Breaking News

ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||      ଦେଢକୋଟି ଟଙ୍କାର ସାମଗ୍ରୀ ହେର ଫେର ଘଟଣା ରେ ଜଣେ ଗିରଫ ||   (19-Aug-2026)       ||      ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||   (19-Aug-2026)       ||      ଶାହରୁଖାନ ଙ୍କ ପାଇଁ ଗୀତ ଲେଖିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ||   (19-Aug-2026)       ||      ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||     

ଦୀର୍ଘ 17ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ଲକ୍ଷ୍ମଣା ନନ୍ଦ ସରସ୍ବତୀ ହତ୍ୟା କାଣ୍ଡ ର ତଦନ୍ତ ରିପୋର୍ଟ,

23-Aug-2025

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ; ୧୭ ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ତଦନ୍ତ ରିପୋର୍ଟ

ଓଡିଶା ଜନମତ,କନ୍ଧମାଳ,:(ସଞ୍ଜୟ କୁମାର ପାଣିଗ୍ରାହୀ): ତା,୨୩/୦୮:

 ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡକୁ ୧୭ବର୍ଷ ପୂରଣ ହୋଇଛି। ୨୦୦୮, ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ସ୍ୱାମୀଜୀ କନ୍ଧମାଳର ଜଳେଶପଟା ଆଶ୍ରମକୁ ଯାଇଥିବା ସମୟରେ ପ୍ରାୟ ୪୦ରୁ ଅଧିକ ଆତତାୟୀ ଗୁଳି ବର୍ଷଣ କରିବା ଫଳରେ ସ୍ବାମୀଜୀଙ୍କ ସମେତ ତାଙ୍କର ଚାରିଜଣ ଅନୁଗାମୀଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସାମ୍ପ୍ରଦୟିକ ହିଂସାରେ ୩୫ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ଓ ଶତାଧିକ ବାସଗୃହ ନିଆଁରେ ପାଉଁଶ ହୋଇଯାଇଥିଲା। କିନ୍ତୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିବା ଏହି ଲୋମହର୍ଷଣକାରୀ ଘଟଣାରେ ଏ ପର୍ଯ୍ୟନ୍ତ ସ୍ୱାମୀଜୀଙ୍କୁ ନ୍ୟାୟ ମିଳିପାରି ନାହିଁ। ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇପାରି ନାହିଁ। ଆସନ୍ତା ୧୮ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ୨୦୧୫ ମସିହାରୁ ରାଜ୍ୟ ଆଇନ ବିଭାଗରେ ପଡ଼ି ରହିଥିବା ତଦନ୍ତ ରିପୋର୍ଟ ଗୃହରେ ଉପସ୍ଥାପନ ହେବ କି ନାହିଁ, ତାହା ଉପରେ ସାରା ରାଜ୍ୟର ନଜର ରହିଛି। ବିରୋଧୀ ଆସନରେ ବସିଥିବା ବେଳେ ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପାଇଁ ବିଜେପି କ୍ରମାଗତ ଭାବେ ଦାବି କରି ଆସୁଥିଲା। କିନ୍ତୁ କ୍ଷମତାକୁ ଆସିବାର ଇତିମଧ୍ୟରେ ବର୍ଷେରୁ ଅଧିକ ସମୟ ବିତିଯାଇ ଥିବା ବେଳେ ସ୍ବାମୀଜୀଙ୍କ ହତ୍ୟାକାଣ୍ଡ ରିପୋର୍ଟ ସାର୍ବଜନୀନ ହୋଇପାରି ନାହିଁ। କମିସନଙ୍କ ତଦନ୍ତ ରିପୋର୍ଟର ତର୍ଜମା ଚାଲିଛି ବୋଲି କହି ସରକାର ସମୟ ଗଡ଼ାଇ ଚାଲିଥିବା ଆଲୋଚନା ହେଉଛି। ଏହି ରିପୋର୍ଟ ବିଧାନସଭାକୁ କେବେ ଆସିବ ଆଉ ଘଟଣାର ସତ୍ୟତା ଓଡ଼ିଶାବାସୀ ଜାଣିବେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ଅଗଷ୍ଟ ୧୬ ରେ ସ୍ବାମୀଜୀଙ୍କ ସ୍ମରଣରେ ଭୁବନେଶ୍ବରରେ ଆୟୋଜିତ ଗଣଦୌଡ଼ରେ ଅଂଶଗ୍ରହଣ କରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ, ଆଇନ ବିଭାଗ ପକ୍ଷରୁ ତଦନ୍ତ ରିପୋର୍ଟର ତର୍ଜମା କରାଯାଉଛି। ଉପଯୁକ୍ତ ସମୟରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏପରିକି ସେହି ଦିନ ଗଣଦୌଡ଼ ଆୟୋଜନ କରିଥିବା ସାଧୁସନ୍ଥ ସମାଜ ପକ୍ଷରୁ ସ୍ବାମୀଜୀଙ୍କ ହତ୍ୟାକାରୀଙ୍କୁ ଖୋଜି ବାହାର କରିବା ଲାଗି ସରକାରଙ୍କୁ ଆହ୍ବାନ କରିଥିଲେ। ଜନ୍ମାଷ୍ଟମୀ ଦିନ କନ୍ଧମାଳ ଜଳେଶପଟା ଓ ଚକାପାଦ ଆଶ୍ରମରେ ଆୟୋଜିତ ତିରୋଧାନ ଦିବସ କାର୍ଯ୍ୟକ୍ରମରେ ଅନ୍ତେବାସୀ ଏବଂ ଶ୍ରଦ୍ଧାଳୁମାନେ ତଦନ୍ତ ରିପୋର୍ଟ ଅଦ୍ୟାବଧି ସାର୍ବଜନୀନ ହୋଇପାରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ତର୍ଜମା ନାମରେ ରିପୋର୍ଟ ସାର୍ବଜନୀନ ନ ହେବାକୁ ଅନେକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବିଶେଷକରି ସେ ସମୟରେ ସ୍ବାମୀଜୀଙ୍କୁ ନ୍ୟାୟ ଦେବା ନିମନ୍ତେ ଆନ୍ଦୋଳନ କରି ବିଜେଡି ସରକାରଙ୍କ ଦ୍ବାରା ଗିରଫ ହୋଇ ଜେଲ୍‌ ଯାଇଥିବା ସମର୍ଥକମାନେ ବିଜେପିର ଡବଲ ଇଞ୍ଜିନ ସରକାର କେବେ ନ୍ୟାୟ ଦେବ ବୋଲି ପ୍ରଶ୍ନ ଉଠାଇଛନ୍ତି।

News Comment

You Might Also Like

BACK TO TOP