Breaking News

ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||     

ଖଲ୍ଲିକୋଟ :ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ଆଭିମୁଖୀକରଣ ବୈଠକ ଅନୁଷ୍ଠିତ |

03-Sep-2025

ଖଲ୍ଲିକୋଟ : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟ ପକ୍ଷରୁ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ଅଭିମୁଖୀକରଣ ବୈଠକ ଅନୁଷ୍ଠିତ

       ଓଡିଶା ଜନ ମତ ବ୍ୟୁରୋ 

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟ ପକ୍ଷରୁ ଚଳିତ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ଅଭିମୁଖୀକରଣ ବୈଠକ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଶୁଭୋଦ୍ଘାଟିତ ହୋଇଛି । ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ସର୍ବପ୍ରଥମେ ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡ଼ା ପ୍ରଦୀପ ପ୍ରଜ୍ଜ୍ୱଳନ କରି ବୈଠକର ଶୁଭୋଦ୍ଘାଟନ କରିଥିଲେ । ସି ଆର୍ ସି ସି ରାଜେନ୍ଦ୍ର କୁମାର ପଣ୍ଡା ଦୀପ ମନ୍ତ୍ର ଉଚ୍ଚାରଣ କରିଥିଲେ । ବରିଷ୍ଠ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । 
ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷାବିତ୍ ଡକ୍ଟର ପରିଡ଼ା କ୍ଲଷ୍ଟର ସ୍ତରୀୟ ବୈଠକର ସଫଳତା ପାଇଁ ସି ଆର ସି ସି ମାନେ ଯତ୍ନବାନ ହେବା ଆବଶ୍ୟକ । ଶିଶୁଙ୍କ ରୁଚି ଆଗ୍ରହ ପ୍ରତି ଦୃଷ୍ଟି ଦେବା ବିଧେୟ । ଶିଶୁ ବାଟିକା ସହିତ ପ୍ରଥମ, ଦ୍ଵିତୀୟ, ତୃତୀୟ ଶ୍ରେଣୀ ପରିଚାଳନା, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବୃଦ୍ଧି, ମୈ।ଳିକ ସାକ୍ଷରତା, ସଂଖ୍ୟା ଜ୍ଞାନ ସମ୍ପର୍କିତ ଧାରଣା,ସମୟ ଉପଯୋଗୀ  ଟି ଏଲ୍ ଏମ୍ ପ୍ରସ୍ତୁତି କଲେ ତାହା ବ୍ୟବହାର ଉପଯୋଗୀ ହୋଇପାରିବ । ଶିଶୁ ବାଟିକା ଶ୍ରେଣୀରେ ନୂଆକରି ନାମଲେଖାଇଥିବା ଶିକ୍ଷାର୍ଥୀଙ୍କୁ କିଭଳି ଅଭିନବ ଶୈଳୀରେ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ, ସେସବୁର ସଫଳ ରୂପାୟନ ପାଇଁ ଯଥୋଚିତ ପ୍ରଶିକ୍ଷଣର ଗୁରୁତ୍ୱ ରହିଛି, ବୋଲି ମତପୋଷଣ କରିଥିଲେ । ବହୁ ଶ୍ରେଣୀ ପରିଚାଳନା, ସୋପାନ ପୁସ୍ତକର ବ୍ୟବହାର ବିଷୟରେ ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ଡକ୍ଟର ପରିଡ଼ା ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟରେ ପ୍ରତ୍ୟେକ ମାସର ପ୍ରଥମ ଶନିବାର ଧାର୍ଯ୍ୟ କରିବା ମୂଳରେ ସକାରାତ୍ମକ ପ୍ରଭାବ ରହିଛି । ଶିକ୍ଷକଙ୍କ ଦକ୍ଷତାର ବିକାଶ ଦିଗରେ ଏହାର ଭୂମିକା ନିହାତି ଗ୍ରହଣୀୟ ବୋଲି ପ୍ରତିପାଦନ କରିଥିଲେ । ପ୍ରତ୍ୟେକ ଶିକ୍ଷକ ପ୍ରଶିକ୍ଷଣ ଗ୍ରହଣ କରିବାର ପ୍ରୟୋଜନତା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସି ଆର୍ ସି ସି ମାନେ ସକାରାତ୍ମକ ପ୍ରକ୍ରିୟାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମସ୍ତ ପ୍ରକାର ଶୈକ୍ଷିକ ସହଯୋଗ ଏପରିକି ଶିକ୍ଷଣ ସାମଗ୍ରୀ, ଉପଯୋଗୀ ବହିପତ୍ର ଉପଲବ୍ଧ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ବିଦ୍ୟାଳୟର ବିକାଶ, ଶିକ୍ଷା ଅଧିକାର, ଶିକ୍ଷକ ସହାୟକ ପୁସ୍ତିକା, କାର୍ଯ୍ୟ ପୁସ୍ତିକା ଉପରେ ଆଲୋଚନା କରିଥିଲେ ।
ଜାତୀୟ ଶିକ୍ଷା ନୀତି -୨୦୨୦ ଓ ଆଦ୍ୟ ଶୈଶବ ଶିକ୍ଷା, ଜାତୀୟ ପାଠ୍ୟକ୍ରମ ଆଧାର, ଶିଶୁ ବାଟିକା ଶିକ୍ଷାର ଗୁରୁତ୍ୱ, ଶିଶୁ ବାଟିକା ଶିକ୍ଷାର୍ଥୀଙ୍କୁ ବୁଝିବା, ଶିକ୍ଷଣ ଫଳାଫଳ, ଶିକ୍ଷଣ ଯୋଜନା, ଅଭିଭାବକ ଓ ଗୋଷ୍ଠୀର ଭୂମିକା, ମାନ ନିର୍ଦ୍ଧାରଣ ଆଦି ବହୁବିଧ ଦିଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଗତ ତା ୦୨/୦୯/୨୫ ରିଖରୁ ଆରମ୍ଭ ହୋଇଥିବା ଏହି ବୈଠକ  ତା ୦୪/୦୯/୨୫ ରିଖରେ ଉଦଯାପିତ ହେବ । ଗଂଜାମ ଜିଲ୍ଲାର ସମସ୍ତ ବ୍ଲକର ସି ଆର୍ ସି ସି ଅନୁଷ୍ଠିତ ତ୍ରିଦିବସୀୟ ବୈଠକରେ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ । 
ଆୟୋଜିତ ତ୍ରିଦିବସୀୟ ବୈଠକରେ ବରିଷ୍ଠ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା, ଜିତେନ୍ଦ୍ର ପଣ୍ଡା, ଅଭିରାମ ବିଶ୍ୱାଳ, ମୁକ୍ତିକାନ୍ତ ବେହେରା, ପ୍ରଶିକ୍ଷିକା ପ୍ରଜ୍ଞା ପାରମିତା, ଭାବିଲିତା ନାୟକ, ବବିତା ସିଂ ନାୟକ, ସୁଶ୍ରୀ ଗାୟତ୍ରୀ ସ୍ୱାଇଁ, ଜୟନ୍ତୀ ବେହେରା, କଲ୍ୟାଣୀ କୁମାରୀ ଗୈ।ଡ଼ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କାର୍ଯ୍ୟାଳୟର ସେକ୍ସନ ଅଧିକାରୀ ପ୍ରବେଶ କୁମାର ପଟ୍ଟନାୟକ, ସହକାରୀ କିରାଣୀ ଆଶିଷ ରଂଜନ ସେଠୀଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ବୈଠକକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

News Comment

You Might Also Like

BACK TO TOP