲ୍ଲାପାଳ ଅଫିସ ର କର୍ମଚାରୀ ତ କାହାକୁ ବ୍ୟାଙ୍କ କର୍ମଚାରୀ ବୋଲି କହୁଥିଲା ଠକ ଜ୍ଞାନ ରଞ୍ଜନ । ମୋଦି ଘର କରିବା ପାଇଁ ୪ଲକ୍ଷ ୫୦ ହଜାର ଟଙ୍କା ପଠେଇଛନ୍ତି । ତେଣୁ ତମେ ୫୦ ହଜାର ଟଙ୍କା ବାନ୍ଧିଲେ ଟଙ୍କା ଆସିବ କହି ଟଙ୍କା, ସୁନା ଯାହା ପାରିଲା ସାଙ୍ଗରେ ନେଇ ୪ଲକ୍ଷ ୫୦ ହଜାର ଟଙ୍କାର ନକଲି ଚେକ ଦେଇ ଫେରାର ହୋଇ ଯାଉଥିଲା । ଖଲ୍ଲିକୋଟ ପୋଲିସ ଏହି ଘଟଣା ର ପର୍ଦ୍ଧାଫାଶ କରିବା ସହ ଠକେଇର ଶିକାର ହୋଇଥିବା ଲୋକ ମାନଙ୍କୁ ଟଙ୍କା ଫେରାଇଛି ।

News Comment

You Might Also Like

BACK TO TOP