Breaking News

ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||      ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||     

ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦଘାଟିତ |

11-Sep-2025

ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଶୁଭୋଦ୍ଘାଟିତ

ପ୍ରତିଭାର ବିକାଶରେ କ୍ରୀଡାର ବିକାଶ

ଛାତ୍ର ଛାତ୍ରୀଙ୍କ ଶୈକ୍ଷିକ ମାନସିକ ବିକାଶ ସହିତ ଶାରୀରିକ ବିକାଶ ନିତାନ୍ତ ଅପରିହାର୍ଯ୍ୟ । ଶାରୀରିକ ବିକାଶକୁ ତ୍ବରାନ୍ବିତ କରିବା ଲାଗି କ୍ରୀଡାର ଆବଶ୍ୟକତା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପ୍ରାଥମିକ ଆବଶ୍ୟକତା, ଏହା ଅନସ୍ବୀକାର୍ଯ୍ୟ ।  ତୃଣମୂଳ ସ୍ତରରୁ କ୍ରୀଡାର ଭିତ୍ତିଭୂମି ସୁଦୃଢ ହେବା ଉପରେ ଗୁରୁତ୍ୱାରୋପ  କରିବା ପରିପ୍ରେକ୍ଷୀରେ ଖଲ୍ଲିକୋଟ ବ୍ଲକ୍ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ପକ୍ଷରୁ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ୨୦୨୫-୨୬ ଶୁଭୋଦ୍ଘାଟିତ ହୋଇଯାଇଛି । ସର୍ବପ୍ରଥମେ ଅତିଥିମାନେ ମଞ୍ଚାସୀନ ହେବା ପରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ମାଁ ବାହୁତୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ମହନ୍ତ ଜେନା ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ ପରେ ବ୍ଲକ୍ ସ୍ତରୀୟ କ୍ରୀଡା ସଂଗଠନର ସମ୍ପାଦକ ପୀତବାସ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ଅତିଥିଙ୍କ ଗହଣରେ ମାର୍ଚ୍ଚ ଫାଷ୍ଟ କରିଥିଲେ ।
ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁ ମୁଖ୍ୟ ବକ୍ତା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡ଼ା ସ୍ୱତନ୍ତ୍ର ଅତିଥି, ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାହୁ, ଜିଲ୍ଲା କ୍ରୀଡ଼ା ପର୍ଯ୍ୟବେକ୍ଷକ ସାନନ୍ଦ ନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନାରାୟଣ ସେଠୀ, ଶ୍ରୀମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୋମତି ପ୍ରଧାନ , ରାମଚନ୍ଦ୍ର ମର୍ଦ୍ଦରାଜ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ପ୍ରଶିକ୍ଷକ ଟି. ଶିବାନନ୍ଦ ବର୍ମା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ବିକାଶରେ କ୍ରୀଡାର ବିକାଶ, ବିଦ୍ୟାଳୟ ସ୍ତରରୁ ସଫଳ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା, ଆଞ୍ଚଳିକ, ବ୍ଲକ୍, ଜିଲ୍ଲା ସ୍ତର ସର୍ବୋପରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ପ୍ରତିଭା ମାନଙ୍କୁ ମାର୍ଗଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସଫଳ କ୍ରୀଡାବିତ୍ ସୃଷ୍ଟି ପ୍ରତି ସମସ୍ତେ ଯତ୍ନବାନ ହେବାର ପ୍ରୟୋଜନତା, ସମସ୍ତ ପ୍ରକାର ସହାୟତା ଯୋଗାଇଦେବା, ଖୋଖୋ, କବାଡି, ବାସ୍କେଟ ବଲ, ଭଲିବଲ ଆଦି ବହୁବିଧ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ଭବିଷ୍ୟତରେ କିଭଳି ସୁଦକ୍ଷ କ୍ରୀଡାବିତ୍ ହେବେ ସେ ବିଷୟରେ ସାରସ୍ୱତ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକ୍ ସ୍ତରୀୟ କ୍ରୀଡା ସଂଗଠନର ସଭାପତି ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାହୁ ଉତ୍ସବରେ ସଭାପତିତ୍ବ କରିଥିଲେ । ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଖଲ୍ଲିକୋଟ, କଞ୍ଚଣା, ଖୋଜାପଲ୍ଲୀ, କହ୍ନେଇପୁର ଚାରିଗୋଟି ଜୋନର ୧୪ ବର୍ଷରୁ କମ୍, ୧୭ ବର୍ଷରୁ କମ୍ ସର୍ବମୋଟ ୩୨୦ ଛାତ୍ର ଛାତ୍ରୀ ଆୟୋଜିତ କବାଡି, ଖୋଖୋ ପ୍ରତିଯୋଗିତାରେ ଭାଗନେଇଥିଲେ । ଏହି ପ୍ରତିଯୋଗିତା ଆଜି ଶୁଭାରମ୍ଭ ହୋଇଥିବା ବେଳେ ଆସନ୍ତା ତା ୧୩/୦୯/୨୫ ରିଖରେ ଉଦଯାପିତ ହେବ ବୋଲି ସଂଗଠନ ସମ୍ପାଦକ ମତପ୍ରକାଶ କରିଛନ୍ତି । ବହୁ କୃତୀ ପ୍ରତିଯୋଗୀଙ୍କୁ ଉତ୍ସବରେ ଅତିଥିମାନେ ମାନପତ୍ର ସହିତ ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ସଂଗଠନର ଉପସଭାପତି ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନାରାୟଣ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ଜୋନର ସମ୍ପାଦକ ପବିତ୍ର ବେହେରା,  କ୍ରୀଡା ଶିକ୍ଷକ ସୁକାନ୍ତ କୁମାର ବେହେରା, ରାଜକିଶୋର ପ୍ରଧାନ, ବାନାମ୍ବର ମଲ୍ଲିକ, ଦୀପ୍ତିମୟୀ ପାତ୍ର, ନୀଳାଚଳ ନାୟକ, ମହନ୍ତ ଜେନା, ଦିଲ୍ଲୀପ ଦାଶ, ଭାସ୍କର ଘାସି, ରାଜେନ୍ଦ୍ର କୁମାର ଦଳବେହେରା, ରାମଚନ୍ଦ୍ର ନାହାକ, ପ୍ରତାପ ଚନ୍ଦ୍ର ଗୈ।ଡ, ଅସିତ୍ କୁମାର ଜେନା, ଅଜିତ କୁମାର ବିଶ୍ୱାଳ, ସୁବାସ ଚନ୍ଦ୍ର ସାହୁ, ବିଦ୍ୟୁତ୍ ପ୍ରଭା ବଳ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସି ଆର୍ ସି ସି ତଥା ଯୁବ ସାହିତ୍ୟିକ ଡକ୍ଟର ଦ୍ବାରିକାନାଥ ମହାରଣା ।

News Comment

You Might Also Like

BACK TO TOP